ମୂର୍ତ୍ତିକାର ଅରୁଣ ଯୋଗୀରାଜଙ୍କ ଆଖିରେ ଲୁହ ,କାନ୍ଦି କାନ୍ଦି କହିଲେ, ମୁଁ ବିଶ୍ୱର ସବୁଠୁ ଭାଗ୍ୟବାନ ମଣିଷ !

ମୁଁ ହେଉଛି ଦୁନିଆର ସବୁଠୁ ଭାଗ୍ଯବାନ ମଣିଷ । ପ୍ରାଣ ପ୍ରତିଷ୍ଠା ପରେ ଭାବ ବିହ୍ଵଳ ହୋଇଗଲେ ମୂର୍ତ୍ତିକାର ଯୋଗୀରାଜ । କହିଲେ ଆଖି ଯନ୍ତ୍ରଣା ସହି କେମିତି ନିର୍ମାଣ କରୁଥିଲେ ମୂର୍ତ୍ତି ? ହଁ ଦର୍ଶକ ବନ୍ଧୁ ବ୍ରହ୍ମ, ଭବ୍ୟ, ଐତିହାସିକ ମୂହୁର୍ତ୍ତ କୋଟି କୋଟି ରାମ ଭକ୍ତଙ୍କ ବିଶ୍ଵାସ, ସ୍ପନନ ଓ ହୃଦୟର ସମ୍ରାଟ ପ୍ରଭୁ ରାମଲାଲା ଙ୍କର ପ୍ରାଣ ପ୍ରତିଷ୍ଠା ସମ୍ପନ୍ନ ହୋଇଛି । ପ୍ରାଣ ପ୍ରତିଷ୍ଠା ପରେ ରାମଲାଲାଙ୍କର ଦିବ୍ୟ ଦର୍ଶନ ପାଇ ନିଜକୁ ସମ୍ଭାଳି ପାରି ନ ଥିଲେ ମୂର୍ତ୍ତି କାରୀଗର ଅରୁଣ ଯୋଗୀରାଜ ।

ତାଙ୍କ ଆଖି ଲୁହରେ ଭିଜିଯିବା ସହ କୋହଭରା କଣ୍ଠରେ କହିଛନ୍ତି ମୁଁ ଅନୁଭବ କରୁଛି ଯେ ମୁଁ ପୃଥିବୀର ଭାଗ୍ଯବାନ ମଣିଷ । ମୋର ପୂର୍ବ ପୁରୁଷ, ପରିବାର ସଦସ୍ୟ ଓ ପ୍ରଭୁ ରାମଙ୍କର ଆଶୀର୍ବା ମୋ ଉପରେ ରହିଛି । ଏ ସବୁ ଦେଖି ମୋତେ ଏବେ ବି ବିଶ୍ଵାସ ହେଉ ନାହିଁ । ମୋତେ ଲାଗୁଛି ମୁଁ କେଉଁ ସ୍ଵପ୍ନ ରାଇଜରେ ଅଛି । ରାମଲାଲା ଙ୍କ ପ୍ରାଣ ପ୍ରତିଷ୍ଠା ପରେ ଏମିତି କିଛି କହିଛନ୍ତି ମୂର୍ତ୍ତିକାର ଅରୁଣ ଯୋଗୀରାଜ ।

ଯୋଗୀରାଜ ଙ୍କୁ କିଏ ବା ନ ଜାଣେ ? ସେ ରାମଲଲା ଙ୍କ ମୂର୍ତ୍ତ ନିର୍ମାଣ କରି ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଯୋଗୀରାଜ କର୍ଣ୍ଣାଟକ ର ପ୍ରସିଦ୍ଧ ଶିଳ୍ପୀ ମାନଙ୍କ ବଂଶ ରୁ ଆସିଥିବା ଜଣେ ବିଶିଷ୍ଟ ଶିଳ୍ପୀ ଅଟନ୍ତି । ସେ ଅଳ୍ପ ବୟସରୁ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କ ବାପା ଓ ଜେଜେ ବାପାଙ୍କ ଠାରୁ ସେ ଗଭୀର ଭାବେ ପ୍ରଭାବିତ ହୋଇଥିଲେ ।

ଆଉ ଏହା ପରେ ମୂର୍ତ୍ତି ତିଆରି କରିବା ପାଇଁ ତାଙ୍କ ପାଇଁ ଏକ ନିଶା ପାଲଟି ଯାଇଥିଲା । ମୂର୍ତ୍ତି ନିର୍ମାଣରେ ତାଙ୍କର ଅଭିଜ୍ଞାତା ଥିଲେ ମଧ୍ୟ ପ୍ରଭୁ ଶ୍ରୀରାମଙ୍କର କମନୀୟ ମୂର୍ତ୍ତି ଏତେ ନିଖୁଣ ଭାବେ ଗଢିବା ପଛରେ କେତେ ଯେ କଷ୍ଟ ସହିବାକୁ ପଡିଥିଲେ ସେ ହିଁ ଜାଣିଛନ୍ତି । ଯେବେ ସେ ପ୍ରଭୁ ରାମଙ୍କର ମୂର୍ତ୍ତି ତୋଳିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ଆଖି ରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା ।

ସେ ଭାବିପାରି ନ ଥିଲେ କେମିତି ମୂର୍ତ୍ତି ନିର୍ମାଣ କରିବେ ? ମାତ୍ର ମୂର୍ତ୍ତ ନିର୍ମାଣ କରିବା ବସିବାକୁ ମାତ୍ରେ ତାଙ୍କ ଆଖି ର ଯନ୍ତ୍ରଣା ଆପେ ଆପେ ଗାୟବ ହୋଇ ଯାଉଥିଲା ବୋଲି ଯୋଗୀରାଜ ନିଜେ କହିଛନ୍ତି । ଆଉ କେମିତି ସେ ମୂର୍ତ୍ତି କୁ ଏତେ ସୁନ୍ଦର ଭାବେ ତିଆରି କରିଲେ ସେ ନିଜେ ବି ଜାଣି ନାହାନ୍ତି । ସବୁ ସେ ରାମଲାଲାଙ୍କର ଚମତ୍କାର ବୋଲି କହିଛନ୍ତି ଯୋଗୀରାଜ ।

ଆଉ ଯେବେ ସେ ରାମଲାଲାଙ୍କର ମୂର୍ତ୍ତି କୁ ନିଜ ଆଖି ରେ ଦେଖିଛନ୍ତି ବିଶ୍ଵାସ କରିପାରୁ ନାହାନ୍ତି । ରାମଲାଲାଙ୍କର ସେହି ଅପୂର୍ବ ଦ୍ରୁଶ୍ଯ କୁ ଦେଖି ତାଙ୍କ ଆଖି ଛଳ ଛଳ ହୋଇ ଯାଇଛି । ଆଉ ସେ କୋହଭରା କଣ୍ଠରେ ନିଜକୁ ଦୁନିଆର ଭାଗ୍ଯବାନ ମଣିଷ ବୋଲି କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।