ନଖର ଆକାର ଖୋଲିଥାଏ ଆପଣଙ୍କର ପର୍ସନାଲିଟୀର ସବୁ ରାଜ୍, ଏମିତି ଜାଣନ୍ତୁ ନିଜ ଲୋକଙ୍କର ଅଜଣା କଥା !

ଆପଣ ଜାଣି ଅଳ୍ପ ଆଚମ୍ବିତ ହୋଇଯିବେ, କିନ୍ତୁ ଏହା ସତ ଅଟେ କି ଲୋକମାନଙ୍କର ଅଲଗା ଅଲଗା ନଖର ଆକାର ଦ୍ଵାରା ସେହି ବ୍ୟକ୍ତିର ଚରିତ୍ର ଓ ବ୍ୟକ୍ତିତ୍ତ୍ଵ ବିଷୟରେ ବହୁତ କିଛି ଜାଣି ହେବ । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ବିଭିନ୍ନ ପ୍ରକାରର ନଖ ବିଷୟରେ କହିବାକୁ ଯାଉଛୁ, ଯାହା ଦ୍ଵାରା ଆପଣ ନିଜର ଖାସ ଲୋକମାନଙ୍କ ବିଷୟରେ ଜାଣି ପାରିବେ ।

ଆମର ନଖ ଗୁଡିକରେ କେତେକ ମହତ୍ୱପୂର୍ଣ ରହସ୍ୟ ଲୁଚି ଅଛି । ଆମର ନଖର ଆକାର ଲମ୍ବା, ଛୋଟ, ଗୋଲ, ବର୍ଗାକାର ହୋଇପାରେ । ଯାହାକି ଆମର ବ୍ୟକ୍ତିତ୍ବ ମାନେ ଆମର ପର୍ସନାଲିଟୀ ବିଷୟରେ କହିଥାଏ ।

ଲମ୍ବା ନଖ :

ଲମ୍ବା ଓ ଆୟତାକାର ନଖର ଅର୍ଥ ଏହା ହୋଇପାରେ କି ଆପଣ କଥାକୁ ରହସ୍ୟ ରଖିବାରେ ମାହିର, ବୁଦ୍ଧିମାନ ଓ ହାସ୍ୟରେ ଭରପୁର ଏକ ସୁଖମୟ ବ୍ୟକ୍ତି ଅଟନ୍ତି । ଆପଣ ପ୍ରାୟତଃ ନୂଆ ଜିନିଷ, ନୂଆ ଲୋକ ସହ ଦେଖା ସାକ୍ଷାତ କରିବା ଓ ନୂଆ ଜିନିଷର ଅନୁଭବ କରିବା ପାଇଁ ଉତ୍ସୁକ ରହିଥାନ୍ତି । କାମ ପ୍ରତି ଆପଣ ସତର୍କ ଓ ବିଚାରଶୀଳ ବ୍ୟକ୍ତି ଅଟନ୍ତି ।

ଚଉଡା ନଖ :

ଯଦି ଆପଣଙ୍କର ନଖ ଚଉଡା ହୋଇଥାଏ ତେବେ ଆପଣ ବୁଦ୍ଧିମାନ ଓ ଚାଲାଖ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଦୂରଦର୍ଶିତା କାରଣରୁ ବନ୍ଧୁମାନେ ଆପଣଙ୍କ ଠାରୁ ଉପଦେଶ ନିଅନ୍ତି । ଆପଣ ସେହି ଜିନିଷକୁ କରିବାକୁ ପସନ୍ଦ କରିଥାନ୍ତି ଯାହା ଭଲ ହୋଇଥିବ । ନିଜର ଲକ୍ଷ ହାସଲ କରିବା ପାଇଁ ଆପଣ ବହୁତ ପରିଶ୍ରମ କରିବା ପାଇଁ ବି ପ୍ରସ୍ତୁତ ରହିଥାନ୍ତି ।

ଛୋଟ ଓ ଗୋଲ ନଖ :

ଆପଣ ଏକ ରଚନାତ୍ମକ ବ୍ୟକ୍ତି ଅଟନ୍ତି । ଯିଏକି ମଜବୁତ ଓ ଦୃଢ ହେବା ସହିତ ମଜାଳିଆ ଓ ଉତ୍ସାହରେ ଭରପୁର ବ୍ୟକ୍ତି ଅଟନ୍ତି । ଆପଣଙ୍କ ମଧ୍ୟରେ ଏକ ପ୍ରକାରର ଆକର୍ଷଣ ଅଛି । ଏଥିପାଇଁ ଲୋକମାନେ ଆପଣଙ୍କ ଆଡକୁ ଆକର୍ଷିତ ହୋଇ ଚାଲି ଆସନ୍ତି । ଆପଣ ନିଜର ପ୍ରିୟଜନଙ୍କ ପାଇଁ କୌଣସି ବି ପରିସ୍ଥିତିରେ ତାଙ୍କ ସହିତ ଛିଡା ରହିଥାନ୍ତି ।

ଆୟତକାର କିମ୍ବା ବର୍ଗାକାର ନାଖ :

ଆପଣ ଏକ ସଂଗଠିତ ଓ ବ୍ୟବସ୍ଥିତ ବ୍ୟକ୍ତି ଅଟନ୍ତି । ଆପଣଙ୍କର ଦୃଷ୍ଟିକୋଣ ଅଧିକ ମୂଲ୍ୟବାନ ହୋଇଥାଏ । ଆପଣ ଏକ ନେତାଙ୍କ ଭଳି ହୋଇଥାନ୍ତି ଓ ଦାୟିତ୍ଵ ନେବାରେ ଆଗରେ ଥାଆନ୍ତି । ଲୋକମାନେ ଆପଣଙ୍କ ଉପରେ ବିଶ୍ଵାସ କରିଥାନ୍ତି । ଆପଣ ନିଜର କାମକୁ ସାବଧାନର ସହ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।