ସୁସ୍ଥ ରହିବାର 5 ସହଜ ଉପାୟ, ଜାଣିନେଲେ କେବେବି ଆଉ ପଡିବେନି ରୋଗରେ

ସ୍ବାସ୍ଥ୍ୟ ସବୁଠାରୁ ଦାମୀ ଜିନିଷ ହୋଇଥାଏ । ଯେପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଭଲ ରହିଥାଏ ସେ ପର୍ଯ୍ୟନ୍ତ ମନୁଷ୍ୟ ଜୀବନରେ କିଛି ମଧ୍ୟ ଅସୁବିଧା ହୋଇନଥାଏ । କିନ୍ତୁ ସ୍ବାସ୍ଥ୍ୟ ଖରାପ ହେବା ପରେ ହିଁ ଲୋକମାନେ ଏହାର ମହତ୍ୱ ବୁଝିପାରିଥାନ୍ତି । ପୁରା ଦିନ ଯେତିକି ସମୟ ମନୁଷ୍ୟ ନିଜର ମୋବାଇଲ ପଛରେ ନଷ୍ଟ କରିଥାଏ ଯଦି ସେତିକି ସମୟ ସେ ନିଜର ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତା ତେବେ କେବେ ମଧ୍ୟ ତାକୁ ସ୍ବାସ୍ଥ୍ୟ ସମ୍ବନ୍ଧିତ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡନ୍ତାନି । ଆଜି ଆମେ ଆପଣଙ୍କୁ ଏମିତି ୫ଟି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ଵାରା ଆପଣଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ । ତେବେ ଚାଲନ୍ତୁ ଜାଣିବା ।

୧:- ସବୁବେଳେ ନିଜର ବାମ ପାଖ କରି ଶୋଇବା ଦରକାର । କାରଣ ଡାହାଣ ପାଖ ମାଡ଼ି ଶୋଇଲେ ଷ୍ଟୋମାକ ଏସିଡ ଆମ ପେଟରେ ବହୁତ ପ୍ରକାରର ସମସ୍ୟା ସ୍ତୃଷ୍ଟି କରିଥାଏ । ଯେମିତି ହଜମ ନହେବା, ବ୍ଲଡ ସର୍କୁଲେସନ ନହେବା, ଛାତି ଜଳିବା । କିନ୍ତୁ ବାମ ପାଖ ମାଡ଼ି ଶୋଇଲେ ଆମର ହଜମ ଶକ୍ତି ବଢ଼ିଥାଏ ଏବଂ ଆମକୁ ଏସିଡ ସମସ୍ୟା ରହିନଥାଏ ।

୨:- ସବୁବେଳେ ବେଶି ପାଣି ପିଅନ୍ତୁ । ଆମର ବ୍ୟସ୍ତ ଜୀବନରେ ଆମେ ପାଣି ପିଇବାକୁ ଭୂଳିଯାଇଥାଉ ଯେତେବେଳେ ଶୋଷ ଲାଗିଥାଏ ସେତେବେଳେ ହିଁ ପାଣି ପିଥାଉ । କିନ୍ତୁ ଏହା କରିବା ଆମର ଶରୀର ପାଇଁ ବହୁତ ଖରାପ ହୋଇଥାଏ । ଯଦି ଆପଣଙ୍କୁ ପାଣି ପିଇବାକୁ ମନେ ପଡୁନାହିଁ ତେବେ ମୋବାଇଲ ରେ ଟାଇମ ସେଟ କରନ୍ତୁ ଏବଂ ମନେ ପକେଇ ପାଣି ପିଅନ୍ତୁ । ଗୋଟେ ଦିନରେ ଆପଣ ଯେତେ ଅଧିକ ପାଣି ପିଇବେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ତାହା ସେତେ ଫାଇଦା ଦେଇଥାଏ ।

୩:- ମନୁଷ୍ୟକୁ ସବୁବେଳେ ନୀରୋଗି ରହିବ ପାଇଁ ଚାଲିବା ଉଚିତ । ଗୋଟେ ମଣିଷକୁ ସୁସ୍ଥ ରହିବା ପାଇଁ ଗୋଟେ ଦିନରେ ୮୦୦୦ ଷ୍ଟେପ ଚାଲିବା ଦରକାର ହୋଇଥାଏ । ତେଣୁ ପ୍ରତିଦିନ ଚାଲନ୍ତୁ ଏହା ଦ୍ଵାରା ଆପଣ ସୁସ୍ଥ ରହିବେ । ଏବଂ ରୋଗ ଠାରୁ ଦୂରେଇ ରହିବେ ।

୪:- ଖାଦ୍ୟ ଖାଉଥିବା ସମୟରେ ତାକୁ ୩୨ ଥର ଚୋବେଇ ଚୋବେଇ ଖଆନ୍ତୁ । ଆୟୁର୍ବେଦ ଅନୁଯାୟୀ ଯଦି ଆମେ ଆମର ଖାଦ୍ୟକୁ ୩୨ ଥର ଚୋବେଇକି ଖାଇବା ତେବେ ଆମେ କେବେ ମଧ୍ୟ କୌଣସି ପେଟ ସମ୍ବନ୍ଧିତ ରୋଗର ଶିକାର ହେବାନାହିଁ । ଖାଇବା ଠିକ ଭାବରେ ନ ଚୋବେଇବା ଦ୍ଵାରା ଆମର ଡାଇଯେସନ ଠିକ ଭାବରେ ହୋଇନଥାଏ ଏବଂ ଏହା ଆମକୁ ଅସୁସ୍ଥ କରିଥାଏ । ତେଣୁ ଖାଦ୍ୟ ଖାଇବା ସମୟରେ ତାକୁ ଚୋବେଇ ଚୋବେଇ ଖାଆନ୍ତୁ ।

୫:- ସବୁବେଳେ ସୁସ୍ଥ ଖାଦ୍ୟ ଖାଆନ୍ତୁ । ଯଦି ଆପଣ ସବୁବେଳେ ଜଙ୍କ ଫୁଡ ଖାଉଛନ୍ତି ତେବେ ଆପଣ ସବୁବେଳେ ରୋଗାସ୍ତ ରହିବେ । ତେଣୁ ସବୁଦିନ ବ୍ୟାୟାମ କରନ୍ତୁ ଏବଂ ସୁସ୍ଥ ଖାଦ୍ୟ ଖାଆନ୍ତୁ । କୋଲ୍ଡ ଡ୍ରିଙ୍କ, ପିଜ୍ଜା, ବର୍ଗର, ଭଳି ଜଙ୍କ ଫୁଡ଼ ଠାରୁ ଦୂରେଇ ରୁହନ୍ତୁ । କାରଣ ଏମିତି ଖାଦ୍ୟ କେବଳ ପାଟି ପାଇଁ ସୁଆଦିଆ ହୋଇଥାଏ କିନ୍ତୁ ଆମ ସ୍ବାସ୍ଥ୍ୟ ପାଇଁ ଏହା ବହୁତ ଖରାପ ହୋଇଥାଏ ।

ତେବେ ଆପଣ ଏହି ୫ଟି ଉପାୟକୁ କରନ୍ତୁ ଏବଂ ସୁସ୍ଥ ରୁହନ୍ତୁ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।