ନବରାତ୍ରି ୨୦୧୯ : ପଢନ୍ତୁ ନବରାତ୍ରିର ପୂଜନ ବିଧି ଓ ଏହାର ମହତ୍ଵ

ନବରାତ୍ରି ପୂଜନ ବିଧି : ନବରାତ୍ରିର ପର୍ବ ମା’ ଦୂର୍ଗାଙ୍କର ପୂଜା ଅଟେ ଓ ନବରାତ୍ରି ସମୟରେ ମା’ଙ୍କର ୯ ଟି ରୂପକୁ ପୂଜା କରାଯାଇଥାଏ । ଏହି ପର୍ବ ବର୍ଷକୁ ଚାରି ଥର ଆସିଥାଏ । କିନ୍ତୁ ଚୈତ୍ର ନବରାତ୍ରି ଓ ଶାରଦୀୟ ନବରାତ୍ରି ସମୟରେ ହିଁ ମା’ଙ୍କର ପୂଜା କରାଯାଇଥାଏ ଓ ଅନ୍ୟ ଦୁଇ ନବରାତ୍ରିକୁ ଗୁପ୍ତ ନବରାତ୍ରି ବୋଲି କୁହାଯାଏ । ଗୁପ୍ତ ନବରାତ୍ରି ସମୟରେ ଶକ୍ତିଗୁଡିକର ପୂଜା କରାଯାଇଥାଏ ଓ ଏହି ପୂଜା ରାତିରେ ହିଁ ହୋଇଥାଏ ।

ନବରାତ୍ରିର ଉତ୍ସବକୁ ପୁରା ଭାରତ ବର୍ଷରେ ପାଳନ କରାଯାଇଥାଏ ଓ ଏଥିରେ ମାତା ଦୂର୍ଗାଙ୍କର ବିଭିନ୍ନ ରୂପକୁ ପୂଜା କାରାଯାଇଥାଏ ।

ନବରାତ୍ରିରେ ପୂଜନ ବିଧି –

·    ନବରାତ୍ରିର ପୂଜନ ବିଧି ଅନୁସାରେ ନବରାତ୍ରିର ପ୍ରଥମ ଦିନରେ ମାତାଙ୍କର ଚୌକୀକୁ ମନ୍ଦିରରେ ରଖନ୍ତୁ ଓ ଏହି ଚୌକୀ ଉପରେ ନାଲି ରଙ୍ଗର କପଡା ବିଛାଇ, ମାତା ଦୂର୍ଗାଙ୍କର ଫଟୋ ସ୍ଥାପନା କରନ୍ତୁ ।

·    ମା’ଙ୍କର ଫଟୋ ସ୍ଥାପନା କରିବା ପରେ ଚୌକୀ ଉପରେ ଚାଉଳ ସାହାର୍ଯ୍ୟରେ ସ୍ୱସ୍ତିକ ଚିହ୍ନ କରନ୍ତୁ । ଏହା ପରେ ସ୍ୱାସ୍ତିକ ଚିହ୍ନ ପାଖରେ କଳସ ସ୍ଥାପନା କରନ୍ତୁ ।

·    ଏହା ପରେ ମା’ଙ୍କର ଫଟୋ ସାମ୍ନାରେ ଫୁଲ, ଫଳ ଓ ମିଠା ଇତ୍ୟାଦି ରଖନ୍ତୁ । ଏହା ଛଡା କିଛି ଲୋକମାନେ ଚୌକି ପାଖରେ ଏକ ମାଟି ପାତ୍ରରେ ଧାନ ବି ବୁଣି ରଖନ୍ତି । ଏହା ଦ୍ଵାରା ଘରର ଉନ୍ନତି ହୋଇଥାଏ । ଆପଣ ବି ଏହିଭଳି କରି ପାରିବେ ।

ଏହିଭଳି ଭାବରେ କରନ୍ତୁ ପୂଜା –

·    ନବରାତ୍ରିର ପୂଜନ ବିଧି ଅନୁସାରେ ଆପଣ ସର୍ବ ପ୍ରଥମେ ମା’ଙ୍କ ସାମ୍ନାରେ ଦେଶୀ ଘିଅର ଦୀପ ଲଗାନ୍ତୁ । ଏହା ପରେ ମାତାଙ୍କୁ ନାଲି ଓଢଣି      ଚଢାନ୍ତୁ ।

·    ମାତାଙ୍କୁ ଭୋଗ ଲଗାଇ ପୂଜା କରିବା ପରେ ଆରତୀ କରନ୍ତୁ । ଏହା ପରେ ମାତାଙ୍କ ପ୍ରସାଦକୁ ସମସ୍ତଙ୍କୁ ବାଣ୍ଟି ଦିଅନ୍ତୁ ।

·    ଏହିଭଳି ଭାବରେ ୯ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ । ଏହା ଛଡା ଯେଉଁ ଦିନ ଆପଣ କନ୍ୟା ପୂଜନ କରିବେ ସେହି ଦିନ କଳସରେ ଥିବା ନଡିଆକୁ ଭାଙ୍ଗି ଦିଅନ୍ତୁ ଓ ଏହି ନଡିଆକୁ କନ୍ୟାମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ ।

·    ଏହା ଛଡା କନ୍ୟାଙ୍କୁ ଦିଆଯାଉଥିବା ଖାଦ୍ୟକୁ ପ୍ରଥମେ ମାତାଙ୍କ ପାଖରେ ଭୋଗ ଲାଗନ୍ତୁ ।

·    କନ୍ୟା ପୂଜନ କରିବା ପରେ ଆପଣ ବି ଖାଦ୍ୟ ଖାଇ ନିଅନ୍ତୁ ଓ ନବରାତ୍ରିର ଶେଷ ଦିନ ଚୌକୀକୁ ମନ୍ଦିରରୁ ନେଇ ନିଜର ପୂଜା ଘରେ ରଖି ଦିଅନ୍ତୁ ।

ନବରାତ୍ରିର ମହତ୍ଵ –

·    ନବରାତ୍ରି ପୂଜା କରିବା ଦ୍ଵାରା ଘରୁ ନକରାତ୍ମକ ଊର୍ଜା ଶେଷ ହୋଇଯାଏ ଓ ଘରେ ଶାନ୍ତି ଆସିଥାଏ ।

·    ଏହା ଛଡା ଯଦି ଆପଣ ୯ ଦିନ ପର୍ଯ୍ୟନ୍ତ ବ୍ରତ ରଖୁଛନ୍ତି ତେବେ ଆପଣଙ୍କର ମନୋକାମନା ନିଶ୍ଚିତ ପୁରା ହୋଇଥାଏ ।

·    ନବରାତ୍ରିର ମହତ୍ଵ ହିନ୍ଦୁ ଧର୍ମରେ ବହୁତ ଅଧିକ ଅଟେ ଓ ଏମିତି କୁହାଯାଏ କି ନବରାତ୍ରିର8  ଦିନ ବହୁତ ଶୁଭ ହୋଇଥାଏ ଓ ଏହି ୯ ଦିନରେ ଯେ କୌଣସି ବି କାର୍ଯ୍ୟ କରାଯାଏ ତାହା ସଫଳ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।