ଏଥର Driving License ପାଇଁ ଆଉ ଦୌଡିବାକୁ ପଡିବନି RTO ଅଫିସ, ସହଜରେ DL ପାଇବା ପାଇଁ କେନ୍ଦ୍ର ସରକାର ଲାଗୁ କଲେ ଏହି ନୂଆ ନିୟମ

ନୂଆ ଡ୍ରାଇଭିଙ୍ଗ ଲାଇସେନ୍ସ ବନେଇବାକୁ ଚାହୁଁଥିଲେ ଆଉ ଆପଣଙ୍କୁ ଯିବାକୁ ପଡିବନି ଆରଟିଓ ଅଫିସ । ଏନେଇ କେନ୍ଦ୍ର ଦେଲା ନୂଆ ଗାଇଡଲାଇନ । ଯଦି ଆପଣ ନୂଆ କରି ଡ୍ରିଆଭୟଙ୍ଗ ଲାଇସେନ୍ସ କରିବାକୁ ଚାହୁଁଛନ୍ତି କିମ୍ବା ରିନ୍ୟୁ କରିବାକୂ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏହି ଗୁରୁତ୍ୱପୂର୍ଣ୍ଣ ଖବର । କେନ୍ଦ୍ର ସରକାରଙ୍କ ତରଫରୁ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବା ନିଯମରେ କିଛି ପରିବର୍ତ୍ତନ କରାଯାଇଛି । ଯାହା ସାଧାରଣ ଲୋକଙ୍କୁ ବେଶ ସୁହାଇବ ବୋଲି ଆଶା କରାଯାଉଛି ।

ଏହି ନିୟମ ଲାଗୁ ହେବା ପରେ ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି କରିବାକୁ ଆଉ ଆରଟିଓ ଅଫିସର ଚାକର କାଟିବାକୁ ପଡିବ ନାହିଁ । କେନ୍ଦ୍ର ସରକାରଙ୍କ ତରଫରୁ ପ୍ରସ୍ତୁତ ହୋଇଥିବା ଡ୍ରାଇଭିଙ୍ଗ ଲାଇସେନ୍ସର ନୂଆ ନିୟମ ପୂର୍ବାପେକ୍ଷା ସହଜ କରି ଦିଆଯାଇଛି । ଡ୍ରାଇଭିଙ୍ଗ ଲାଇସେନ୍ସ ତିଆରି ପାଇଁ ସଂଶୋଧିତ ନିୟମ ଅନୁସାରେ ବର୍ତ୍ତମାନ ଆପଣଙ୍କୁ ଆରଟିଓ ଅଫିସ ଯାଇ କୌଣସି ପ୍ରକାରର ଡ୍ରାଇଭିଙ୍ଗ ଟେଷ୍ଟ ଦେବାକୁ ପଡିବ ନାହିଁ ।

କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ଵାରା ଜାରି ହୋଇଥିବା ଏହି ନୂଆ ନିୟମ ଜୁଲାଇ ୧ ତାରିଖରୁ ଲାଗୁ ହେବାକୁ ଯାଉଛି । ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଆପଣଙ୍କୁ ଆଉ ଆରଟିଓ ଅଫିସ ଯାଇ ଟେଷ୍ଟ ଦେବାକୁ ପଡିବନି ବରଂ ଆପଣ ଯେକୌଣସି ସ୍ବୀକୃତିପ୍ରାପ୍ତ ଡ୍ରାଇଭିଙ୍ଗ ଟ୍ରେନିଂ ସ୍କୁଲରେ ଡ଼ିଏଲ ପାଇଁ ରେଜିଷ୍ଟ୍ରେଶନ କରିପାରିବେ । ଏଠାରୁ ଟ୍ରେନିଂ ନେବା ସମୟରେ ଆପଣଙ୍କୁ ସେଠାରେ ପରୀକ୍ଷା ଦେବାକୁ ପଡିବ । ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନଙ୍କୁ ଟ୍ରେନିଂ ସ୍କୁଲ ସାର୍ଟିଫିକେଟ ପ୍ରଦାନ କରିବ ।

ଏହି ସାର୍ଟିଫିକେଟ ଆଧାରରେ ଆପଣଙ୍କର ଡିଏଲ ପ୍ରସ୍ତୁତ ହୋଇପାରିବ । ଦୁଇ ଚକିଆ ଓ ତିନି ଚକିଆ ହାଲୁକା ମୋଟର ଜାଣ ପାଇଁ ଟ୍ରେନିଂ ସେଣ୍ଟରରେ ଅତିକମରେ ଏକ ଏକର ଜମି ଥିବା ଆବଶ୍ୟକ । ଭାରି ଯାତ୍ରୀବାହୀ, ମାଲବାହୀ କିମ୍ବା ଟ୍ରଲର ପାଇଁ ଟ୍ରେନିଂ ସେଣ୍ଟରରେ ଅତିକମରେ ଦୁଇ ଏକର ଜମି ଥିବା ଆବଶ୍ୟକ । ଟ୍ରେନର ଅତିକମରେ ଦ୍ଵାଦଶ ପାସ୍ କରିଥିବେ ଓ ତାଙ୍କ ପାଖରେ ଅତିକମରେ ୫ବର୍ଷର ଡ୍ରାଇଭିଙ୍ଗ ଅଭିଜ୍ଞତା ଥିବା ଆବଶ୍ୟକ । ଡ୍ରାଇଭିଙ୍ଗ ସେଣ୍ଟର ମାନଙ୍କର ସିଲାବସ ଥିଓରି ଓ ପ୍ରାକ୍ଟିକାଲ ଦୁଇଭାଗରେ ବିଭକ୍ତ କରାଯାଇଛି ।

ଏହାସହ ଟ୍ରେନିଂ ସେଣ୍ଟରରେ ବାୟୋମେଟ୍ରିକ ସିଷ୍ଟମ ରହିବା ଆବଶ୍ୟକ ବୋଲି ଆଦି ଗାଇଡଲାଇନ ସବୁ ଜାରି ହୋଇଛି । ମଧ୍ୟମ ଏବଂ ଭାରି ଯାନ ପାଇଁ ୬ ସପ୍ତାହରେ ୩୮ କୋର୍ସର ଅବଧି ରହିଛି । ସେଠାରେ ୮ ଘଣ୍ଟା ଥିଓରି ଓ ଅବଶିଷ୍ଟ ୩୧ ଘଣ୍ଟାର ପ୍ରାକ୍ଟିକାଲ ହେବ । ଏହି ନୂଆ ନିୟମ ଲାଗୁ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ୱେଟିଙ୍ଗ ଲିଷ୍ଟରେ ରହୁଥିବା ହଜାର ହଜାର ଆଶ୍ଵସ୍ତି ପାଇବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।