କେଉଁ ସମୟରେ ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ ! ଗୋଟିଏ ହାତରେ କାହାକୁ ନମସ୍କାର କରିବା ଉଚିତ କି ! ଜାଣନ୍ତୁ ଶାସ୍ତ୍ରସମ୍ମତ ମତ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁସାରେ ଗୁରୁଜନ ମାନଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ କରିବାର ସଂସ୍କାର ଅଛି । ଯାହାକି ପ୍ରାୟତଃ ଅନ୍ୟ କୌଣସି ପରମ୍ପରା ଦେଖିବାକୁ ମିଳିନଥାଏ । ହେଲେ ଗୁରୁଜନ ମାନଙ୍କୁ କିପରି ପ୍ରଣାମ କରାଯାଏ ? ଏହା ସହିତ କେଉଁ ସମୟରେ ପ୍ରଣାମ କରିବା ଅନୁଚିତ । ଏହି ସମ୍ପର୍କରେ ଆଜି ଆପଣ ମାନେ ଶାସ୍ତ୍ରରେ ଥିବା ସବିଶେଷ ତଥ୍ୟ ଜାଣିବାକୁ ପାଇବେ ।

ବନ୍ଧୁଗଣ ଦୂର ସ୍ଥାନରେ ଥାଇ, ଜଳ ମଧ୍ୟରେ ଥିବା ଅବସ୍ଥାରେ, ଦୌଡୁଥିବା ଅବସ୍ଥାରେ ଓ କ୍ରୋଧିତ ଥିବା ସମୟରେ କାହାର ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ । ପୂଜା କରୁଥିବା ସମୟରେ ମଧ୍ୟ ଘରକୁ କେହି ଅତିଥି ବା ଗୁରୁଜନ ଆସିଲେ । ସେମାନେ ସମୟରେ ମଧ୍ୟ ପ୍ରଣାମ କରିବା ଅନୁଚିତ । ଶବ ଯାତ୍ରା କରି ଫେରୁଥିବା ସମୟରେ, ଶୋଇଥିବା ବ୍ୟକ୍ତିଙ୍କୁ, ଧ୍ୟାନରେ ଥିବା ବ୍ୟକ୍ତି, ଖାଉଥିବ ବ୍ୟକ୍ତିଙ୍କୁ ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ ।

ଯେଉଁ ବ୍ୟକ୍ତି ପାଦରେ ଜୋତା କିମ୍ବା ଚପଲ ମାଡିଥିବ । ସେହି ସମୟରେ ମଧ୍ୟ କାହାକୁ ପ୍ରଣାମ କରିବା ଅନୁଚିତ । କାରଣ ଯଦି ଏପରି ଭାବେ କାହାକୁ ନମସ୍କାର କରିଥାନ୍ତି । ତେବେ ସେହି ପ୍ରଣାମ ବା ନମସ୍କାର ବୃଥା ଯାଇଥାଏ । ପାଦରୁ ଜୋତା କିମ୍ବା ଚପଲ ଖୋଲି ହିଁ ପ୍ରଣାମ କରିବା ଉଚିତ । ବାନ୍ତି କରୁଥିବା ବ୍ୟକ୍ତିକୁ ବା ବାନ୍ତି କରୁଥିବା ସମୟରେ କାହାର ପାଦ ସ୍ପର୍ଶ କରି ପ୍ରଣାମ କରିବା ଅନୁଚିତ ।

ଆପଣ ଯଦି ଦାନ୍ତ ମଞ୍ଜନ କରୁଥାନ୍ତି । ସେହି ସମୟରେ ହଟାତ ଆପଣଙ୍କ ଘରକୁ ଯଦି କୌଣସି ଗୁରୁଜନ ଆସିଯାଇଥାନ୍ତି । ତେବେ ସେହି ସମୟରେ ମଧ୍ୟ ଦାନ୍ତ ଘସୁଥିବା ଅବସ୍ଥାରେ ପ୍ରଣାମ କରନ୍ତୁ ନାହିଁ । କାହାକୁ ବାଟରେ ଦେଖିଲେ ବା ରାସ୍ତାରେ ଯାଉଥିବା ସମୟରେ ବହୁତ ଲୋକ ଗୋଟିଏ ହାତ ଦ୍ଵାରା ହିଁ ସଲାମ ସଦୃଶ ପ୍ରଣାମ କରିଦେଇଥାନ୍ତି । ହେଲେ ସେପରି ଗୋଟିଏ ହାତରେ କାହାକୁ ପ୍ରଣାମ କରିବା ସଂପୂର୍ଣ୍ଣ ଭୁଲ ଅଟେ ।

ଯେଉଁମାନେ ଗୋଟିଏ ହାତରେ ପ୍ରଣାମ କରିଥାନ୍ତି । ସେମାନଙ୍କର ପୁରା ଜନ୍ମରେ କମାଇଥିବା ପୂଣ୍ୟଫଳ ହରାଇ ବସିଥାନ୍ତି ।  ଯଦି ସମ୍ଭବ ତେବେ ୨ ହାତକୁ ଯୋଡି ତାଙ୍କୁ ପ୍ରଣାମ କରନ୍ତୁ ।  ଯେତେବେଳେ କୌଣସି ଗୁରୁଜନଙ୍କୁ ଆପଣ ୨ ହାତରେ ତାଙ୍କର ପାଦକୁ ସ୍ପର୍ଶ କରି ପ୍ରଣାମ କରୁଛନ୍ତି । ସେତେବେଳେ ଆପଣ ଆପଣଙ୍କର ଦକ୍ଷିଣ ହାତଙ୍କୁ ତାଙ୍କର ଦକ୍ଷିଣ ପାଦରେ ଓ ଆପଣଙ୍କ ବାମ ହାତଙ୍କୁ ତାଙ୍କ ବାମ ପାଦରେ  ସ୍ପର୍ଶ କରି ପ୍ରଣାମ କରନ୍ତୁ ।

ଅର୍ଥାତ ଆପଣ ଆପଣଙ୍କର ୨ ହାତକୁ କ୍ରସ ବା ଛକି କରି ଗୁରୁଜନଙ୍କର ପାଦକୁ ସ୍ପର୍ଶ କରି ପ୍ରଣାମ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ