ମୁଠାଏ ଚାଉଳ ଆପଣଙ୍କୁ କରିଦେବ କୋଟିପତି, କେବଳ କରନ୍ତୁ ଏହି ଗୋଟିଏ ଉପାୟ, ଜମେଇକି ବର୍ଷିବ ଟଙ୍କା- Vastu Tips

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ କି ତା ଜୀବନରେ ବହୁତ ସାରା ଧନ ଆସୁ ଏବଂ ବହୁତ ସାରା ଖୁସି ମଧ୍ୟ ଆସୁ। କିନ୍ତୁ କେବେ କେବେ ଆପଣ ପଇସା ବହୁତ ସାରା ରୋଜଗାର କଲେ ମଧ୍ୟ କିନ୍ତୁ ଧନ ଘରେ ରୁହେ ନାହିଁ। କେବେ କେବେ ଧନ ଘରକୁ ଆସେ ହି ନାହିଁ। ସେଥିପାଇଁ ଆପଣ ବହୁତ ଚିନ୍ତିତ ଅଛନ୍ତି ଏବଂ ଆପଣ ବିଭିନ୍ନ ପ୍ରକାରର ଉପାୟ ବି କରୁଛନ୍ତି କିନ୍ତୁ ଧନ ଘରେ ଜମା ବି ରହୁ ନାହିଁ।

ତେବେ ଆଜି ଆମେ ଆପଣ ମାନଙ୍କୁ ଘରେ କେମିତି ସୁଖ ଶାନ୍ତି ରହିବ ଏବଂ ଆପଣ ମାନେ କେମିତି ଆପଣଙ୍କ ଘରର ଧନ ଭଣ୍ଡାର କୁ ଭରି ପାରିବେ ତାହା ପାଇଁ ଏକ ଛୋଟ ପ୍ରୟୋଗ ବିଷୟରେ ଆଜି ଆମେ ଆଲୋଚନା କରିବା।

ଏହା ବହୁତ ସହଜ ଉପାୟ ଅଟେ। ଯାହାକୁ କରିବା ଦ୍ଵାରା ଆପଣଙ୍କ ଧନ ଭଣ୍ଡାର କେବେ ବି ଖାଲି ରହିବ ନାହିଁ। ବରଂ ଦିନକୁ ଦିନ ଏହି ଧନ ବୃଦ୍ଧି ପାଇବାକୁ ଲାଗିବ। ଯେକୌଣସି ବ୍ୟକ୍ତି ଏହି ଉପାୟ ଟିକୁ ନିଜ ଘରେ ପ୍ରୟୋଗ କରିପାରିବେ। ଏହି ପ୍ରୟୋଗ ଆପଣ କୌଣସି ବି ଗୁରୁବାର କିମ୍ବା ଶୁକ୍ରବାର ଦିନ ହିଁ କରିବେ।

କାରଣ ଏହି ବାର ଗୋଟେ ହେଉଛି ଦେବଗୁରୁ ଓ ଆଉ ଗୋଟେ ବାର ହେଉଛି ମା ଲକ୍ଷ୍ମୀ ଙ୍କ ବାର ହୋଇଥାଏ। ତେଣୁ ଏହି ୨ ଦିନରେ କରାଯାଇଥିବା ଯେକୌଣସି ବି କାର୍ଯ୍ୟ ତାହା ଅତି ଶୀଘ୍ର ଫଳ ଦେଇଥାଏ। ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ଗୁରୁ ଓ ଶୁକ୍ର ଗ୍ରହ ଦୁହେଁ ବହୁତ ମଜ୍ବୂତ ହୋଇଥାନ୍ତି।

ପ୍ରଥମେ ଏକ ଛୋଟ ମାଟିର ମାଠିଆ ନିଅନ୍ତୁ। ଯଦି ଆପଣଙ୍କ ପାଖରେ ମାଟି ର ମାଠିଆ ନଥାଏ ତେବେ ଆପଣ ପୂଜା ପର୍ବ ବେଳେ ଯେଉଁ କଳସ ବ୍ୟବହାର ହୋଇଥାଏ ସେହି କଳସ କୁ ନେଇପାରିବେ। ଏହା ପରେ ଏହି ମାଠିଆ ରେ ଭର୍ତ୍ତି କରି ଚାଉଳ ରଖନ୍ତୁ। ଏବଂ ସେଥିରେ ଦୁଇଟି ଦୁବଘାସ ନେବେ।ଏହା ପରେ ସେଥିରେ ଗୋଟେ ଏକ ଟଙ୍କା କିମ୍ବା ଏକ କଏନ ରଖିଦେବେ। ଏହି କଏନ କୁ ଚାଉଳ ଭିତରେ ରଖନ୍ତୁ।

ଏହା ପରେ ଗୋଟେ ନାଲି କପଡା ରେ ସେହି କଳସ ବା ମାଠିଆ ର ମୁହଁ କୁ ଭଲ ଭାବରେ ବାନ୍ଧି ଦିଅନ୍ତୁ। ଏବେ ଏହା ବନିଗଲା ଆପଣଙ୍କ ଦିବ୍ୟଧନ ଆସିବାର କଳସ। ଏହା ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାର କଳସ ହୋଇଥାଏ। ଧ୍ୟାନ ରଖନ୍ତୁ ଏହି କଳସ କୁ ଆପଣ ଆପଣଙ୍କ ଘରର ଉତ୍ତର ପଶ୍ଚିମ କୋଣରେ ରଖିବେ। ଏବଂ ଏହାକୁ ଆପଣ ତଳେ ବି ରଖୀ ପାରିବେ। ଏହାକୁ ପୁରା ବର୍ଷ ସେମିତି ସ୍ଥିର କରି ରଖିବେ।

ଏବଂ ଏହାକୁ ପରବର୍ଷ ଉଠାଇ ଆପଣ ଭଗବାନ ଙ୍କୁ ସ୍ମରଣ କରି ପାଖରେ ଥିବା ଯେକୌଣସି ନଦୀ ବା ପୋଖରୀ ରେ ଭସାଇ ଦିଅନ୍ତୁ। ନଚେତ ପକ୍ଷୀ ମାନଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। ଯେଉଁ କଏନ ଟି ସେଥିରେ ଥିବା ତାକୁ ନିଜ ପାଖରେ ରଖି ଦେବେ।

ଆଶା କରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।