ଜିଲ୍ଲାପାଳ ହେବ ତ ଏମିତି, ଅନାଥ ପିଲାଙ୍କ ମୁହଁରେ ହସ ଭରି ଦେଇଛନ୍ତି ଏହି ଜିଲ୍ଲାପାଳ, video ଦେଖିଲେ ଆପଣ ବି ପ୍ରଶଂସା ନକରି ରହି ପାରିବେନି

ଦୁନିଆରେ ସମସ୍ତଙ୍କ ପିଲାଦିନ ଇଚ୍ଛା ମୁତାବକ କଟି ନଥାଏ କି ସମସ୍ତଙ୍କ ପାଖେ ବାପାମା’ ନଥାନ୍ତି । ବାପାମା’ ଛେଉଣ୍ଡ ଏହି ପିଲାମାନେ ନିଜ ପସନ୍ଦର ଡ୍ରେସ ପିନ୍ଧିବାକୁ ବି ପାଇ ନଥାନ୍ତି । ଯିଏ ଯାହା ଦେଲା ତାକୁ ଖୁସିରେ ପିନ୍ଧନ୍ତି । ଏହି ଝିଅମାନେ ହୁଏତ ଜୀବନରେ କେବେ ଏତେ ବଡ ଡ୍ରେସ ଦୋକାନ ବି ବୁଲି ଦେଖି ନଥିବେ । ସେମାନଙ୍କ ମୁହଁରେ ଥିବା ହସ ଓ ଆଖିର ଚମକ ଏହା ସ୍ପଷ୍ଟ କହି ଦେଉଛି । ଧାଡି ହୋଇ ଏକା ସାଥିରେ ଡ୍ରେସ ଦୋକାନ ଭିତରକୁ ଝିଅମାନେ ପ୍ରବେଶ କରୁଛନ୍ତି ଆଉ ସମସ୍ତଙ୍କୁ ହାତଯୋଡି ପ୍ରଣାମ କରୁଛନ୍ତି ।

ସବୁବେଳେ ଆଉ କାହାର ପାଲଟା ଡ୍ରେସ ପିନ୍ଧୁଥିବା ଏହି ଝିଅମାନେ ଆଜି ନିଜେ ନିଜ ପସନ୍ଦର ଡ୍ରେସ କିଣିବାକୁ ସୁଯୋଗ ପାଇଛନ୍ତି । ତେବେ କୁନି କୁନି ଝିଅ ମାନଙ୍କର ଏହି ହସଖୁସି ପଛରେ ରହିଛି ଗଜପତି ଜିଲ୍ଲା ପ୍ରଶାସନର ହାତ । ବଜାର ବୁଲିବା ଓ ମନ ପସନ୍ଦର ପୋଷାକ କିଣି ପିନ୍ଧିବା ସବୁ ପିଲାଙ୍କର ଇଚ୍ଛା ଥାଏ । କିନ୍ତୁ ଏହି ଶିଶୁମାନଙ୍କ ପାଇଁ ଏତିକି ଇଚ୍ଛା ବି ଖୁବ ମହଙ୍ଗା । କିନ୍ତୁ ଆଜି ବାସ୍ତବରେ ପରିଣତ ହୋଇଛି ଏହି ପିଲା ମାନଙ୍କର ସ୍ଵପ୍ନ । ପାରଳାଖେମୁଣ୍ଡିରେ ରହିଛି ଏହି ବାଳିକା ଶିଶୁ ଯତ୍ନ କେନ୍ଦ୍ର ।

ପ୍ରାଉଡ ସ୍ଵେଚ୍ଛାସେବୀ ସଂସ୍ଥା ଦ୍ଵାରା ପରିଚାଳିତ ଏହି ଶିଶୁ ଯତ୍ନ କେନ୍ଦ୍ରରେ ୪୦ରୁ ଅଧିକ ପିଲା ରହୁଛନ୍ତି । ଏହି ପିଲାମାନେ ସମସ୍ତେ ଅନାଥ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଏମାନଙ୍କ ଦେଖାଶୁଣା କରୁଛି । ଆଜି ଯାଏଁ ଏହି ପିଲାମାନେ ଜିଲ୍ଲା ପ୍ରଶାସନ କିମ୍ବା କିଛି ସହୃଦୟ ବ୍ୟକ୍ତି କିଛି ଦାନ କଲେ ଯାଇ ତାହା ଏମାନେ ବ୍ୟବହାର କରୁଥିଲେ । ହେଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏହି ପରମ୍ପରାକୁ ଭାଙ୍ଗି ଦେଇଛନ୍ତି ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଅନ୍ତେବାସୀଙ୍କୁ ବଜାର ନିଆ ଯାଇଥିଲା । ସେଠାରେ ସେମାନେ ନିଜ ମନ ପସନ୍ଦର ପୋଷାକ କିଣିଥିଲେ । ପ୍ରଥମ ଥର ପାଇଁ ସପିଙ୍ଗ ମଲ୍ ଆସିଥିବାରୁ ପିଲାମାନେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ସାଧାରଣତଃ ହଷ୍ଟେଲ ପିଲାମାନଙ୍କ ପାଇଁ ଏକ ରକମର ଡ୍ରେସ ବା ୟୁନିଫର୍ମ ଆସିଥାଏ । ନିଜ ଇଚଚାକୁ ମାରି ସମସ୍ତେ ଏକା ଭଳି ପୋଷାକ ପିନ୍ଧିବାକୁ ବାଧ୍ୟ ହୋଇଥାନ୍ତି ।

ହେଲେ ଏହି ପ୍ରଥାକୁ ଭାଙ୍ଗି ପିଲାମାନଙ୍କୁ ନିଜ ପସନ୍ଦର ପୋଷାକ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ଏଥିପାଇଁ ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଯେତେ ପ୍ରଶଂସା କଲେ ବି କମ୍ ପଡିବ । କାହା ମୁହଁରେ ହସ ଟିକେ ଦେବା ହେଉଛି ଦୁନିଆର ସବୁଠୁ ବଡ ଉପହାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।