ମୁଁ ସବୁବେଳେ ଚାହେଁ କୋଏଲ ଖୁସିରେ ରହୁ, Koelଙ୍କ ଦ୍ଵିତୀୟ ବିବାହକୁ ନେଇ କଣ କହିଲେ Bobby ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ନିହାତି କଳାକାର ଜଗତର ଅଭିନେତା ବବି ମିଶ୍ରଙ୍କୁ ଜାଣିଥିବେ । ତାଙ୍କ ଅଭିନୟ ଯେଭଳି ଲୋକଙ୍କ ସମ୍ମୁଖରେ ଥାଏ ତାଙ୍କ ବ୍ୟକ୍ତିବତ ଜୀବନର କାହାଣୀକୁ ମଧ୍ୟ ସେ ଲୋକଙ୍କ ସମ୍ମୁଖରେ ପ୍ରକାଶ କରିଥାନ୍ତି । ତେବେ ବବି ମିଶ୍ର ତାଙ୍କ ପୂର୍ବ ଧର୍ମ ପତ୍ନୀ କୋଏଲ ବାନାର୍ଜୀଙ୍କ ସମ୍ପର୍କରେ ମିଡିଆ ସାମ୍ନାରେ କିଛି କଥା କହିଛନ୍ତି ଯାହା ହୁଏତ ଆପଣ ମାନେ ଆଗରୁ ଖବର ପାଇନଥିବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କୋଏଲ ବାନାର୍ଜୀଙ୍କ ସମ୍ପର୍କରେ ବବି ମିଶ୍ର କହିଥିବା ସମସ୍ତ କଥା ବିଷୟରେ ।

ବବି ମିଶ୍ର ବଙ୍ଗାଳୀ ଅଭିନେତ୍ରୀ କୋଏଲ ବାନାର୍ଜୀଙ୍କୁ ବିବାହ କରିବା କଥା ତ ଆପଣ ମାନେ ନିହାତି ଜାଣିଥିବେ । ତେବେ ତାଙ୍କ ବୈବାହିକ ଜୀବନ 2011 ମସିହାରୁ 2017 ମସିହା ପର୍ଯ୍ୟନ୍ତ ଭଲ ସୁଖ ଶାନ୍ତିରେ କଟୁଥିଲା ବୋଲି ବବି ମିଶ୍ର କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି ତାଙ୍କ ସ୍ତ୍ରୀଙ୍କ ଖୁସି ପାଇଁ ସେ ସବୁକିଛି କରୁଥିଲେ । ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ କଲିକତାରେ କାମ କରିବା ପାଇଁ ଯାଇ ସେଠାରେ ଏକ ଭଡା ଘରେ ରହୁଥିଲେ । ସେତେବଳେ ତାଙ୍କ ସ୍ତ୍ରୀଙ୍କ ପାଖରେ ପଇସା ନଥିଲା ଘର ଭଡା ଦେବା ପାଇଁ ।

ବବି ମିଶ୍ର ତାଙ୍କ ସ୍ତ୍ରୀଙ୍କ ହାଲ ଚାଲ ଦେଖିବା ପାଇଁ କଲିକତା ଯାଇଥିଲେ । ଯେତେବେଳେ ସେ ଜାଣିଲେ ତାଙ୍କ ସ୍ତ୍ରୀ ଘର ଭଡା ଦେଇପାରୁନାହାନ୍ତି । ସେତେବେଳେ ବବି ମିଶ୍ର ଭଡା ଘର ପାଖରେ ଥିବା ଏକ ଦୁଇ ମହଲା ଘର କିଣି ଉପହାର ଦେଇଥିଲେ ତାଙ୍କ ସ୍ତ୍ରୀ କୋଏଲ ବାନାର୍ଜୀଙ୍କୁ । ବବି ମିଶ୍ରଙ୍କ ଛାଡପତ୍ର ହୋଇସାରିଛି ।

ଆଉ ଏବେ କୋଏଲ ବାନାର୍ଜୀ ବବି ମିଶ୍ରଙ୍କୁ ଛାଡି ଦିତୀୟ ବିବାହ ମଧ୍ୟ କରିସାରିଛନ୍ତି ଏବଂ ତାଙ୍କ ବୈବାହିକ ଜୀବନ ଖୁସିରେ କଟୁଛି । ବବି ମିଶ୍ର କହିଛନ୍ତି କି ସେ କୋଏଲ ବାନାର୍ଜୀଙ୍କୁ ସାରା ଜୀବନ ଖୁସିରେ ଦେଖିବା ପାଇଁ ଚାହୁଁଛନ୍ତି । ସେ ତାଙ୍କୁ ଖୁସିରେ ରଖିଥିଲେ ଆଶା କରୁଛନ୍ତି ତାଙ୍କ ଦିତୀୟ ସ୍ଵାମୀ ମଧ୍ୟ ତାଙ୍କୁ ଖୁସିରେ ରଖିବେ ।

ବବି ମିଶ୍ରଙ୍କ ମନରେ ତାଙ୍କ ପୂର୍ବ ପତ୍ନୀ କୋଏଲ ବାନାର୍ଜୀଙ୍କ ପାଇଁ କୌଣସି ରାଗ ହିଂସା ମନରେ ନାହିଁ ବାସ ସେ ତାଙ୍କୁ ସବୁବେଳେ ହସୁଥିବାର ଦେଖିବା ପାଇଁ ଆଶା ରଖନ୍ତି । ତାଙ୍କ ଜୀବନ ସୁଖ ଶାନ୍ତିରେ କଟୁ ବୋଲି ସେ ପ୍ରାଥନା କରନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।