ମୁଁ ମୋ ସ୍ଵାମୀ ଓ ଛୁଆଙ୍କ ସହ ଘର ସଂସାର କରିବାକୁ ଚାହୁଁଛି । ଦୀନବନ୍ଧୁ ଯାହାବି କହୁଛି ସବୁ ମିଛ । ମୋତେ ବିଶ୍ବାସ କର । ଏ ଛୁଆ ତୁମର, ମୋର କାହା ସହ ବି ଅନୈତିକ ସମ୍ପର୍କ ନାହିଁ । ମୋ ପରିବାରକୁ ମୋ ଠାରୁ ଦୟାକରି ଅଲଗା କରନି । ମୋ ବଡ ପୁଅ ମୋତେ କେତେ ଖୋଜୁଥିବ । ମୁଁ ପୁରା ପବିତ୍ର ରହିଛି, କାହାସହ ବି ଅନୈତିକ ସମ୍ପର୍କ ରଖିନାହିଁ । । ଏମିତି କହି ଆଜି ଆଉ ଜଣେ ମହିଳା ତାଙ୍କ ଅଧିକାର ପାଇଁ ସ୍ଵାମୀଙ୍କ ଘରଆଗରେ ଧାରଣାରେ ବସିଛନ୍ତି । ଇଏ ହେଉଛନ୍ତି ଗଞ୍ଜାମର ବୋହୂ ସ୍ଵପ୍ନା ନାଏକ ।
କାହ୍ନୁଚରଣଙ୍କ ସହ ୨୦୧୨ରେ ତାଙ୍କର ବିବାହ ହୋଇଥିଲା । ଶାଶୁ ଶ୍ଵଶୁର ନଥିବାରୁ ନଣନ୍ଦ ଓ ନଣନ୍ଦେଇ ତାଙ୍କର ବିବାହ କରିଥିଲେ । ହେଲେ ବାହାଘରର କିଛି ମାସ ପରେ ଆରମ୍ଭ ହୋଇ ଯାଇଥିଲା ଯୌତୁକ ନିର୍ଯ୍ୟାତନା, କାରଣ ଡିମାଣ୍ଡ ଅନୁଯାୟୀ ଯୌତୁକ ଆଣି ନଥିଲେ ସ୍ଵପ୍ନା । ଏଥିପାଇଁ ନଣନ୍ଦ ନଣନ୍ଦେଇଙ୍କ ସହ ସ୍ଵାମୀ ମଧ୍ୟ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ । ଏହାରି ମଧ୍ୟରେ ତାଙ୍କ ଦୁଇଟି ପୁଅ ମଧ୍ୟ ଜନ୍ମ ହୋଇଥିଲେ । ବଡ ପୁଅକୁ ୧୧ ବର୍ଷ ହୋଇଥିବା ବେଳେ ସାନ ପୁଅକୁ ମାତ୍ର ୬ ବର୍ଷ ।
ହେଲେ ବାହାଘରର କିଛି ବର୍ଷ ପରେ ପାଖରେ ରହି ପଢୁଥିବା ଭଣଜା ସହ ଅନୈତିକ ସମ୍ପର୍କ ଥିବା କହି ସ୍ଵପ୍ନାଙ୍କୁ ଘରୁ ବାହାରି କରିଦେଲେ କାହ୍ନୁ । ବଡ ପୁଅକୁ ସେ ନିଜ ପାଖରେ ରଖିଥିବା ସହ ସାନ ପୁଅ ସ୍ଵପ୍ନାଙ୍କ ସହ ରହୁଛି । ସ୍ଵପ୍ନାଙ୍କୁ ଛାଡିଦେବା ପାଇଁ ନଣନ୍ଦ ନଣନ୍ଦେଇଙ୍କ ସହ ବନ୍ଧୁ ଦୀନବନ୍ଧୁ ପଣ୍ଡା ମଧ୍ୟ କାହ୍ନୁଚରଣଙ୍କୁ ଉସୁକାଉଥିଲେ । ସେଥିପାଇଁ ଗତ କିଛି ବର୍ଷ ଧରି ନିଜ ବାପଘରେ ରହୁଥିଲେ ସ୍ଵପ୍ନା ।
ହେଲେ ଏବେ ସ୍ଵାମୀଙ୍କ କ୍ଵାର୍ଟର ତାଲା ଭାଙ୍ଗି ନିଜ ଅଧିକାର ପାଇଁ ଘରେ ପଶିଛନ୍ତି ସ୍ଵପ୍ନା । ଦୀନବନ୍ଧୁ ପଣ୍ଡା ତାଙ୍କ ଘର ଭାଙ୍ଗିବା ସହ ସ୍ଵାମୀଙ୍କୁ ମିଛ ସତ କହି ତାଙ୍କ ଠାରୁ ଦୂରେଇ ଦେଇଛି ବୋଲି କହିଛନ୍ତି ସ୍ଵପ୍ନା । ସ୍ଵପ୍ନାଙ୍କ ସାନ ପୁଅ କାହ୍ନୁଚରଣଙ୍କର କି ନୁହେଁ ତାହା ଜାଣିବା ପାଇଁ ସ୍ଵପ୍ନାଙ୍କୁ ଡିଏନଏ ଟେଷ୍ଟ କରିବା ପାଇଁ କହୁଛନ୍ତି ଦୀନବନ୍ଧୁ । ଆଉ ସେହି ଦୀନବନ୍ଧୁଙ୍କ କଥାରେ ପଡି ଅନ୍ୟ ଜଣେ ଝିଅ ସହ ରହୁଛନ୍ତି କାହୁନୁ ।
ଯାହା ଶୁଣିବା ପରେ ସେ ନିଜ ସ୍ଵାମୀଙ୍କ ଘର ଗେଟ୍ ତାଲା ଭାଙ୍ଗିଛନ୍ତି ବୋଲି କହିଛନ୍ତି । ତେବେ ଧାରଣାରେ ବସିଥିବା ସ୍ଵପ୍ନାଙ୍କୁ ମାମଲା ଆଗକୁ କେଉଁ ମୋଡ ନେଉଛି ତାହା ଦେଖିବା ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।