ନା ଝଡ଼ିବ ନା ଛିଡିବ ୨ ସପ୍ତାହରେ କେଶ ବଢ଼ାନ୍ତୁ, କେଶକୁ ଲମ୍ବା କରିବାର ପ୍ରାକୃତିକ ତେଲ

ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଖାସ ଉପାୟ ନେଇ ଆସିଛି । ଆଜି ଯେଉଁ ତେଲ ବିଷୟରେ କହିବୁ ଏହା ଆପଣଙ୍କ କେଶ ଝଡ଼ିବା ଓ ଛିଡିବା ବନ୍ଦ କରିବା ସହ ସହ କେଶକୁ ବହୁତ ଶୀଘ୍ର ବଢାଇବ ଯାହାଦ୍ୱାରା ଆପଣ ଖୁସି ହୋଇଯିବେ । ବନ୍ଧୁଗଣ କେଶରେ ତେଲର ମାଲିସ ଏକ ଏମିତି ଜିନିଷ ଅଟେ ଯାହାଦ୍ୱାରା କେଶକୁ ପୋଷଣ ମିଳିଥାଏ ଏବଂ ଆମ କେଶ ଲମ୍ବା ହୋଇଥାଏ କିନ୍ତୁ ଆଜିର ସମୟରେ କିଛି ଲୋକ ନାତ କେଶରେ ତେଲ ଲଗାଉଛନ୍ତି ବା ଯଦି କେଶରେ ତେଲ ଲଗାଉବି ଅଛନ୍ତି ସେମାନେ ମାର୍କେଟରୁ ଏମିତି ତେଲ ଆଣୁଛନ୍ତି ଯାହା ପ୍ରଥମେତ ଆପଣଙ୍କୁକ ଫାଇଦା ଦେଇଥାଏ କିନ୍ତୁ ଅଳ୍ପ ସମୟ ପରେ ତାହା ଆମ କେଶକୁ କ୍ଷତି ପହଞ୍ଚାଇଥାଏ ।

କେଶ କେବେ ଝଡ଼ିବାକୁ ଲାଗିଥାଏତ କେତେବେଳେ ବଢ଼ିନଥାଏ । ଏହି କାରଣ ଅଟେ ଆଜିର ସମୟରେ ବହୁତ ଲୋକ କେଶ ଝଡ଼ିବା ଓ ଛିଡିବା ନେଇ ଚିନ୍ତିତ ଅଛନ୍ତି । ଆଜି ଯେଉଁ ତେଲ ବିଷୟରେ କହିବି ଏହା ଆପଣଙ୍କ କେଶକୁ ବଢାଇବ ସାଥିରେ ଝଡ଼ିବା ଓ ଛିଡିବା ବନ୍ଦ କରିବ । ତେବେ ଆସନ୍ତୁ ଜାଣିବା କେମିତି ଆପଣ ଏହି ତେଲକୁ ବନାଇ ପାରିବେ ।

ଏହି ତେଲକୁ ବନେଇବା ପାଇଁ ସର୍ବପ୍ରଥମେ ଯେଉଁ ଜିନିଷର ଆବଶ୍ୟକ ତାହା ଅଟେ କଞ୍ଚା ରସୁଣ । ଝଡୁଥିବା କେଶକୁ ବନ୍ଦ କରିବା ପାଇଁ କଞ୍ଚା ରସୁଣ ବହୁତ ଲାଭଦାୟକ ଅଟେ । କାରଣ ଏଥିରୁ ମିଳୁଥିବ ଭିଟାମିନ ଓ ମିନେରାଲ ଆମର କେଶ ଝଡ଼ିବାକୁ ବନ୍ଦ କରିବା ସହ ଖରାରୁ ହେଉଥିବା କ୍ଷତିରୁ ଆମ କେଶକୁ ବଞ୍ଚାଇଥାଏ ।ଯାହାଦ୍ୱାରା ଆମ କେଶ ଧଳାବି ପଡେନି । ଯାହାଦ୍ୱାରା ଆମ କେଶ କଳା ଓ ସାଇନି ଦେଖା ହୋଇଥାଏ । ଆପଣ ରସୁଣର ୬ ରୁ ୭ ଟି ପାଖୁଡା ନିଅନ୍ତୁ । ଏହାର ଉପର ଚୋପା କାଢ଼ିଦିଅନ୍ତୁ ।

ତାପରେ ଏହାକୁ ଛୋଟ ଛୋଟ କାଟି କୌଣସିବି କାଚ ବୋତଲରେ ରଖନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ସୋରିଷ ତେଲ । ମାର୍କେଟରେ ବନ୍ଧୁଗଣ ବହୁ ପ୍ରକାର ତେଲ ଆସିବ କାରଣରୁ ଆମେ ସୋରିଷ ତେଲର ଭେଲୁ ଭୁଲିଗଲେଣି । ସୋରିଷ ତେଲ ଏକ ଏମିତି ତେଲ ଅଟେ ଯାହା ପ୍ରଥମରୁ ଆମ ବିଗତ ପିଢ଼ି ବ୍ୟବହାର କରିଆସିଛି । ସୋରିଷ ତେଲ ୧୦ ରୁ ୧୨ ଚାମଚ ଆପଣ ସେହି କାଚ ବୋତଲରେ ମିଶାନ୍ତୁ । ଏହାପରେ ଆପଣଙ୍କୁ ଆବଶ୍ୟକ ନଡ଼ିଆ ତେଲ । ନଡ଼ିଆ ତେଲ ଆପଣ କିଛିବି ନେଇ ପାରିବେ । ସବୁ ପାଖାପାଖି ସେମହିଁ ଅଟନ୍ତି । ଆପଣଙ୍କୁ ଏହି ନଡ଼ିଆ ତେଲ ୪ ରୁ ୫ ଚାମଚ ଏହା ସହ ମିଶାନ୍ତୁ ।

ବନ୍ଧୁଗଣ ଏହି ଯେଉଁ ଉପାୟ ଅଟେ ଏହାକୁ ବନେଇବା ଅପେକ୍ଷା ଏହାର ବ୍ୟବହାର କରିବା ଠିକସେ ଜାଣିବା ଆବଶ୍ୟକ । କୌଣସି ତେଲର ଭଲ ଗୁଣ ସେତିକିବେଳେ ଦେଖିବାକୁ ମିଳେ ଯେତେବେଳେ ଆମେ ଏହାକୁ ଠିକସେ ବ୍ୟବହାର କରୁ । ବନ୍ଧୁଗଣ ଏହି ଯେଉଁ ତେଲ ବନେଇଲେ ଏହାର ବ୍ୟବହାର ଆପଣ ଯେବେବି କରିବେ ତାପୂର୍ବରୁ ଏହି ତେଲକୁ ଭଲସେ ହଲେଇ ନିଅନ୍ତୁ ଏବଂ ବ୍ୟବହାର କରିବା ପୂର୍ବରୁ କିଛି ସମୟ ପାଇଁ ଏହାକୁ ଖରାରେ ରଖନ୍ତୁ ।

ଯଦି ଆପଣ ଏହି ତେଲର ବ୍ୟବହାର ସନ୍ଧ୍ୟା ସମୟରେ କରିବାର ଅଛି ତେବେ ଆପଣ ଦୁଇପହର ସମୟରେ ଏହାକୁ ଖରାରେ ରଖିଦିଅନ୍ତୁ । ୧ ରୁ ୨ ଘଣ୍ଟା ଖରାରେ ରଖିବା ପରେ ଆପଣ ଏହି ତେଲର ବ୍ୟବହାର କରନ୍ତୁ । ଧ୍ୟାନ ରଖିବେ ଆପଣଙ୍କୁ ଯେବେବି ଏହି ତେଲର ବ୍ୟବହାର କରିବାକୁ ହେବ ଆପଣ ଏହାକୁ ଖରାରେ ନିହାତି ରଖନ୍ତୁ । ତାପରେ ଏହାକୁ ଭଲସେ ହଲାଇ ନିଜ କେଶ ମୂଳରେ ଲଗାନ୍ତୁ ଓ ଭଲସେ ମାଲିସ କରନ୍ତୁ ।

ଏହାପରେ ଆପଣ ଏକ ଘଣ୍ଟା ପର୍ଯ୍ୟନ୍ତ ଏମିତି ଏହି ତେଲେକୁ କେଶରେ ଲଗାଇ ରଖନ୍ତୁ । ଏହାପରେ ଆପଣ ଚାହିଁଲେ ଗାଧୋଇ ପାରିବେ ଓ ସେମ୍ପୁ ସାହାଯ୍ୟରେ ଅପଣଙ୍କ କେଶ ଧୋଇପାରିବେ । ସପ୍ତାହରେ ଆପଣଙ୍କୁ ଏହାକୁ ୩ ଥର ବ୍ୟବହାର କରିବାକୁ ହେବ । ୨ ସପ୍ତାହ ବ୍ୟବହାର ପରେ ଆପଣ ଦେଖିବେ ଆପଣଙ୍କ କେଶ ଆଗ ଅପେକ୍ଷା ଘନ ଓ ଲମ୍ବା ଦେଖାଯିବ । ଆପଣଙ୍କ କେଶ ଝଡ଼ିବାବି ବନ୍ଦ ହୋଇଯିବ ।