ମୁଁ ବୁଝିପାରୁନି ଏମାନେ ତାଙ୍କୁ ସମ୍ମାନ ଦେଉଛନ୍ତି ନା ସେ ନାହାନ୍ତି ବୋଲି ତାଙ୍କ ଚରିତ୍ର… ଓଲିଉଡ କଳାକାରଙ୍କୁ କଡା ନିନ୍ଦା କଲେ ସମାଜସେବୀ Sangram Biswal

ପିଣ୍ଟୁ ନନ୍ଦ ତ ଆଉ ନାହାନ୍ତି । ଆମ ସମସ୍ତଙ୍କୁ ଛାଡି ସେ ଭିନ୍ନ ଏକ ଦୁନିଆକୁ ଚାଲି ଯାଇଛନ୍ତି । ହେଲେ ସେ ଯିବା ପରେ ବି ଆଜି ତାଙ୍କ ପିଛା ଛାଡୁ ନାହିଁ ବିବାଦ । ପିଣ୍ଟୁ ନନ୍ଦ ବଞ୍ଚିଥିବା ଅବେଳେ ତାଙ୍କ ଚିକିତ୍ସା ପାଇଁ ଭିଡିଓ ମାଧ୍ୟମରେ ଆର୍ଥିକ ସହାୟତା ପ୍ରାର୍ଥନା କରିବାକୁ ନେଇ କିଛି କଳାକାରମାନେ ତାଙ୍କୁ ବେଶ ସମାଲୋଚନା କରିଥିଲେ । ଏହାକୁ ନେଇ ସେତେବେଳେ ଖୁବ ବି-ବା-ଦ ଉଠିଥିଲା । ଆଉ ଏବେ ମଧ୍ୟ ସେ ଚାଲିଯିବା ପରେ ପିଣ୍ଟୁ ନନ୍ଦ ବହୁତ ମ-ଦ୍ୟ-ପା-ନ କରୁଥିଲେ, ଗୁଣିଆ ପାଖକୁ ଯାଉଥିଲେ ଆଦି ଅନେକ କଥା ସେମାନେ କହୁଛନ୍ତି ।

ତେବେ ଏହିସବୁ କଳାକାର ମାନଙ୍କୁ ନିନ୍ଦା କରିଛନ୍ତି ସମାଜସେବୀ ସଂଗ୍ରାମ ବିଶ୍ଵାଳ । ସେ କହିଛନ୍ତି କିଛି ଲୋକ ପିଣ୍ଟୁ ନନ୍ଦଙ୍କ ଅସୁସ୍ଥତାର ସୁଯୋଗ ନେଇ ନିଜ ଫେସ ଭାଲ୍ଯୁ ବଢେଇବାକୁ ଚେଷ୍ଟା କରୁଛନ୍ତି । ପିଣ୍ଟୁ ଭାଇଙ୍କ ଦ୍ଵାରା ନିଜକୁ କ୍ୟାମେରା ଆଗରେ ବଡ ଦେଖାଇବାକୁ ଚାହିଁଛନ୍ତି । ହେଲେ ଯେଉଁ କଳାକାର ଅନ୍ୟ ଜଣେ କଳାକାରଙ୍କୁ ଇଜ୍ଜତ ଦେଇ ନ ପାରିଲା ତା’ର କିଛି ମୂଲ୍ୟ ନାହିଁ ।

ପିଣ୍ଟୁ ଭାଇ ଯେତେବେଳେ ମେଡିକାଲରେ ଥିଲେ ସେତେବେଳେ ସେହି କଳାକାର ମାନେ କ୍ୟାମେରା ଆଗରେ ପିଣ୍ଟୁ ନନ୍ଦଙ୍କ ପାଇଁ ସାହାଯ୍ୟ ମାଗୁଥିଲେ । ପିଣ୍ଟୁ ନନ୍ଦଙ୍କୁ କେହି ଖରାପ କୁହନ୍ତିନି, ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଓ ଯଥାସମ୍ଭବ ଆର୍ଥିକ ସହାୟତା କରନ୍ତୁ । ହେଲେ ଆଜି ଦୁଃଖ ଲାଗୁଛି ପିଣ୍ଟୁ ଭାଇଙ୍କୁ ସମର୍ଥନ କରୁଥିବା ଲୋକମାନେ ଆଜି ସେ ଚାଲିଯିବା ପରେ ପ୍ରାୟତଃ ସମସ୍ତେ କ୍ୟାମେରା ଆଗରେ ପିଣ୍ଟୁ ଭାଇଙ୍କୁ ବଦନାମ କରୁଛନ୍ତି ।

ପିଣ୍ଟୁ ଡିଭୋର୍ସ ପରେ ବେଶୀ ମ-ଦ ପିଉଥିଲା ଯେତେ କହିଲେ ବି ଶୁଣୁ ନଥିଲା ଏମିତି ଅନେକ କଥା କହୁଛନ୍ତି । ତେଣୁ ସେମାନେ ପିଣ୍ଟୁ ଭାଇଙ୍କୁ ସମ୍ମାନ ଦେଉଛନ୍ତି ନା ସେ ନାହାନ୍ତି ବୋଲି ତାଙ୍କ ଚରିତ୍ରକୁ ଖରାପ କରୁଛନ୍ତି ମୁଁ ବୁଝି ପାରୁନି । ଯଦି କଳାକାର ମାନେ ପ୍ରକୃତରେ ଚେଷ୍ଟା କରିଥାନ୍ତେ ତେବେ ଗୋଟିଏ ଦିନରେ କୋଟିଏ କଣ 4 କୋଟି ଟଙ୍କା ମଧ୍ୟ ଆଦାୟ ହୋଇ ପାରିଥାନ୍ତା । ହେଲେ କିଛି ପିଣ୍ଟୁ ନନ୍ଦଙ୍କ ଖରାପ ସମୟ ବେଳେ କିଛି କଳାକାର ଜାଣିଶୁଣି ବିବାଦ ଠିଆ କରିଥିଲେ ।

ଯେଉଁଥି ପାଇଁ ପିଣ୍ଟୁ ଭାଇ ଦୁଃଖରେ ଶେଷରେ ହାତଯୋଡି କହିଥିଲେ ମୋ ପାଇଁ ସାଧାରଣ ଜନତାଙ୍କ ଠାରୁ ସାହାଯ୍ୟ ମାଗନି ବୋଲି । ତେବେ ସଂଗ୍ରାମଙ୍କ କଥା ଶୁଣି ଆପଣଙ୍କୁ କଣ ଅନୁଭବ ହେଉଛି ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।