ବାହାଘରକୁ ଫଟୋ ଉଠାଇବାକୁ ଆସିଥିଲା ଫୋଟୋଗ୍ରାଫର ,କନ୍ୟା ତାହା ସହିତ ଫେରାର

ଆମ ସମାଜରେ ବହୁତ ସମ୍ପର୍କ ଅଛି କିନ୍ତୁ ସେହି ସମସ୍ତ ସମ୍ପର୍କ ମଧ୍ୟରେ ସ୍ଵାମୀ ଓ ସ୍ତ୍ରୀର ସମ୍ପର୍କ ଜୀବନର ସବୁଠୁ ପବିତ୍ର ସମ୍ପର୍କ ହୋଇଥାଏ । ଏହି ସମ୍ପର୍କ ବିଶ୍ଵାସ ଓ ପ୍ରେମରେ ଗଢା ହୋଇଥାଏ । ଯଦି ଏହି ସମ୍ପର୍କରେ ବିଶ୍ଵାସ ଭାଙ୍ଗିଯାଏ ତେବେ ସମ୍ପର୍କ ଭାଙ୍ଗିବାରେ ଅଧିକ ସମୟ ଲାଗେ ନାହିଁ । ବାହାଘର ବିଷୟରେ କହିଲେ ଖାସକରି ଝିଅମାନେ ନିଜର ଭବିଷ୍ୟତକୁ ନେଇ ବହୁତ ଚିନ୍ତିତ ରହିଥାନ୍ତି ।

ବର୍ତ୍ତମାନ ହିଁ ଏକ ଏମିତି ମାମଲା ସାମ୍ନାକୁ ଆସୁଛି, ଯାହା ବିଷୟରେ ଜାଣିଲେ ଆପଣ ବି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ମିଳିଥିବା ସୂଚନା ଅନୁସାରେ ଏହି ମାମଲା ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରୁ ସାମ୍ନାକୁ ଆସୁଛି ।

ଆଶ୍ଚର୍ଯ୍ୟ କରିଦେବା ଭଳି କଥା ଏହା ଅଟେ କି ଏଠି କନ୍ୟା ନିଜ ବିବାହ ଦିନ ନିଜର ପ୍ରେମୀ ସହ ଫେରାର ହୋଇଗଲା । ବାହାଘରର ଏକ ମାସ ପୂର୍ବେ କନ୍ୟାକୁ ଫୋଟୋଗ୍ରାଫର ସହ ପ୍ରେମ ହୋଇଗଲା ଓ ସେହି ଫୋଟୋଗ୍ରାଫର ଜଣଙ୍କ ବିବାହ ଦିନ ବି ଫଟୋ ଉଠାଇବାକୁ ଆସିଥିଲା । ବାହାଘର ସାରିବା ପରେ ଦୁଇ ଜଣ ଫେରାର ହେବା ପାଇଁ ଯୋଜନା କରିଥିଲେ କିନ୍ତୁ ତାହା ସଫଳ ହେଲା ନାହିଁ ।

ଏହା ପରେ ତାଙ୍କୁ ଅନ୍ୟ ଏକ ଚାନ୍ସ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିଲା ନାହିଁ । ହନିମୁନରେ କନ୍ୟା ବର ସହିତ ସମ୍ବନ୍ଧ ରଖିବା ପାଇଁ ମନା କରିଦେଲା ଓ କହିଲା କି ତାକୁ ଅତି କମରେ ୬ ମାସର ସମୟ ଦରକାର । ସ୍ଵାମୀକୁ ଏହି କଥା ପସନ୍ଦ ଆସିଲା ନାହିଁ ଓ ସେ ନିଜ ଶାଶୁ ସହ କଥା ହେଲା ।

ଏହା ପରେ ଶାଶୁ ଝିଅକୁ ବୁଝାଇଲା କିନ୍ତୁ କଥା ଠିକ ହୋଇ ପାରିଲା ନାହିଁ । ବିବାହର ଚାରି ଦିନ ପରେ, ଝିଅ ନିଜ ମା’ଙ୍କ ଘରକୁ ଯିବା ପାଇଁ ନିଜ ଶଶୁର ଘରୁ ବାହାରିଲା ଓ ଫୋଟୋଗ୍ରାଫର ସହ ଗୁପ୍ତ ରୂପରେ ଫେରାର ହୋଇଗଲା । ଏହା ପରେ ପରିଜନମାନେ ପୋଲିସ ରେ ଫେରାର ହୋଇଯିବାର ରିପୋର୍ଟ ଦେଇଛନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।