ମୁଁ ସୁନ୍ଦର ମୋ ଆଖିଟା ମୋତେ ଅସୁନ୍ଦର କରି ଦେଲା! ଭାବିଥିଲି ଡାକ୍ତର ହବ୍ୟ କିନ୍ତୁ… ଏହି ଝିଅ ଯାହା କହୁଛି ଶୁଣି ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ଦୁନିଆ ଦେଖିବାକୁ ଆଖି ଥିଲା ସତ କିନ୍ତୁ ଦୁନିଆ କଣ ବୁଝିବା ଆଗରୁ ଅନ୍ଧାର ହୋଇଗଲା ଜୀବନ । ଖେଳୁଥିଲେ ସ୍କୁଲ ବି ଯାଉଥିଲେ ସାଙ୍ଗ ସାଥି ସମସ୍ତେ ଥିଲେ । ଭାବିଥିଲେ ପାଠ ପଢି ଡାକ୍ତର ହେବେ । ହେଲେ ଆଖି ସବୁ କିଛି ଛଡାଇ ନେଲା । ହସ ହସ ମୁହଁରେ ଦେଖିଥିବା ସ୍ଵପ୍ନ ହଠାତ ମଉଳି ଗଲା । ଅଚାନକ ଆଖି କୁ କିଛି ଦେଖାଗଲା ନାହି । ଧୀରେ ଧୀରେ ଭଲ ଦିଶୁଥିବା ଆଖି ଅନ୍ଧାର ହୋଇଗଲା ।

ଆଉ ଏବେ ପୁରା ଅନ୍ଧକାର ହୋଇଯାଇଛି ଜୀବନ । ଆଉ ସେପଟେ ଦିନ ମଜୁରିଆ ବାପା-ମା ଲୁହ ସୁଖୁ ନାହି । ଏଭଳି ଦୁଖଡ ଦ୍ରୁଶ୍ଯ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବାଉଁଶିଆ ଗାଁ ରେ । କାନ୍ଥରେ ମୁହଁକୁ ମାଡି କାନ୍ଦୁଛି ସୁରଭି । ବାପା-ମା ଝିଅର ନାଁ ସୁରଭି ଦେଇଥିଲେ ଆଉ ଭାବିଥିଲେ ଝିଅର ଜୀବନ ବି ସୁନ୍ଦର ହେବ । ହେଲେ ସବୁ କିଛି ଅଧା ଅଧୁରା ରହିଗଲା ।

ନାରାୟଣ ପାଟଣା ସାହିର ରାଜେଶ୍ଵରୀ ଦାସଙ୍କ ଏକମାତ୍ର ଝିଅ ହେଉଛନ୍ତି ସୁରଭି । ଜନ୍ମରୁ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ । ସବୁ କିଛି ଦେଖିପାରୁ ଥିଲେ ଓ ଭଲ ପାଠ ବି ପଢୁଥିଏ । ଝିଅର ପାଠ ପଢା ଦେଖି ବାପା-ମା ଙ୍କ ଆସା ଥିଲା ଦିନେ ଝିଅ ତାଙ୍କର ସାହାରା ହେବ । ହେଲେ ଝିଅ ପଞ୍ଚମ ଶ୍ରେଣୀରେ ପାଠ ପଢିବା ବେଳେ ଆସିଲା ବଡ ବିପଦ ।

ପ୍ରଥମେ ଗୋଟେ ଆଖି ନାଲି ହେବା ସହ ଦେଖାଗଲା ନାହି । ଆଉ ସପ୍ତମ ଶ୍ରେଣୀରେ ପଢିବା ବେଳେ ଆଉ ଗୋଟେ ଆଖି ନଷ୍ଟ ହୋଇଗଲା । ପରିବାର ଲୋକେ ଧାର କରଜ କରି ସୁରଭିଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସା କରାଇଲେ ହେଲେ ସେଥିରେ କିଛି ସୁଫଳ ମିଳିଲା ନାହି । ଏହି ସୁନ୍ଦର ଦିଶୁଥିବା ଆଖିଟି ଭିତରୁ ନଷ୍ଟ ହୋଇଗଲା ।

ଦୁଖେ କଷ୍ଟେ ସୁରଭି ପାଠ ପଢି ଦଶମ ପାସ କରି ଯୁକ୍ତ 2 ରେ ନାମ ଲେଖାଇଲେ । ହେଲେ ଦୁଇଟି ଆଖିକୁ ଭଲ ନ ଡିସିବାରୁ ସେ ଅଧାରୁ ପାଠ ଛାଡି ଘରେ ରହୁଥିବା ବେଳେ ଏବେ ତାଙ୍କର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଯାହା କିଛି ସଞ୍ଚିତ ଟଙ୍କା ଥିଲା ତାହା ସୁରଭିଙ୍କ ଚିକିତ୍ସାରେ ସରିଯାଇଥିବା ବେଳେ ଏବେ ବାପା ବାହାର ରାଜ୍ୟରେ ଦିନ ମଜୁରିଆ କାମ କରି ଯାହା ଦିଅନ୍ତି ସେଥିରେ ଚାଲିବା କଷ୍ଟକର ହେଉଥିବାରୁ କିଭଳି ଝିଅର ଚିକିତ୍ସା କରାଇବେ ତାହାକୁ ନେଇ ଚିନ୍ତାରେ ପରିବାର ।

ସୁରଭି ଙ୍କୁ ସରକାରୀ ସହାୟତା ବା ଆର୍ଥିକ ସାହାଜ୍ଯ ଦେବାକୁ ନିବେଦନ କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟ ପରେ ସରକାରଙ୍କ ତରଫରୁ ଯଥା ସମ୍ଭବ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଉନ୍ନୟନ ଅଧିକାରୀ । ତେବେ ସରକାରୀ ସହାୟତାକୁ ଅନାଇ ବସିଥିବା ସୁରଭିଙ୍କ ପାଖରେ କେବେ ପ୍ରଶାସନ ପହଞ୍ଚିବ ଓ କେବେ ତାଙ୍କ ଆଖି ଠିକ ହୋଇପାରିବ ତାକୁ ଅପେକ୍ଷା କରିଛନ୍ତି ସୁରଭି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।