ନଡିଆ ତେଲରେ ଏହି ଗୋଟିଏ ଚମତ୍କାରୀ ଜିନିଷ ମିଶାଇ ଦିଅନ୍ତୁ, କେଶ ଜନିତ ସବୁ ସମସ୍ୟା ହୋଇଯିବ ଗାୟବ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମେ ସବୁବେଳେ ଆମ କେଶକୁ କଳା, ଘନ, ଲମ୍ବା ତଥା ସୁନ୍ଦର କରି ରଖିବା ପାଇଁ ଚାହିଁଥାଉ । ହେଲେ ମାର୍କେଟରୁ ବିଭିନ୍ନ ପ୍ରକାର ସାମ୍ପୁ, ତେଲ ଓ କଣ୍ଡିସନର ବ୍ୟବହାର କରିବା ପରେ ମଧ୍ୟ ଅନେକ ଲୋକଙ୍କର କେଶ ଜନିତ ବହୁତ କିଛି ସମସ୍ଯା ରହିଥାଏ । ଯେପରି କେଶ ଝଡିବା,  ଛିଡିବା, ଡ୍ରାଏ ହୋଇଯିବା ଓ ଶୀଘ୍ର ନବଢିବା ଭଳି ଅନେକ ସମସ୍ଯା ରହିଥାଏ । ହେଲେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଯେଉଁ ଉପାୟଟି ବିଷୟରେ କହିବା ପାଇଁ ଯାଉଛୁ ।

ତାହା ଆପଣଙ୍କ ପାଇଁ ଏକ ବହୁତ ସୁନ୍ଦର ଘରୋଇ ରେମିଡି ଅଟେ । ତେବେ ଏହି ରେମିଡିକୁ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆଲୋଭେରାର ଆବଶ୍ୟକ ପଡିବ । ଆଲୋଭେରାରେ ଭିଟାମିନ-B1, ଭିଟାମିନ-B2, ଭିଟାମିନ-C ଓ D, ଭିଟାମିନ-E, ଭିଟାମିନ-B12 ଭଳି ଅନେକ ପୋଷକ ପଦାର୍ଥ ରହିଥାଏ । ଆପଣ ପ୍ରଥମେ ଏକ ଆଲୋଭେରାକୁ ଆଣି ତାହାର ଜେଲ ଥିବା ପତ୍ର ଭାଗକୁ ଟିକି ଟିକି କରି କାଟି ଦିଅନ୍ତୁ ।

ଏହାପରେ ଦିତୀୟ ସାମଗ୍ରୀର ଆବଶ୍ୟକ ପଡିବ ମେଥି । ମେଥିରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ ରହିଥାଏ । ଯାହା ଆମ କେଶ ଝଡିବା ବନ୍ଦ କରିଦେଇଥାଏ । ଏହା ସହିତ ମେଥିରେ ନିକୋଟୋନିକ ଏସିଡ ଓ ପୋଟାସିୟମ ରହିଥାଏ । ଯାହା ଆମ କେଶକୁ କଳା ରଖିଥାଏ ଓ ଧଳା ହେବାକୁ ବହୁ ଶୀଘ୍ର ଦେଇନଥାଏ ।

ଏହାପରେ ଆପଣ ଗ୍ଯାସରେ ଏକ ତାୱା ବସାଇ ସେଥିରେ ଆପଣଙ୍କ କେଶ ପାଇଁ ମାସେ ପର୍ଯ୍ୟନ୍ତ ଯେତିକି ତେଲର ଆବଶ୍ୟକତା ରହିଛି । ସେହି ଅନୁସାରେ ତେଲ କଢେଇରେ ଧିମା ଆଞ୍ଚରେ ଗରମ କରନ୍ତୁ । ତେବେ ସେହି ତେଲରେ ଆପଣ ୧ ଚାମଚ ମେଥି ଓ କାଟିକି ରଖିଥିବା ଆଲୋଭେରାକୁ ଆଡ୍ କରନ୍ତୁ । ୩ରୁ ୪ ମିନିଟ ପର୍ଯ୍ୟନ୍ତ ଏହି ତେଲକୁ ଗରମ କରିସାରିବା ପରେ ତାପରେ ତେଲକୁ ଗ୍ଯାସରୁ କାଢି ଆଣନ୍ତୁ ।

ଆପଣ ସପ୍ତାହକୁ ଅତି କମ୍ ରେ ୨ ଥର କେଶକୁ ଅଏଲିଙ୍ଗ କରନ୍ତୁ । ଆପଣ ସାମ୍ପୁ କରିବାର ଗୋଟିଏ ଦିନ ପୂର୍ବରୁ କିମ୍ବା କିଛି ଘଣ୍ଟା ପୂର୍ବରୁ ପ୍ରସ୍ତୁତ କରିଥିବା ତେଲକୁ ଆଣି ନିଜ କେଶରେ ଭଲ ଭାବରେ ମସାଜ କରନ୍ତୁ । ଏହାର କିଛି ଘଣ୍ଟା ପରେ କେଶକୁ ଭଲ ଭାବେ ସାମ୍ପୁରେ ହେୟାର ୱାଶ କରନ୍ତୁ ।

ଯଦି ଆପଣଙ୍କ ପାଖରେ ସମୟର ଅଭାବ ରହୁଥାଏ । ତେବେ ନଡିଆ ତେଲ ସହ ଆଲୋଭେରା ଜେଲ ଓ ସେଥିରେ କିଛି ମେଥି ମିଶାଇ ଲଗାନ୍ତୁ । ଏହାପରେ ହେୟାର ୱାଶ କରନ୍ତୁ । ଏହା ମଧ୍ୟ ଆପଣଙ୍କ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ