30 ବର୍ଷ ପରେ ଶରୀରରେ ଆସେ ବହୁତ ପରିବର୍ତ୍ତନ, ପଡ଼ିପାରନ୍ତି ରୋଗରେ, ଏମିତି ନିଅନ୍ତୁ ନିଜ ଶରୀରର ଯତ୍ନ

30 ବର୍ଷ ପରେ ମଣିଷକୁ ବିଭିନ୍ନ କାରଣରୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ବ୍ୟକ୍ତି ବୟସ ଅନୁଯାୟୀ ନିଜର ଯତ୍ନ ନେବା ଆବଶ୍ୟକ ହୋଇଥାଏ । ମହିଳା ହୁଅନ୍ତୁ କି ପୁରୁଷ 30 ବର୍ଷ ପରେ ସମସ୍ତଙ୍କ ଜୀବନ ଓ ଶରୀର ରେ ଅନେକ ପରିବର୍ତ୍ତନ ଆସିଥାଏ । ଆମର ଖାଇବା ପିଇବା ଅଧିକାଂଶ ଶରୀର ଉପରେ ପ୍ରଭାବ ପକାଇଥାଏ । ଖରାପ ଖାଦ୍ୟପେୟ ଯୋଗୁଁ ବିଭିନ୍ନ ରୋଗ ହୋଇଥାଏ । ଏସବୁ ମଧ୍ୟରେ କେଶ ଝଡ଼ିବା ବି ଗୋଟେ କାରଣ ହୋଇଥାଏ ।

30 ବର୍ଷ ବା ତା ଆଖପାଖ ବୟସରେ ଲୋକଙ୍କ କେଶ ଆଗରୁ ନହେଲେ ମଝିରୁ ଝଡ଼ିବା ଆରମ୍ଭ ହୋଇଥାଏ । ଏ ବୟସ ପାର ହେବା ପରେ ନିଜ ଶରୀରର ବିଶେଷ ଧ୍ୟାନ ନେବା ଉଚିତ । ପ୍ରଥମେ ନିଜ ଖାଇବା ପିଇବା ସୁସ୍ଥ ହେବା ଦରକାର । ଏଥିପାଇଁ ଦାୟୀ ଆମର ମେଟାବୋଲିଜିଅମ, ଏହା ଯେତେ ଦ୍ରୁତ ହେବ, ଆମେ ସେତେ ସକ୍ରିୟ ରହିବା । ବୟସ ବଢ଼ିବା ସହିତ ଆମ ଶରୀରର ପୋଷାକ ତତ୍ତ୍ଵ କମ ହୋଇଥାଏ ।

30 ବର୍ଷ ପରେ ହୋଇଥାଏ ଏସବୁ ସମସ୍ୟା –

ଯୌନଶକ୍ତି ବଢାଉଥିବା ହର୍ମନ ଟେଷ୍ଟୋଷ୍ଟେରାନ ସହିତ ହର୍ମନ ମଧ୍ୟ କମ୍ ହୋଇଥାଏ । ମହିଳାଙ୍କୁ ଆଇରନ ଯୁକ୍ତ ଖାଦ୍ୟ ଯଥା ମଟର, କଖାରୁ ମଞ୍ଜି, ସବୁଜ ପନିପରିବା, ଖିସିମିସ ଖାଇବା ଉଚିତ । ମହିଳାଙ୍କ ହାଡ଼ ପାଇଁ ଭିଟାମିନ ଡି ଓ କ୍ୟାଲସିୟମ ଖାଇବା ଉଚିତ ।

ଏ ବୟସରେ ବହୁତ ସମସ୍ୟା –

30 ବର୍ଷରେ ମହିଳାମାନେ ନିଜ ମାନସିକ ସ୍ବାସ୍ଥ୍ୟର ବିଶେଷ ଧ୍ୟାନ ନେବା ଉଚିତ । ଏହି ବୟସରେ ସମସ୍ୟା ବେଶୀ ଦେଖାଦିଏ । ଏହି ଚିନ୍ତା ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ, ଏଥିରୁ ବଞ୍ଚିବା ପାଇଁ ବ୍ୟାୟାମ କରିବା ସହ ନୂଆ ଆକ୍ଟିଭିଟି ମଧ୍ୟ କରନ୍ତୁ ।

ନିୟମିତ ଚେକ ଅପ କରିବା ଜୁରୁରୀ

ନିୟମିତ ଚେକ ଅପ ଦ୍ୱାରା ଜାଣନ୍ତୁ, ଅଙ୍ଗଗୁଡ଼ିକ କେତେ ଭଲ କାମ କରୁଛି ବା ଏହାର ଯତ୍ନ ପାଇଁ କଣ କରିବା ଦରକାର । 30 ବର୍ଷ ପରେ ନିୟମିତ ମେଡିକାଲ ଚେକ ଅପ କରାନ୍ତୁ । ଯଦି କିଛି ରୋଗର ଲକ୍ଷଣ ଦେଖାଯାଏ ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।