ହଠାତ ରକ୍ତ ଭଳି ନାଲି ହୋଇଗଲା ଚୀନ ଆକାଶ ! ଲୋକେ ଦେଖି ହେଲେ ଭୟଭୀତ ! ସାମ୍ନାକୁ ଆସିଲା ଏକ ବଡ ସତ୍ୟ

ଥରେ ଭାବି ଦେଖନ୍ତୁ ତ, ଆପଣ ସନ୍ଧ୍ୟା ସମୟରେ ବାହାରେ ବୁଲୁଥିବେ ଠିକ ସେତିକି ବେଳେ ଆକଷ ହଠାତ ନାଲି ହୋଇଯିବ, ଆପଣଙ୍କୁ କେମିତି ଲାଗିବ ? ଆକାଶର ଅନେକ ରଙ୍ଗ ରହିଛି । କିନ୍ତୁ ନିକଟରେ ଆକାଶ ନାଲି ହେବା ଭଳି ଏକ ଖବର ସାମ୍ନାକୁ ଆସିଛି । ଚୀନଆରଆର ଘଟିଛି ଏଭଳି ଏକ ଚମତ୍କାର ଘଟଣା । ଯେଉଁଥି ପାଇଁ ଲୋକମାନେ ଘର ବାହାରକୁ ଯାଇ ଆକାଶକୁ ଦେଖିବାକୁ ବାଧ୍ୟ ହେଉଛନ୍ତି । ହଠାତ ଚାଇନା ଆକଷା ନାଲି ହୋଇ ଯାଇଥିଲା ।

ଆଉ ଆକାଶ କଣ ପାଇଁ ଏଭଳି ନାଲି ହୋଇଛି ଏହି ପ୍ରଶ୍ନ ଅନେକଙ୍କୁ ବିଚଳିତ ମଧ୍ୟ କରିଛି । ଏଭଳି ରକ୍ତିମ ଆକାଶ ଦେଖି ଲୋକଙ୍କ ମନରେ ଛନକା ପଶି ଯାଇଥିଲା । ଚୀନର ହାଉସାନ ନାମକ ଏହି ସହରରେ କିଛି ମୂହୁର୍ତ୍ତ ମଧ୍ୟରେ ଭୟାର ବାତାବରଣ ସୃଷ୍ଟି ହୋଇ ଯାଇଥିଲା । କିନ୍ତୁ ଏନେଇ କିଛି ପଦାର୍ଥ ବିଜ୍ଞାନୀ ନିଜ ମତ ରଖି କହିଛନ୍ତି କି, ଆଲୋକର ବିଛୁରଣ ହେତୁ ଆକାଶ ନାଲି ହୋଇଛି । ଜହ୍ନର କିରଣ ଆକାଶରେ ପଡିବା ପରେ ଏଭଳି ଘଟିଥିବା ସେମାନେ କହିଛନ୍ତି ।

ଏହି ସମୟରେ ଆକାଶ ପ୍ରିଜମ ଭଳି କାମ କରେ ବୋଲି ଆପଣ ଷଷ୍ଠ ଶ୍ରେଣୀ ବିଜ୍ଞାନ ବହିରେ ନିଶ୍ଚିତ ଭାବେ ପଢିଥିବେ । ବିଜ୍ଞାନ ଅନୁଯାୟୀ ସୂର୍ଯ୍ୟକିରଣ ବା ଯେକୌଣସି କିରଣର ସାତୋଟି ରଙ୍ଗ ଥାଏ, ଯାହାକୁ “ବାଘନିସହନାଲା” ବୋଲି କୁହାଯାଏ । ସାତୋଟି ରଙ୍ଗ ମଧ୍ୟରୁ ଯେଉଁ ରଙ୍ଗଟି ଅଧିକ ବିଛୁରଣ କରେ ସେହି ରଙ୍ଗଟି ଆକାଶରେ ଦେଖା ଯାଇଥାଏ । ସେଥିପାଇଁ ଆକାଶ ସବୁବେଳେ ନୀଳ ରଙ୍ଗ ଦେଖା ଯାଇଥାଏ ।

କିନ୍ତୁ ଏଭଳି ଅନେକ ଘଟଣା ଘଟିଥିବାର ନଜିର ରହିଛି ଯେଉଁଥି ପାଇଁ ଆକାଶ ଏହି ସାତୋଟି ରଙ୍ଗ ମଧ୍ୟରୁ ଯେକୌଣସି ରଙ୍ଗ ଧାରଣ କରିପାରେ । ଆପଣମଧ୍ୟ ଅନେକ ସମୟରେ ଦେଖିଥିବେ କି ଆକାଶ ହଠାତ ହଳଦିଆ କିମ୍ବା ନାଲି ଦେଖା ଯାଉଥିବାର । ଚୀନରେ ଦିନ ସମୟରେ ମେଘୁଆ ପାଗ କରିଥିଲା । କିନ୍ତୁ ସନ୍ଧ୍ୟା ହେବା ପରେ ଜହ୍ନ କିରଣ ଆକାଶରେ ପଡିବା ପରେ ପ୍ରତିଫଳନ (Reflection) ଏବଂ  ସଂପ୍ରସାରଣ (Refraction) ଯୋଗୁଁ ଆକାଶ ନାଲି ରଙ୍ଗ ଧାରଣ କରିଥିଲା ।

କିନ୍ତୁ କିଛି ଭୟଙ୍କର ହେବାକୁ ଯାଉଛି ବୋଲି ଭାବି ଏହା ଅନେକଙ୍କୁ ଭୟଭୀତ କରି ଦେଇଥିଲା । କିନ୍ତୁ ପଦାର୍ଥ ବିଜ୍ଞାନୀ ମାନେ ଏଥିରେ ଭୟ କରିବାର କିଛି ନାହିଁ ବୋଲି ଲୋକଙ୍କୁ ବୁଝାଇ ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।