ସତ ହେଲା କି ମାଳିକା ବଚନ ? ଦାରୁ ପରି ଭାସି ଆସିଲା ସୁନାର ରଥ ! ଦେଖିବାକୁ ଲାଗିଛି ଲୋକଙ୍କ ଭିଡ

ବାତ୍ୟା ଅସାନି ପ୍ରଭାବରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ସମୁଦ୍ରକୂଳରେ ଭାସି ଆସି ଲାଗିଛି ଏକ ସ୍ଵର୍ଣ୍ଣିମ ରଥ । ଯାହାର କଳାକୃତି ଦେଖି ଏହା ଥାଇଲାଣ୍ଡରୁ ଭାସି ଆସିଥିବା ଅନୁମାନ କରାଯାଉଛି ଓ ଏନେଇ ଯାଞ୍ଚ କରୁଛନ୍ତି କୋଷ୍ଟ ଗାର୍ଡ । ଏହା ଆମ ମାଟିର ଏକ ଗୌରବ ଗାଥା କାହାଣୀକୁ ମନେପକାଇ ଦେଉଛି । ଏମିତି ଦିନେ ସମୁଦ୍ରରେ ଦାରୁ ରୂପରେ ଭାସି ଭାସି ଆସିଥିଲେ ଦାରୁବ୍ରହ୍ମ । ତା’ପରେ ବଢେଇ ବିଶ୍ଵକର୍ମାଙ୍କ ହାତରେ ଗଢା ହୋଇଥିଲେ ଅଧା ଗଢା କାଳିଆ ଠାକୁର ।

ଏହାପରେ ନିଜ ଭଗିନୀ ସୁଭଦ୍ରା ଓ ବଡଭାଇ ବଳଭଦ୍ରଙ୍କ ସହ ସେ ରତ୍ନବେଦୀରେ ଶୋଭା ପାଇଲେ । ଜଗନ୍ନାଥଙ୍କ ଏହି ଶ୍ରୀକ୍ଷେତ୍ରରେ କେତେ ଯେ ଲୀଳା ଦେଖିବାକୁ ମିଳେ ତାହାର କଳନା ନାହିଁ । କିନ୍ତୁ ଜଗନ୍ନାଥ ଧାମ ଠାରୁ ଦୂର ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ଘଟିଥିବା ଏଭଳି କିଛି ଦୃଶ୍ୟ ଆଜି ମନେପକାଇ ଦେଉଛି କାଳିଆ ଠାକୁରଙ୍କ ବିଚିତ୍ର ଲୀଳା ବିଷୟରେ । ଆପଣ ଦେଖି ପାରୁଥିବେ ସୁନେଲି ରଥ ସଦୃଶ ଦେଖା ଯାଉଥିବା ଏକ ଡଙ୍ଗା କିପରି ସମୁଦ୍ରରେ ଭାସି ଭାସି ଆସୁଛି ।

ଦୂରରୁ ଲୋକମାନେ ଏହା ଦେଖିବା ପରେ ନାବିକ ତଥା କେଉଁଟ ମାନଙ୍କ ସାହାଯ୍ୟରେ ସମୁଦ୍ରରୁ ଛଣି ଆଣିଥିଲେ ଏହି ରଥଟିକୁ । ସମୁଦ୍ରକୂଳ ସତେ ଯେମିତି ସୁନାର ରଥଟିଏ ଭାସି ଆସିଥିଲା । ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସୁନାପଲ୍ଲୀ କୂଳରେ ଲାଗିଛି ଏହି ସୁନାର ରଥ । ଏହି ଦଙ୍ଗାରେ ମାଲେସିଆ ଭାଷାରେ କିଛି ଲେଖାଯାଇଛି । ଯେଉଁଥିରୁ ଅନୁମାନ କରାଯାଉଛି କି, ଏହା ଥାଇଲାଣ୍ଡରୁ ଭାସି ଆସିଛି ।

ସୁନ୍ଦର ରଥ ସଦୃଶ ଏହି ଡଙ୍ଗାଟିକୁ ଶ୍ରୀକାକୁଲମ କୋଷ୍ଟ ଗାର୍ଡଙ୍କ ସହାୟତାରେ ଜବତ କରିଛି ପ୍ରଶାସନ । ବାତ୍ୟା ଅସାନି ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ୭୫ ରୁ ୮୫ କିମି ବେଗରେ ପବନ ବୋହିଥିଲା । ଆଉ ସେହି ପବନ ଫଳରେ ଭାସି ଆସିଛି ଏହି ସୁନା ରଥ । ମାଲେସିଆ ଏବଂ ଥାଇଲାଣ୍ଡରେ ଯେଉଁ ଭଳି ଭାବେ ମନ୍ଦିର ନିର୍ମାଣ କରାଯାଏ ଏହା ଅବିକଳ ସେହିଭଳି ଦେଖିବାକୁ ହୋଇଛି ।

କୁହାଯାଏ କି ସମୁଦ୍ର ନିଜ ଗର୍ଭରେ କିଛି ବି ରଖେନି, ସବୁକିଛି ସେ ଫେରାଇ ଦିଏ । ଏହା କେଉଁଠାରୁ ଭାସି ଆସି କେଉଁଠି ଲାଗିବା ଏକ ଦୈବୀ ଲୀଳାର ଅଂଶ ମଧ୍ୟ ହୋଇପାରେ । ବାତ୍ୟା ପ୍ରଭାବରେ କେଉଁ ସ୍ଥାନରୁ ଭଗ୍ନାବଶେଷ ହୋଇ ଏହା ଭାସି ଆସିଥିବା କିଛି ବ୍ୟକ୍ତି କହୁଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୂ ଲାଇକ କରନ୍ତୁ ।