“ମୁଁ ତଳେ ମୋ ସ୍ଵାମୀଙ୍କ ବେଡରୁମ୍ ରେ ରହିବି”, ବେଡରୁମରେ ରହିବାକୁ ନେଇ ଶ୍ଵଶୁର ବୋହୁଙ୍କ ମଧ୍ୟରେ ହେଲା କଥା କଟାକଟି, ଦେଖନ୍ତୁ Video

ଗତକାଲି ବହୁଚର୍ଚ୍ଚିତ ଡାକ୍ତର ସୁମିତ କୁମାର ସାହୁ ଏବଂ ତପସ୍ଵିନୀ ଦାଶଙ୍କ ମାମଲାରେ ରାୟ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ପ୍ରାୟ ଦୁଇ ମାସ ଧରି ଲଢେଇ ଜାରି ରଖିବା ପରେ ତପସ୍ଵିନୀଙ୍କୁ ବର୍ତ୍ତମାନ ତାଙ୍କ ତପସ୍ୟାର ଫଳ ମିଳିଛି କହିଲେ ଅତ୍ଯୁକ୍ତି ହେବନାହିଁ । ପ୍ରଥମେ ୧୧ଦିନ ଧରି ତପସ୍ଵିନୀ ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ । ତା’ପରେ କୋର୍ଟ ଉଭୟଙ୍କୁ ଭଡାଘରେ ଏକାଠି ରହିବା ପାଇଁ କହିଥିଲେ । ଯାହାଫଳରେ ଉଭୟେ ଚିନିଶିଳ୍ପ ଗେଷ୍ଟହାଉସରେ ସାତଦିନ ରହିଥିଲେ ।

କିନ୍ତୁ କୋର୍ଟ ଏହି ଅବଧି ବଢାଇବା ପରେ ସୁମିତ ହଠାତ ଗାୟବ ହୋଇ ଯାଇଥିଲେ । ଫଳସ୍ଵରୂପ ତପସ୍ଵିନୀ ପୁଣି ଥରେ ତାଙ୍କ ଧାରଣାସ୍ଥଳକୁ ଫେରିଥିଲେ । ଆଉ ସେଠାରେ ଜନ ସାଧାରଣ ମିଶି ସୁମିତଙ୍କ ଘରର ଗେଟ୍ ଭାଙ୍ଗି ତପସ୍ଵିନୀଙ୍କୁ ପିଣ୍ଡାରେ ପ୍ରବେଶ କରାଇଥିଲେ । ଆଉ ସେବେଠାରୁ ଗତକାଲିର ଶୁଣାଣି ପାଇଁ ସମସ୍ତେ ପ୍ରତୀକ୍ଷା କରି ରହିଥିଲେ । ଆଉ ଏବେ ସେହି ପ୍ରତୀକ୍ଷାର ଶେଷ ହୋଇଛି ।

ନିଜ ଜିଦ୍ ରେ ଅଟଳ ଥିବା ତପସ୍ଵିନୀଙ୍କୁ ଏବେ ତାଙ୍କ ଶ୍ଵଶୁର ଘରେ ରହିବା ପାଇଁ କୋର୍ଟ ଅର୍ଡର ଦେଇଛନ୍ତି । ଆଉ କୋର୍ଟଙ୍କ ଏହି ରାୟକୁ ସୁମିତଙ୍କ ପରିବାର ମାନ୍ୟ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । କୋର୍ଟଙ୍କ ଏହିଭଳି ରାୟ ପରେ ସୁରକ୍ଷା ଅଫିସର ସୁମିତଙ୍କ ଘରେ ତପସ୍ଵିନୀଙ୍କ ରହିବା ସ୍ଥାନ ସମୀକ୍ଷା କରିବାକୁ ଯାଇଥିଲେ । ଆଉ ଉପର ମହଲାର ଏକ ରୁମ୍ ସେମାନେ ତପସ୍ଵିନୀଙ୍କୁ ଦେବା ପାଇଁ ବ୍ୟବସ୍ଥା କରିଥିବା ଜଣାପଡିଛି ।

ତପସ୍ଵିନୀଙ୍କୁ ଏନେଇ ପଚରା ଯିବାରୁ ସେ କହିଛନ୍ତି କି, ସେ କେବଳ ତାଙ୍କ ସ୍ଵାମୀଙ୍କ ରୁମ୍ ରେ ରହିବେ । ତଳେ ଶୋଇବେ ପଛେ ସ୍ଵାମୀଙ୍କ ରୁମ୍ ରେ ହିଁ ରହିବେ । ହେଲେ ସୁମିତଙ୍କ ବାପା କହିଛନ୍ତି କି, କୋର୍ଟ ସେମିତି କିଛି ନିର୍ଦ୍ଧିଷ୍ଟ ଅର୍ଡର ଦେଇ ନାହାନ୍ତି କି ତପସ୍ଵିନୀ ସୁମିତଙ୍କ ବେଡରୁମରେ ରହିବେ ବୋଲି ।

କୋର୍ଟଙ୍କ ରାୟକୁ ସମ୍ମାନ ଦେଇ ସେମାନେ ତାଙ୍କ ଘରେ ତପସ୍ଵିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରିବେ । କିନ୍ତୁ ପରେ ସେମାନେ ଏହି ମାମଲାରେ ଉଚ୍ଚ ନ୍ୟାୟାଳୟକୁ ନିଶ୍ଚୟ ଯିବେ । ତେବେ ସୁମିତଙ୍କ ସ୍ୱାସ୍ଥ୍ୟ ମଧ୍ୟ ଏଯାଏଁ ଠିକ ନଥିବା ଏବଂ ସେ ବିଶ୍ରାମରେ ଥିବା କଥା କହିଛନ୍ତି ସୁମିତଙ୍କ ବାପା । ତେବେ ଦେଖାଯାଉ ତପସ୍ଵିନୀ ସ୍ଵାମୀ ସୁମିତଙ୍କ ଠାରୁ ଅଲଗା ଉପର ରୁମ୍ ରେ ରହିବାକୁ ରାଜି ହେବେ କି ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।