ନବରସ ଭିତରୁ ତା’ର କୋଉ ରସ ? ତୁମେ ଯେଉଁ ଡ୍ୟାନ୍ସ କରୁଛ ସେଥିରେ କେତେ ରସ… ଦେଖନ୍ତୁ video

ଅଭିନେତ୍ରୀ ନିଶା ମହାରଣାଙ୍କୁ ଯାତ୍ରା କଳାକାରମାନେ ପ୍ରତିବାଦ କରିବା ମାମଲା ଧୀରେ ଧୀରେ ଉଗ୍ର ରୂପ ନେବାରେ ଲାଗିଛି । ପ୍ରଥମେ ରାଜଧାନୀ ଅପେରା ନିଶାଙ୍କୁ ପ୍ରତିବାଦ କରିବା ପରେ ଏବେ ପୁରା ଯାତ୍ରା ସଂଘ ତାଙ୍କୁ ପ୍ରତିବାଦ ଜଣାଇଛି । ନିଶା ଯଦି ମଞ୍ଚ ଉପରକୁ ଆସନ୍ତି ତେବେ କଳାକାରମାନେ ମଞ୍ଚକୁ ଉଠିବେ ନାହିଁ ବୋଲି ସ୍ପଷ୍ଟ ଜଣାଇଛନ୍ତି । ଆଉ ଏହି ପ୍ରତିବାଦ ଲାଗି ରହିଥିବା ବେଳେ ଉଭୟପକ୍ଷଙ୍କ ମଧ୍ୟରେ ବାକଯୁଦ୍ଧ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି ।

ନିଶାଙ୍କୁ ପ୍ରତିବାଦ କରିବା ପରେ ନିଶା ଏକ ଭିଡିଓ ଜାରି କରି ଯାତ୍ରା କଳାକାର ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ । ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିବା ସହ ଯାତ୍ରା କଳାକାର ମାନେ ମଧ୍ୟ ତାଙ୍କୁ ଗଣମାଧ୍ୟମ ଜରିଆରେ ପ୍ରତିକ୍ରିୟା ଜଣାଉଥିବା ଦେଖିବାର ମିଳିଛି । ତେବେ ନିଶାଙ୍କୁ ବିରୋଧ କରି ରଙ୍ଗମହଲ ଯାତ୍ରାମଞ୍ଚର କଳାକାର ମାନେ ମଧ୍ୟ ଅନେକ କଥା କହିଛନ୍ତି । ସେମାନେ କହିବା ଅନୁଯାୟୀ, ନିଶାଙ୍କୁ କଳା ର ‘କ’ ଅକ୍ଷର ଜଣାନାହିଁ ।

ସେମାନେ ଆମ ଯାତ୍ରା ପାଇଁ ଆତଙ୍କବାଦୀ । ହେଲେ ବ୍ୟସ୍ତ ହେବା ଆବଶ୍ୟକ ନାହିଁ ସେମାନେ ଆଜି ଆସିଛନ୍ତି କାଲିକୁ ଆଉ ନଥିବେ । ତା’ ନାଁ ମୁହଁରେ ଧରିଲେ ଗଙ୍ଗାଜଳରେ ଧୋଇବାକୁ ପଡିବ । ଆମେ ପଣ କରିଛୁ କି ତାକୁ ଟୋଟାଲି ଏଠି ପୁରେଇ ଦେବୁ ନାହିଁ । ସରକାର ଅଶ୍ଳୀଳତାକୁ ବ୍ୟାନ କରିଛନ୍ତି ଆଉ ଆମେ ମଧ୍ୟ ଏହାକୁ ପ୍ରତିବାଦ କରିବା ଉଚିତ ।

ଆମ ଭୁଲ ଯେ ଆମେ ଏତେ ଦିନରୁ ଚୁପ୍ ବସିଥିଲୁ । କିନ୍ତୁ ଏବେ ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳତାକୁ ପ୍ରଶୟ ଦେବୁନାହିଁ । ସେ ଯଦି କହୁଛି କି, ତାକୁ ଦେଖିବା ପାଇଁ ଲୋକେ ଆସୁଛନ୍ତି ତେବେ ଏହା ତା’ର ଭ୍ରମ । କାରଣ ଯାତ୍ରା ଭାତ ହେଲେ ସେ ଖାଲି ସାଇଡ ଆଇଟମ । ସେମାନଙ୍କ ବିନା ବି ଯାତ୍ରା ଚାଲିପାରିବ । ଲୋକେ ଯାତ୍ରା ଦେଖିବାକୁ ଆସୁଛନ୍ତି ତାଙ୍କୁ ଦେଖିବାକୁ ଆସୁନାହାନ୍ତି । ଓଡିଶାର ମୁଖ୍ୟ ନୃତ୍ୟ ହେଉଛି ଓଡିଶୀ । ସେଥିରେ ନବ ରସ ରହିଛି ।

ସେ ଯେଉଁ ଡ୍ୟାନ୍ସ କରୁଛି ସେଥିରେ କେତେଟା ରସ ବାହାରୁଛି । ଏମିତି ନାନା କଥା କହିବା ସହ ଯାତ୍ରା କଳାକାର ମାନେ ନିଜ ପ୍ରତିବାଦ ଜଣାଇଥିବା ଦେଖିବାକୁ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।