ବାପା-ମା’ ଜୀବିତ ଥାଇ ବି କାହିଁକି ଜୀବନରେ କେବେ ବି ସେମାନଙ୍କୁ ଭେଟି ପାରି ନଥିଲେ Andrew Symonds, ତାଙ୍କ ଜୀବନର ଏହି ଦୁଃଖଦ କାହାଣୀ ଆପଣଙ୍କ ଆଖି ଭିଜେଇ ଦେବ

ଗତ ଶନିବାର ଦିନ ରାତିରେ କ୍ରିକେଟ ଦୁନିଆର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ତଥା କିମ୍ବଦନ୍ତୀ ଆଣ୍ଡ୍ର୍ଯୁ ସାଇମଣ୍ଡସ ଏକ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସେ ନିଜ ହୋମଟାଉନ କୁଇନ୍ସଲାଣ୍ଡର ଟାଉନ୍ସଭିଲେରେ ଏକାକୀ କାର୍ ଚଲେଇ ଯିବାବେଳେ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ଆଲିସ ନଦୀ ବ୍ରିଜ ନିକଟସ୍ଥ ହରଭେରୀ ରେଞ୍ଜ ରୋଦରେ ତାଙ୍କ କାର୍ ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଯାହାଫଳରେ ତାଙ୍କ ମୁଣ୍ଡରେ ଭୀଷଣ ଆଘାର ଲାଗିଥିଲା ଓ ସେ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ ।

୪୬ ବର୍ଷୀୟ ଆଣ୍ଡ୍ର୍ଯୁ ସାଇମଣ୍ଡସଙ୍କୁ ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଣ୍ଡ୍ର୍ଯୁ ସାଇମଣ୍ଡସଙ୍କ ମୃତ୍ୟୁ ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ଓ ଅନେକ ରହସ୍ୟ ସାମ୍ନାକୁ ଆସୁଛି । ଆଜି ଆମେ ଆପଣଙ୍କୁ ସାଇମଣ୍ଡସଙ୍କ ଜୀବନର ଏପରି ଏକ ରହସ୍ୟ ବିଷୟରେ କହିବୁ ଯାହା ଆପଣ ହୁଏତ ଜାଣି ନଥିବେ । ଆଣ୍ଡ୍ର୍ଯୁ ସାଇମଣ୍ଡସ ଅଷ୍ଟ୍ରେଲିଆ ଦଳ ପାଇଁ କ୍ରିକେଟ ଖେଳୁଥିଲେ ମଧ୍ୟ ସେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ।

ସାଇମଣ୍ଡସ ଥରେ ନିଜେ ଏକ ସାକ୍ଷାତକାରରେ କହିଥିଲେ କି, ସେ ତାଙ୍କ ପ୍ରକୃତ ପିତାମାତାଙ୍କୁ କେବେବି ଭେଟି ନାହାନ୍ତି । ସାଇମଣ୍ଡସଙ୍କ କହିବା ମୁତାବକ ସେ ୯ ଜୁନ ୧୯୭୫ରେ ଇଂଲଣ୍ଡର ବର୍ମିଂହାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପୋଷ୍ୟ ସନ୍ତାନ ଥିଲେ, ତେଣୁ ସେ ତାଙ୍କ ଅସଲି ପିତାମାତାଙ୍କୁ ଜାଣନ୍ତି ନାହିଁ । ସେମାନଙ୍କ ସହ ଆଣ୍ଡ୍ର୍ଯୁ ସାଇମଣ୍ଡସଙ୍କ କେବେବି ସାକ୍ଷାତ ହୋଇନାହିଁ । ସାଇମଣ୍ଡସ ଜନ୍ମ ହେବା ପରେ ତାଙ୍କ ପିତାମାତା ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଛାଡି ଦେଇଥିଲେ ।

ଆଣ୍ଡ୍ର୍ଯୁଙ୍କୁ ମାତ୍ର ୩ ମାସ ହୋଇଥିବା ବେଳେ କେନ୍ ଓ ବାର୍ବରା ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଏହାପରେ କେନେଥ ୱାଲ୍ଟର ଓ ବାର୍ବରା ତାଙ୍କ ନାମ ଆଣ୍ଡ୍ର୍ଯୁ ସାଇମଣ୍ଡସ ରଖିଥିଲେ । ସାଇମଣ୍ଡସଙ୍କ କ୍ରିକେଟ କ୍ଯାରିୟର ଖୁବ ଶାନଦାର ଥିଲା । ତାଙ୍କ ପ୍ରତିନିଧିତ୍ଵ ଅଷ୍ଟ୍ରେଲିଆ ଦୁଇଥର ବିଶ୍ଵ ବିଜୟୀ ହୋଇଛି । ସାଇମଣ୍ଡସ ତାଙ୍କ କ୍ରିକେଟ କ୍ଯାରିୟର ମଧ୍ୟରେ ୨୬ଟି ଟେଷ୍ଟ ମ୍ଯାଚ, ୧୯୮ଟି ଦିନିକିଆ ମ୍ଯାଚ ଓ ୧୪ଟି ଟି-୨୦ ଆନ୍ତର୍ଜାତୀୟ ମ୍ଯାଚ ଖେଳିଥିଲେ ।

ସେ ଟେଷ୍ଟ ମ୍ଯାଚରେ ୨ଟି ଶତକ, ୧୦ଟି ଅର୍ଦ୍ଧଶତକ ସହ ୧୪୬୨ ରନ୍ ଏବଂ ଦିନିକିଆରେ ୬ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ବଳରେ ମୋଟ ୫୦୮୮ ରନ୍ କୋର କରିଥିଲେ । କ୍ଯାରିୟରର ଶୀର୍ଷରେ ଥିବା ବେଳେ କିନ୍ତୁ କିଛି ଭୁଲ ଯୋଗୁଁ ଆଣ୍ଡ୍ର୍ଯୁ ସାଇମଣ୍ଡସଙ୍କୁ ଦଳରୁ ବିତାଡିତ ହେବାକୁ ପଡିଥିଲା । ଏହାର ମୁଖ୍ୟ କାରଣ ତାଙ୍କର ମଦ ନିଶା ବୋଲି କୁହାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।