ଏହି ନାରୀକୁ ବିବାହ କଲେ ପୁରୁଷ ହୋଇଥାଏ କୋଟିପତି ଓ ଆନନ୍ଦିତ, ନାରୀ କେତେ ପ୍ରକାରର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସଂସାରରେ ଭିନ୍ନ ଭିନ୍ନ ପ୍ରକାରର ନାରୀ ଥାନ୍ତି । ସେମାନଙ୍କର ଲକ୍ଷଣ ଓ ସ୍ଵଭାଵ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି କେଉଁ ନାରୀଙ୍କୁ ବିବାହ କରିଲେ ପୁରୁଷମାନେ ଖୁସିରେ ଥାନ୍ତି । କେଉଁ ନାରୀ କେଉଁ ପୁରୁଷଙ୍କୁ ବିବାହ କରିଲେ ସେମାନଙ୍କର ବୈବାହିକ ଜୀବନ ଖୁସି ଓ ଶାନ୍ତିରେ କଟିଥାଏ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ନାରୀ ଓ ପୁରୁଷମାନଙ୍କୁ ସାଧାରଣତଃ ୪ ଭାଗରେ ବିଭକ୍ତ କରାଯାଇଛି ।

ସେଗୁଡିକ ହେଲା ପଦ୍ମିନୀ, ଚିତରିଣୀ, ଶଙ୍ଖିନୀ, ହସ୍ତୀନୀ । ପୁରୁଷ ମଧ୍ୟ ୪ ପ୍ରକାରର ହୋଇଥାନ୍ତି ସେଗୁଡିକ ହେଲା ଶାସକ, ମୃଗ, ବୃଷ, ଅଶ୍ୱ ଅଟନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ନାରୀ କେଉଁ ପୁରୁଷକୁ ବିବାହ କଲେ ଖୁସିରେ ରହିଥାନ୍ତି ।

ପଦ୍ମିନୀ

ଏହି ନାରୀମାନେ ଶାସ୍ତ୍ର ଅନୁସାରେ ସର୍ବୋତ୍ତମ ହୋଇଥାନ୍ତି । ଏହି ନାରୀ ସୁଖି ଓ ଧାର୍ମିକ ବି ଅଟନ୍ତି । ଏମାନେ ଗୁରୁ, ବ୍ରାହ୍ମଣ, ମାତା ଓ ପିତା ମାନଙ୍କୁ ସେବା କରିଥାନ୍ତି । ବାପ ଘର ଓ ଶଶୁର ଘର ଲୋକଙ୍କର ହିତକାରୀ ଅଟନ୍ତି । ଏମାନେ ବହୁତ ସୁନ୍ଦର ମଧ୍ୟ ହୋଇଥାନ୍ତି । ଏମାନଙ୍କ ଦେହ ପଦ୍ମ ଭଳି ବାସୁଥାଏ । କେସ ଲମ୍ବା, ଘନ ଓ କଲା ହୋଇଥାଏ । ଆଖି ବଡ ହୋଇଥାଏ ଓ ମୁହଁ ଗୋଲ ହୋଇଥାଏ । ନାକ, କାନ, ଆଙ୍ଗୁଳି, ଦାନ୍ତ, ଓଠ ଅତ୍ୟନ୍ତ ଛୋଟ ଛୋଟ ହୋଇଥାଏ ଓ ବେକ ଶଙ୍ଖ ଭଳି ହୋଇଥାଏ ।

ଏମାନେ ସ୍ଵାମୀ ପରାୟଣ ହୋଇଥାନ୍ତି । ଏମାନେ ସବୁ ଗୁଣର ସମ୍ପନ୍ନ ହୋଇଥାନ୍ତି । ହଂସ ପରି ଚାଲିଥାଆନ୍ତି । ଏମାନେ ଗୁରୁଜନମାନଙ୍କୁ ସମ୍ମାନ ଓ ଛୋଟମାନଙ୍କୁ ସ୍ନେହ କରିଥାନ୍ତି । ଏମାନଙ୍କୁ ନାଲି ରଙ୍ଗର ବସ୍ତ୍ର ପ୍ରିୟ ହୋଇଥାନ୍ତି । ଏମାନେ ଶାସକ ଜାତିର ପୁରୁଷକୁ ବିବାହ କଲେ ବହୁତ ସୁଖ ଶାନ୍ତିରେ ରହିଥାନ୍ତି ।

ଚିତ୍ରିଣି

ଏହି ନାରୀ ପତିବ୍ରତା ହୋଇଥାନ୍ତି । ଗୁରୁଜନଙ୍କୁ ସମ୍ମାନ ଦିଅନ୍ତି । ଏମାନଙ୍କର ଭୋଗ ବିଳାସ ପ୍ରତି ଇଛା ନ ଥାଏ । ପରିଶ୍ରମ ଅଧିକ କରିଥାନ୍ତି । ଏମାନେ ବହୁତ ବିଚକ୍ଷଣ ହୋଇଥାନ୍ତି । ନୃତ୍ୟ, ଗୀତ, ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇଥାନ୍ତି । ଏମାନେ ଧାର୍ମିକ ପ୍ରକୃତିର ହୋଇଥାନ୍ତି । ଏମାନେ ତୀର୍ଥ, ବ୍ରତ, ସାଧୁ, ସନ୍ଥ, ଗୁରୁଙ୍କୁ ସେବା କରିବାରେ ଖୁସି ପାଇଥାନ୍ତି । ଏମାନେ ଦେଖିବାକୁ ସୁନ୍ଦର ସୁଶୀଳା ହୋଇଥାନ୍ତି, ମସ୍ତକ ଗୋଲାକାର, ଶରୀର କୋମଳ ଓ ଆଖି ଚଞ୍ଚଳ ହୋଇଥାଏ । ସ୍ୱର କୋଇଲି ପରି ହୋଇଥାଏ ।

ଏମାନେ ଗରିବ ଘରେ ଜନ୍ମ ହୋଇଥିଲେ ବି ବିବାହ ପରେ ଏମାନେ ପାଟ ରାଣୀ ପରି ଜୀବନ ବିତାଇଥାନ୍ତି । ଏମାନଙ୍କ ଶରୀର କ୍ଷୀର ପରି ବାସୁଥାଏ । ଏମାନେ ମୃଗ ଜାତିର ପୁରୁଷଙ୍କୁ ବିବାହ କଲେ ଶାନ୍ତି ଓ ସୁଖରେ ରହିଥାନ୍ତି ।

ଶଙ୍ଖିନୀ

ଏହି ନାରୀ ଅନ୍ୟ ନାରୀମାନଙ୍କ ଅପେକ୍ଷା ଲମ୍ବା ହୋଇଥାନ୍ତି । ନାକ ମୋଟା ଆଖି ଅସ୍ଥିର ଥାଏ । ଏମାନେ ବିନା କାରଣରେ କ୍ରୋଧିତ ହୋଇଥାନ୍ତି ଓ ସବୁବେଳେ ଆଶାନ୍ତିରେ ଥାଆନ୍ତି । ଏମାନେ ପରିବାର ଠାରୁ ଅଲଗା ରହିବା ପାଇଁ ପସନ୍ଦ କରନ୍ତି ଓ ସ୍ୱାମୀ ସହ ଏମାନଙ୍କର ସମ୍ପର୍କ ଭଲ ନ ଥାଏ । ଏମାନେ ଏଘର ମାଉସୀ ସେ ଘର ପିଉସୀ ସ୍ୱଭାବର ହୋଇଥାନ୍ତି । ଏମାନଙ୍କ ଶରୀର ମାଛ ପରି ଗନ୍ଧ ହୋଇଥାଏ । ଏମାନେ ବୃଷ ଜାତିର ପୁରୁଷ ମାନଙ୍କ ସହ ବିବାହ ହୋଇ ଶାନ୍ତିରେ ରହିବାକୁ ଚେଷ୍ଟା କରନ୍ତି ।

ହସ୍ତୀନି

ଏହି ନାରୀମାନେ ସବୁବେଳେ ଭୋଗବିଳାସରେ ମସ୍ତିଥାନ୍ତି । ଏମାନେ କଥା କଥାରେ ହସିଥାନ୍ତି । ଏମାନଙ୍କ ଶରୀର ମୋଟା ଓ ଅଳସୁଆ ହୋଇଥାନ୍ତି । ଏମାନେ କ୍ରୋଧି ଓ ନିଷ୍ଠୁର ହୋଇଥାନ୍ତି । ଏମାନେ ସବୁବେଳେ ଅଶାନ୍ତିରେ ଥାନ୍ତି ଏମାନଙ୍କ ଶରୀରରୁ ମଦର ଗନ୍ଧ ବାହାରି ଥାଏ ଓ ଦାନ୍ତ, ଗାଲ, ଆଖି ବଡ଼ ଏବଂ ଶରୀର ଲୋମ ଯୁକ୍ତ ହୋଇଥାଏ । ଏମାନେ ଅଶ୍ଵ ଜାତିର ପୁରୁଷଙ୍କୁ ବିବାହ କରି ସମ୍ପୂର୍ଣ ଖୁସିରେ ରହିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।