ଘରେ ମୂଷା କରୁଛି ହଇରାଣ, ତ କରନ୍ତୁ ଏହି ଛୋଟ କାମ, କିଛି ହିଁ ମିନିଟରେ ମିଳିବ ମୁକ୍ତି

ସମସ୍ତଙ୍କ ଘରେ ମୂଷା ରହିଥାନ୍ତି । ଯେଉଁ ଘରେ ମୂଷା ମାନେ ବାସ କରନ୍ତି, ସେହି ଘରେ କୀଟାଣୁ ଏବଂ ଆବର୍ଜନା ସବୁବେଳେ ରହିଥାଏ । ଏମାନଙ୍କର ବ୍ୟାକ୍ଟେରିୟା ଦ୍ଵାରା ବିଭିନ୍ନ ରୋଗଗୁଡିକ ହେବାର ଡର ରହିଥାଏ । ଏମାନେ ବହୁତ ଚାଳକ ହୋଇଥାନ୍ତି ସେଥିପାଇଁ ଏମାନଙ୍କୁ ଧରିବା ବହୁତ କଷ୍ଟର କାମ ହୋଇଥାଏ ।

ମୂଷା ନକାରାତ୍ମକ ଊର୍ଜା ବଢାଇବାରେ ସାହାର୍ଯ୍ୟ କରିଥାଏ । ଏମାନେ ଆମର ଜିନିଷ ପତ୍ରକୁ ନଷ୍ଟ କରି ଦେଇଥାନ୍ତି । ସେଥିପାଇଁ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏକି ମୂଷାମାନଙ୍କ ଦ୍ଵାରା ଅସୁବିଧା ହୋଇ ନାହାନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ ଏହି ମୂଷାମାନଙ୍କୁ ଘରୁ ବାହାର କରିବା ପାଇଁ କିଛି ସରଲ ଉପାୟ ବିଷୟରେ କହିବୁ ।

ମୂଷା ବାହାର କରିବାର ସରଲ ଉପାୟ

ପ୍ରାୟତଃ ଲୋକମାନେ ମୂଷାଙ୍କୁ ନ ମାରି ତାଙ୍କୁ ଘରୁ ବାହାର କରିବା ଚାହୁଁଛନ୍ତି । ସେହି ଲୋକଙ୍କ ପାଇଁ ଏହି ବିଶେଷ ଲେଖାଟି ।

ପିପରମିଂଟର ବ୍ୟବହାର

ପିପରମିଂଟର ଗନ୍ଧ ମଣିଷଙ୍କୁ ଯେତିକି ଆକର୍ଷିତ କରିଥାଏ । ତାହାଠୁ କେତେ ଗୁଣା ଖରାପ ଲାଗେ ମୂଷା ମାନଙ୍କୁ ଏହାର ଗନ୍ଧ । ସେଥିପାଇଁ ଆପଣ ଘରର ସବୁ କୋଣରେ ପିପରମିଂଟ ପକାଇ ଦିଅନ୍ତୁ । ଏହା ଦ୍ଵାରା ମୂଷା ମାନେ ଘର ପ୍ରବେଶ କରିବେ ନାହିଁ ।

ଲଙ୍କା ଗୁଣ୍ଡ

ଲଙ୍କା ଗୁଣ୍ଡ ଦ୍ଵାରା ଖାଦ୍ୟ ରାଗ ଏବଂ ସ୍ଵାଦିଷ୍ଠ କରାଯାଇଥାଏ । କିନ୍ତୁ ଏହା ମୂଷା ମାନଙ୍କୁ ବିଲକୁଲ ପସନ୍ଦ ନୁହେଁ । ସେଥିପାଇଁ ଆପଣ ଘରର ଯେଉଁ କୋଣରେ ମୂଷା ଅଧିକ ଦେଖା ଯାଆନ୍ତି ସେହି ଜାଗାରେ ଲଙ୍କା ଗୁଣ୍ଡ ବି ପକାଇ ପାରିବେ । ଏହା ଦ୍ଵାରା ମୂଷା ମାନେ ଘର ଭିତକୁ ପ୍ରବେଶ କରିବେ ନାହିଁ ।

ପୋଦିନା ପତ୍ର

ପୋଦିନା ପତ୍ର ହଜମ ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ କି ମୂଷା ମାନଙ୍କୁ ପୋଦିନା ପତ୍ରର ଗନ୍ଧ ବିଲକୁଲ ଭଲ ଲାଗେ ନାହିଁ । ସେଥିପାଇଁ ଆପଣ ଯଦି ମୂଷାମାନଙ୍କୁ ନିଜ ଘରୁ ଦୂର ରଖିବାକୁ ଚାହୁଁଛନ୍ତି ତେବେ ଆପଣ ପୋଦିନା ପାତ୍ର ରଖି ଦିଅନ୍ତୁ । ଏହା ଦ୍ଵାରା ମୂଷା ସେହି ଜାଗାକୁ ଆଉ କେବେବି ଯିବେ ନାହିଁ ।

ଯଦି ଆପଣଙ୍କୁ ଆମର ଏଇ ପୋଷ୍ଟଟି ପସନ୍ଦ ଆସିଥାଏ, ଅଧିକରୁ ଅଧିକ ଶେୟାର କରନ୍ତୁ ଓ ଆମ ପେଜକୁ ଲାଇକ କରନ୍ତୁ ।