ଆଜ୍ଞା ଟିକେ ବାଟ ଛାଡ ଆମ୍ବୁଲାନ୍ସରେ ମୋ ପୁଅ ଅଛି ଟିକେ ଡେରି ହେଲେ… କି କରୁଣ ଦୃଶ୍ୟ ! ଦେଖନ୍ତୁ video

ସକାଳ ପ୍ରାୟ 10:15 ମିନିଟ ସମୟରେ 5 ବର୍ଷର ପୁଅ ପ୍ରତୀକକୁ ନେଇ ଏକ ଘରୋଇ ହସ୍ପିଟାଲ ଅଭିମୁଖେ ବାହାରିଥିଲା ଆମ୍ବୁଲାନ୍ସ । ପ୍ରତୀକ ଅକ୍ସିଜେନ ମାସ୍କ ପିନ୍ଧି କ୍ୟାପିଟାଲ ହସ୍ପିଟାଲରୁ ପଟିଆସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଉଥିଲା । ହେଲେ ନାଲକୋ ଛକ ନିକଟରୁ ଟ୍ରାଫିକ ଭିଡ ଆରମ୍ଭ ହୋଇ ଯାଇଥିଲା । ପ୍ରତୀକଙ୍କ ବାପା ଓ ଦାଦା ଆମ୍ବୁଲାନ୍ସରୁ ଓହ୍ଲାଇ ପଡି ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ବାଟ ଛାଡିବା ପାଇଁ ନେହୁରା ହେଲେ ।

କାର୍ ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ପାଇଁ ବାଟ ଛାଡିଦିଅ ବୋଲି ଯେତେ ଚିତ୍କାର କଲେ ମଧ୍ୟ କିଛି ଲାଭ ହେଲାନି । ଆମ୍ବୁଲାନ୍ସରେ ମୋ ପୁଅ ଜୀବନ ସହ ଲଢୁଛି ଟିକେ ବାଟ ଛାଡନ୍ତୁ କହି କହି ତାଙ୍କ ତଣ୍ଟି ଶୁଖି ଯାଉଥାଏ । ବିଳମ୍ବ ହେଲେ କିଛି ବି ଅସୁବିଧା ହେଇଯିବ ଆଜ୍ଞା ଟିକେ ରାସ୍ତା ଛାଡନ୍ତୁ ମୋ ପୁଅ ହସ୍ପିଟାଲ ଯିବ କହି କେତେ ମିନତି କଲେ । ପ୍ରତୀକଙ୍କ ବାପା ନିରୋଦ ଏବଂ ତାଙ୍କ ଦାଦା ଏମିତି କେତେ କଣ କହି ଅନୁରୋଧ କରିଥିଲେ । ହେଲେ ସେଦିନ ଜଣେ ବି ଗାଡିଚାଳକ ତାଙ୍କ ଅନୁରୋଧ ରକ୍ଷା କରିପାରିଲେ ନାହିଁ ।

ଓଲଟା ବେପରୁଆ ହୋଇ ସମସ୍ତେ ଆମ୍ବୁଲାନ୍ସ ପାଖରେ ଠିଆ ହୋଇ ରହିଲେ । ମାତ୍ର ଦେଢ କିଲୋମିଟରର ରାସ୍ତା ପାରି ହେବା ପାଇଁ ଆମ୍ବୁଲାନ୍ସକୁ 45 ମିନିଟରୁ ଅଧିକ ସମୟ ଲାଗି ଯାଇଥିଲା । ପ୍ରାୟ 11ଟା ବେଳକୁ ଡମଣା ଛକ ପାଖରେ ହୋଇଥିଲା ଆମ୍ବୁଲାନ୍ସ । ମୃ-ତ୍ୟୁ ସହ ସଂଗ୍ରାମ କରୁଥିବା 5 ବର୍ଷର ପୁଅ ପ୍ରତୀକର ଜୀବନ ଚାଲି ଯାଇଥିଲା । ଆମ୍ବୁଲାନ୍ସକୁ ସିନା କଷ୍ଟେମଷ୍ଟେ ସ୍ମାର୍ଟ ସିଟିର ଟ୍ରାଫିକ ଟ୍ରାଫିକ ଯନ୍ତ୍ରଣାରୁ ବାହାର କରି ଆଣିଲେ ପ୍ରତୀକର ଜୀବନ ସେଥିରୁ ବାହାରି ପାରିଲା ନାହିଁ ।

ପୁଅର ଅକାଳ ମୃ-ତ୍ୟୁ ପରେ ପୁରା ପରିବାର ଏକଦମ ଭାଙ୍ଗି ପଡିଲେ । ଆଉ ଏବେ ବିକଳ ହୋଇ ଗଣମାଧ୍ୟମ ଜରିଆରେ ଖାଲି ନ୍ୟାୟ ମାଗିବା ଛଡା ଆଉ କିଛି ବାଟ ନାହିଁ । ହେଲେ ଯେତେ ଯାହା କଲେ ବି ଆଉ କଣ କେବେ ଫେରି ଆସିବ ତାଙ୍କ କୁନି ପୁଅ ପ୍ରତୀକ ! ବାପା ନିରୋଦ ବି ଜଣେ ଅଟୋଚାଳକ । ନିଜ ସହ ଏଭଳି ଘଟିବା ପରେ ସେ ମନେ ମନେ ନିୟମ କରିଛନ୍ତି କି ରାସ୍ତାର ବାମ ପଟେ ଆଉ କେବେ ଛିଡା ହେବେନାହିଁ ।

ସେଥିପାଇଁ ଅଟୋ ପଛରେ କୁନି ପିଲାର ଫଟୋ ସହ ସେ ଲେଖିଛନ୍ତି, ରାସ୍ତାର ବାମ ପାର୍ଶ୍ଵକୁ ଫାଙ୍କା ରଖନ୍ତୁ ବାମ ପାର୍ଶ୍ଵ ରାସ୍ତା ଆମ୍ବୁଲାନ୍ସ ପାଇଁ । ଆହୁରି ମଧ୍ୟ ଲେଖାହୋଇଛି କି, ନେତା ମନ୍ତ୍ରୀଙ୍କୁ ସୁରକ୍ଷା ଆମ୍ବୁଲାନ୍ସକୁ ଅବହେଳା କଣ ପାଇଁ ? କାହାରି ଜୀବନ ଯିବାର କାରଣ ହୁଅନ୍ତୁ ନାହିଁ । ମୋ ଭଳି ଆଉ କାହା ଜୀବନ ନଯାଉ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।