“ନନ୍ଦିନୀ ବହୁତ ସୁନ୍ଦର ଝିଅ ଥିଲା, ମୁଁ ତାକୁ ଦେଖିକି ଫସିଗଲି, ବାସରାତି ପୂର୍ବରୁ ସେ ପର ପୁରୁଷ ସହ…” ନବ ବିବାହିତା ପତ୍ନୀ ବିଷୟରେ ସ୍ଵାମୀ ଯାହା କହିଲେ ନା…ଦେଖନ୍ତୁ Video

ବାହାଘର ବାସି ଦିନ ମନ୍ଦିର ଯିବ କହି ବୋହୂ ଫେରାର ହୋଇଯିବା ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ବଳରାମ ନାମକ ଯୁବକ ପୁରୀର ନନ୍ଦିନୀଙ୍କୁ ଘରଲୋକଙ୍କ ସହମତି କ୍ରମେ ବିବାହ କରିଥିଲେ । ଘରେ ତାଙ୍କ ବିବାହ ଠିକ ଥିବା କରିଥିବା ବେଳେ ସେ ବିବାହ ପୂର୍ବରୁ ଝିଅକୁ ଦେଖି ନଥିଲେ କି ତାଙ୍କ ଘର କେଉଁଠି ମଧ୍ୟ ଜାଣି ନଥିଲେ । ଘରଲୋକ ବାହାଘର ଠିକ କରିଥିବାରୁ କେବଳ ଫଟୋ ଦେଖି ସେ ବିବାହ ପାଇଁ ରାଜି ହୋଇ ଯାଇଥିଲେ ।

କିନ୍ତୁ ବାହାଘର ପରଦିନ ଦିନ ହିଁ ବୋହୂ ଏପରି କିଛି କାଣ୍ଡ କରିଦେଲା ଯାହାକୁ ନେଉ ଏବେ ପଶ୍ଚାତାପ କରୁଛନ୍ତି ବଳରାମଙ୍କ ପରିବାର । କାରଣ ଭଲ ଭାବେ ଝିଅ କେମିତି ଚରିତ୍ରର ନଜାଣି ହଡବଡିରେ ସେମାନେ ପୁରା ବାହାଘର କରି ଦେଇଥିଲେ । ବଳରାମଙ୍କ କହିବା ଅନୁଯାୟୀ ଗତ ୧୨ ତାରିଖ ଦିନ ତାଙ୍କ ବାହାଘର ହୋଇଥିଲା । ବାସର ରାତିରେ ବହୁତ ଥକି ପଡିଥିବାରୁ ଉଭୟ ଶୋଇ ପଡିଥିଲେ ।

କିନ୍ତୁ ଅଧରାତିରେ ଯେତେବେଳେ ବଳରାମଙ୍କ ନିଦ ଭାଙ୍ଗିଥିଲା ସେ ତାଙ୍କ ନବ ବିବାହିତା ପତ୍ନୀଙ୍କୁ ଉଲଗ୍ନ ହୋଇ କାହାକୁ ଭିଡିଓ କଲ୍ କରୁଥିବାର ଦେଖିବାକୁ ପାଇଥିଲେ । ବଳରାମ ଏକଦମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଓ ପତ୍ନୀଙ୍କୁ ଏନେଇ ତାଗିଦ କରିଥିଲେ । ସେ କହିଥିଲେ ତୁମେ ତ ନିଜ ଇଚ୍ଛାରେ ମୋତେ ବାହା ହେଲ ଆଉ ଏବେ ଏସବୁ କଣ କରୁଛ । କିନ୍ତୁ ନନ୍ଦିନୀ ତାଙ୍କ ଗୋଡ ତଳେ ପଡି କ୍ଷମା ମାଗିଥିଲେ ଓ ଏମିତି ଆଉ କେବେବି କରିବେ ନାହିଁ ବୋଲି କହିଥିଲେ ।

ଯେହେତୁ ନୂଆରେ ବାହାଘର ହୋଇଥିଲା ତେଣୁ ତାଙ୍କର ଅପମାନ ହେବ ଭାବି ବଳରାମ ଚୁପ୍ ରହିଥିଲେ ଓ ନନ୍ଦିନୀଙ୍କୁ କ୍ଷମା ମଧ୍ୟ କରି ଦେଇଥିଲେ । ଏହା ପରଦିନ ନନ୍ଦିନୀ ବଳରାମଙ୍କ ଦୀର୍ଘ ଆୟୁଷ ପାଇଁ ମାନସିକ କରିଥିବା କହି ତାଙ୍କୁ ଲିଙ୍ଗରାଜ ମନ୍ଦିର ନେଇଯିବାକୁ କହିଥିଲେ । ସେଠାରେ କିନ୍ତୁ ନନ୍ଦିନୀଙ୍କ ପରିବାର ଉପସ୍ଥିତ ଥିବା ଦେଖି ବଳରାମ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ବଳରାମଙ୍କୁ ଗାଡିରେ ବସିବା ପାଇଁ ବାଧ୍ୟ କରି ନନ୍ଦିନୀଙ୍କ ସମେତ ତାଙ୍କ ପରିବାର ଲୋକ ବଳରାମଙ୍କୁ ଧୁମ୍ ମାଡ ମାରିଥିଲେ ।

କିନ୍ତୁ ସେଠାରେ ଉପସ୍ଥିତ ଥିବା ପଣ୍ଡା ଓ ପୋଲିସ ମାନେ ବଳରାମଙ୍କୁ ଉଦ୍ଧାର କରି ନନ୍ଦିନୀଙ୍କ ପରିବାରକୁ ଥାନାକୁ ନେଇ ଯାଇଥିଲେ । ବଳରାମଙ୍କ ପରିବାର ବିବାହର ସବୁ ଖର୍ଚ୍ଚ ବହନ କରିଥିବା ବେଳେ ସୁନା ଚେନ୍, ମୁଦି ଓ ପାଉଁଝି ଆଦି ମଧ୍ୟ ଦେଇଥିଲେ । ନନ୍ଦିନୀ ସେସବୁ ନେଇ ଫେରାର ହୋଇ ଯାଇଛନ୍ତି । ସୁନ୍ଦର ରୂପ ଦେଖି ବଳରାମ ଫସିଗଲେ ବୋଲି କହୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।