ଅଲଗା ହୋଇ ଯାଇଥିଲେ ହେଲେ ମୃତ୍ୟୁ ଖବର ଶୁଣି ତରଳିଗଲା କଠୋର ହୃଦୟ, Pintu Nanda ଙ୍କ ଚିତା ପାଖରେ ଏମିତି ଅବସ୍ଥା ହେଉଥିଲା ପତ୍ନୀ Shilpa ଙ୍କର, ଦେଖନ୍ତୁ ଦୃଶ୍ୟ…

ବର୍ଷିୟାନ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଓ ତାଙ୍କ ପତ୍ନୀ ଶିଳ୍ପାଙ୍କ ମଧ୍ୟରେ ମନୋମାଳିନ୍ୟ ହେବା ପରେ ଦୁହେଁ ଅଲଗା ରହୁଥିଲେ । ସୂଚନା ଅନୁଯାୟୀ ଗତ ନଭେମ୍ବର ମାସ ଠାରୁ ସେମାନେ ଅଲଗା ହୋଇ ଯାଇଥିଲେ । ହେଲେ ସ୍ଵାମୀଏନକେ ମୃତ୍ୟୁ ଖବର ପାଇଁ ନିଜକୁ ଆଉ ସମ୍ଭାଳି ପାରି ନଥିଲେ ଶିଳ୍ପା । ଦିନେ ପିଣ୍ଟୁଙ୍କୁ ଭଲ ପାଇ ବାହା ହୋଇଥିବା ଶିଳ୍ପାଙ୍କ କଠୋର ହୃଦୟ ତରଳି ଯାଇଥିଲା । ଶେଷରେ ଜମ୍ମୁରେ ରହୁଥିବା ଶିଳ୍ପା ସିଧା ଆସି ପହଞ୍ଚିଥିଲେ ଭୁବନେଶ୍ବରରେ ।

ଆଉ ଏପଟେ ପିଣ୍ଟୁଙ୍କ ମରଶରୀର ପାଖରେ ସେ ମୁଣ୍ଡ ପିଟି କାନ୍ଦୁଥିବାର ଦେଖିବକୁ ମିଳିଛି । ଗୋଟିଏ ପଟେ ପିଣ୍ଟୁଙ୍କ ଚିତା ଜଳୁଥାଏ ଆଉ ଗୋଟିଏ ପଟେ ପତ୍ନୀ ଶିଳ୍ପା ବାରମ୍ବାର ଚେତାଶୂନ୍ୟ ହୋଇ ପଡୁଥାନ୍ତି । ସ୍ଵାମୀଙ୍କ ଶେଷ ବିଦାୟ ବେଳେ କେଉଁ ସ୍ତ୍ରୀ ବା ନିଜକୁ ସମ୍ଭାଳି ପାରିବ ! ଅଭିନେତା ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ସମୟରେ ଏମିତି କିଛି ଦୃଶ୍ୟ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିବାରେ ଲାଗିଥିଲା । ଅଗ୍ନିକୁ ସାକ୍ଷୀ ରଖି ପତ୍ନୀ ଶିଳ୍ପାଙ୍କ ହାତ ଧରି ସବୁଦିନ ପାଇଁ ନିଜ ଜୀବନସାଥି କରିଥିଲେ ପିଣ୍ଟୁ ନନ୍ଦ ।

ହେଲେ ସୁଖରେ ବୈବାହିକ ଜୀବନ କଟୁଥିବା ବେଳେ ହଠାତ 12 ବର୍ଷର ସମ୍ପର୍କରେ ସତେ ଯେମିତି କାହା ନଜର ଲାଗି ଯାଇଥିଲା । ଶିଳ୍ପା ପେଷାରେ ଜଣେ ଆର୍କିଟେକ୍ଚର ଅଟନ୍ତି ତେଣୁ ସେ ନିଜ କାର୍ଯ୍ୟରେ ଅଧିକ ସମୟ ଦେଉଥିଲେ । ପିଣ୍ଟୁ ଓ ଶିଳ୍ପାଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ଗତ ନଭେମ୍ବର ମାସରେ ଦୁହେଁ ଅଲଗା ହୋଇ ଯାଇଥିଲେ ।

ସେବେଠାରୁ ସାନ ପୁଅକୁ ସାଥିରେ ନେଇ ଜମ୍ମୁ ଚାଲି ଯାଇଥିଲେ ଶିଳ୍ପା । ଜମ୍ମୁ ଏନଆଇଟି ରେ ସେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଛନ୍ତି । ଏପଟେ ବଡ ପୁଅ ସହ ସାଇ ସହ ପିଣ୍ଟୁ ଭୁବନେଶ୍ବରରେ ରହୁଥିଲେ । ପିଣ୍ଟୁଙ୍କ ଦେହ ଖରାପ ବେଳେ ବି ତାଙ୍କ ପାଖରେ ନଥିଲେ ଶିଳ୍ପା । କେବଳ ଥରେ କି ଦୁଇଥର ଦେଖିବାକୁ ଆସିଥିଲେ ଓ କଲ୍ ରେ ଖବର ନେଉଥିଲେ । ହେଲେ ପିଣ୍ଟୁଙ୍କ ଦେହାନ୍ତ ଖବର ଶୁଣିବା ପରେ ଶିଳ୍ପା ନିଜକୁ ଆଉ ସମ୍ଭାଳି ପାରି ନଥିଲେ ।

ପଛକଥା ଭୁଲି ଶେଷଥର ପାଇଁ ପିଣ୍ଟୁଙ୍କୁ ଟିକେ ଦେଖିବାକୁ ଆସିଥିଲେ ପତ୍ନୀ । ଆଉ ଯାହାର ଦୃଶ୍ୟ ଏବେ ସମସ୍ତଙ୍କ ମନକୁ ବିଚଳିତ କରୁଛି । ପିଣ୍ଟୁଙ୍କ ଅକାଳ ବିୟୋଗରେ ତାଙ୍କ ପୁରା ପରିବାର ଏବେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।