ମହାଦେବଙ୍କୁ ସବୁଠୁ ପ୍ରିୟ ଅଟେ ଏହି 3ଟି ରାଶି, ଏମାନଙ୍କ ସହିତ ଶତୃତା ପଡିବ ଭାରି, ମହାଦେବ ସବୁବେଳେ କରନ୍ତି ଏମାନଙ୍କ ରକ୍ଷା

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ଯେକ ମନୁଷ୍ୟର ରାଶି ତା ପାଇଁ ଖୁବ ମହତ୍ବପୂର୍ଣ୍ଣ ଅଟେ ବୋଲି ମାନାଯାଏ । ରାଶି ଆଧାରରେ ମନୁଷ୍ୟ ତା ଜୀବନ ସହ ଜଡିତ ଅନେକ କଥା ପୂର୍ବରୁ ହିଁ ଅନୁମାନ କରିପାରେ ।

ଯେତେବେଳେ ଜଣେ ମନୁଷ୍ୟ ଜନ୍ମ ହୋଇଥାଏ, ତା ଜନ୍ମ ସମୟରୁ ହିଁ ତା ନକ୍ଷତ୍ର, ତିଥି ଓ ବାର ଅନୁସାରେ ତାର ନାମକରଣ କରାଯାଏ । ମନୁଷ୍ୟ ନାମର ପ୍ରଥମ ଅକ୍ଷରରୁ ହିଁ ତାର ରାଶି କଣ ଅଟେ ତାହା ସ୍ଥିର କରାଯାଏ । ଜ୍ଯୋତିଷ ଶାସ୍ତ୍ରରେ ସମୁଦାୟ ୧୨ଟି ରାଶି ରହିଛି ଓ ସବୁ ରାଶିଙ୍କ ଅଲଗା ଅଲଗା ମହତ୍ତ୍ଵ ରହିଛି । ବ୍ୟକ୍ତି ନିଜ ରାଶିରୁ ନିଜ ବ୍ୟକ୍ତିତ୍ବ, ସ୍ଵଭାବ ଅନେକ କିଛି ଜାଣି ପାରେ ।

କେବଳ ଏତିକି ନୁହେଁ, ନିଜ ରାଶିର ସାହାଯ୍ୟରେ ବ୍ୟକ୍ତି ନିଜ ଭବିଷ୍ୟତ ସହ ଜଡିତ ଅନେକ ସୂଚନା ହାସଲ କରିପାରିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏପରି ୩ଟି ରାଶିଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏପରି କୁହାଯାଏ କି ଏହି ୩ଟି ରାଶି ଉପରେ ସ୍ଵୟଂ ଭଗବାନ ଶିବ ବିଶେଷ କୃପା କରିଥାନ୍ତି । ଏହି ରାଶିର ଲୋକେ ଯଦି ଯେତେ ସମସ୍ୟାରେ ପଡିଲେ ମଧ୍ୟ ମହାଦେବଙ୍କ କୃପାରୁ ସବୁ ମୁସ୍କିଲ ପରିସ୍ଥିତିରୁ ସହଜରେ ବାହାର ହୋଇ ଆସନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁ ୩ଟି ରାଶି ଉପରେ ଭଗବାନ ଶିବଙ୍କ କୃପା ସର୍ବଦା ରହିଥାଏ ।

ମେଶ ରାଶି

ମେଶ ରାଶିର ଜାତକଙ୍କ ସ୍ଵାମୀ ଗ୍ରହ ମଙ୍ଗଳ ଅଟେ । ମହାଦେବଙ୍କୁ ଏହି ରାଶିର ଲୋକେ ସବୁଠୁ ଅଧିକ ପ୍ରିୟ ହୋଇଥାନ୍ତି । ଏପରି ବିଶ୍ବାସ କରାଯାଏ କି ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ସବୁବେଳେ ସେମାନଙ୍କ ସହିତ ରୁହେ । ଏମାନେ ଚାକିରି ଓ ବ୍ୟବସାୟ ଦୁଇଟି ଯାକ କ୍ଷେତ୍ରରେ ଖୁବ ସଫଳତା ହାସଲ କରିଥାନ୍ତି । ଭଗବାନ ଶିବଙ୍କ କୃପାରୁ ଏମାନଙ୍କୁ କମ ପରିଶ୍ରମରେ ମଧ୍ୟ ଅଧିକ ଫଳ ମିଳିଥାଏ । ଏହି ରାଶିର ଲୋକେ ପ୍ରତିଦିନ “ଓଁ ନମଃ ଶିବାୟ” ଜପ କରି ଶିବଲିଙ୍ଗ ଅଭିଷେକ କରିବା ଉଚିତ ।

ମକର ରାଶି

ଏହି ରାଶିର ସ୍ଵାମୀ ହେଉଛନ୍ତି ଶନିଦେବ । ଶନିଦେବ ଭଗବାନ ଶିବଙ୍କୁ ନିଜ ଗୁରୁ ରୂପେ ମାନନ୍ତି । ସେଥିପାଇଁ ଭଗବାନ ଶିବଙ୍କ ଆରାଧନା କଲେ ଶନିଦେବ ମଧ୍ୟ ଖୁସି ହୁଅନ୍ତି । ଏହି ରାଶିର ଲୋକେ ମଧ୍ୟ ତାଙ୍କ ଉପରେ କୌଣସି ସମସ୍ଯା ଆସିଲେ ତାକୁ ସହଜରେ ପାର କରି ନିଅନ୍ତି । ଆପଣଙ୍କୁ ନିୟମିତ ଭାବେ ଭଗବାନ ଶିବଙ୍କ ପୂଜା କରି ଜଳ ଅର୍ପଣ କରିବା ଉଚିତ । ଏହା ସହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କଲେ ଜୀବନରେ ଆହୁରି ଅଧିକ ସଫଳତ ହାସଲ କରିବେ ।

କୁମ୍ଭ ରାଶି

କୁମ୍ଭ ରାଶି ଲୋକଙ୍କ ସ୍ଵାମୀ ମଧ୍ୟ ଶନିଦେବ ଅଟନ୍ତି । ଏହି ରାଶିର ଲୋକ ମଧ୍ୟ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । ଏମାନେ ବହୁତ ବିଶ୍ଵସ୍ତ ହେବ ସହ ସର୍ବଦା ସମାଜର ହିତ ନିମନ୍ତେ ଚିନ୍ତା କରନ୍ତି । ଏହି କାରଣରୁ ଏମାନଙ୍କୁ ଖୁବ ମାନ ସମ୍ମାନ ମଧ୍ୟ ମିଳିଥାଏ । ଏମାନେ କୌଣସି ଶୁଭ କାର୍ଯ୍ୟ କଲେ ତାଙ୍କ ଭାଗ୍ୟ ଆହୁରି ତେଜ ହୋଇଯାଏ । ଯଦି ଆପଣ ନିଜ କଷ୍ଟକର ସମୟକୁ ସହଜରେ ପାର କରିବାକୁ ଚାହାନ୍ତି ତେବେ ନିୟମିତ ଭାବେ “ଓଁ ନମଃ ଶିବାୟ” ଜପ କରନ୍ତୁ । ବନ୍ଧୁଗଣ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।