“ମୁଁ ବହୁତ ଥର ବାହା ହେଇଛି, ଜାଗରରେ ଭୋକ ସମ୍ଭାଳି ନପାରି ଚାଟ୍ ଖାଇଦେଲି ଯେ…”, ଓଲିଉଡ ଅଭିନେତ୍ରୀ Priyanka Panigrahi ଙ୍କ ସ୍ଵତନ୍ତ୍ର ସାକ୍ଷାତକାର

ରିୟାଲିଟି ଶୋ’ “ମୁଁ ବି ହିରୋଇନ ହେବି” ରୁ ଯାତ୍ରା ଆରମ୍ଭ କରି ଓଲିଉଡରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କ ଏକ ସ୍ଵତନ୍ତ୍ର ସାକ୍ଷାତକାର ବିଷୟରେ ଆମେ ଆପଣଙ୍କୁ କହିବୁ । ସେ ଜଣେ ମଡେଲ, ଅଭିନେତ୍ରୀ ଏବଂ ଜଣେ ୟୁଟ୍ଯୁବର । ସେ ଅନେକ ଫିଲ୍ମ ଓ ଧାରାବାହିକରେ ଅଭିନୟ କରି ଦର୍ଶକଙ୍କ ମନରେ ଛାପ ଛାଡି ଯାଇଛନ୍ତି । ପ୍ରିୟଙ୍କା ବିବାହ କରି ସାରିଥିବା ବେଳେ ବର୍ତ୍ତମାନ ତାଙ୍କ ପ୍ରେମ ଓ ବିବାହକୁ ନେଇ ଅନେକ କଥା କହିଛନ୍ତି ।

ତାଙ୍କର ଆଗକୁ ଏକ ଫିଲ୍ମ ଆସିବାକୁ ଥିବାବେଳେ ସେ ଓଲିଉଡରେ ନିଜ ଯାତ୍ରା ଓ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ସୁନ୍ଦର ଯଥା ସବୁ କହିଛନ୍ତି । ଖେଳିବା ଏବଂ ପାଠପଢା ବ୍ଯତୀତ ତାଙ୍କର ଅଭିନୟ ଏବଂ ନୃତ୍ୟରେ ସେତେଟା ରୁଚି ନଥିଲା । ବାଲେଶ୍ଵରରେ ଯେତେବେଳେ “ମୁଁ ବି ହିରୋଇନ ହେବି” ର ଅଡିସନ ଚାଲିଥିଲା ସେ ଟାଣି ହୋଇ ଚାଲି ଆସିଥିଲେ । ଯେମିତିକି ତାଙ୍କ ଜୀବନ ତାଙ୍କ ପାଇଁ ଭିନ୍ନ କିଛି ରଖିଛି । ପ୍ରିୟଙ୍କା ନିଜେ ଲେଖିଥିବା ଏକ ଡାଇଲଗ ପ୍ରିପେୟାର କରି ଆସିଥିଲେ ଓ ଶୋ’ରେ ଆଗକୁ ବଢିଥିଲେ ।

ହେଲେ ଶେଷ ପର୍ଯ୍ୟନ୍ତ ସେ ଶୋ’ ଛାଡିଦେବେ ବୋଲି ଭାବୁଥିଲେ । କିନ୍ତୁ ଗୋଟିଏ ପରେ ଗୋଟିଏ ପାହାଚ ଉପରକୁ ଯିବା ପରେ ତାଙ୍କର ନିଜ ଉପରେ ବିଶ୍ବାସ ଆସିଥିଲା କି ସେ ଏହି କ୍ଷେତ୍ରରେ ହୁଏତ କିଛି କରିପାରିବେ ବୋଲି । ସେଠାରୁ ହିଁ ତାଙ୍କ ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା ଓ ତାଙ୍କୁ ତରଙ୍ଗ ଚ୍ଯାନେଲରୁ ସିରିଏଲ “ତେଜସ୍ବିନୀ” ପାଇଁ ତାଙ୍କୁ ଅଫର୍ ଆସିଥିଲା ।

ଅଭିନୟ ଜାଣି ନଥିବା ସତ୍ତ୍ୱେ ସେ ସେହିଠାରେ ହିଁ ଅଭିନୟ ଶିଖିଥିଲେ ଓ କାମ କରିଥିଲେ । ଦର୍ଶକ ତାଙ୍କ ଅଭିନୟ ବେଶ ପସନ୍ଦ କରିଥିଲେ ଓ ପ୍ରିୟଙ୍କା ଆଜି ଫିଲ୍ମ ମଧ୍ୟ କଲେଣି । ଉଷଶ୍ରୀ ମିଶ୍ରଙ୍କୁ ସେ ଧନ୍ୟବାଦ ଦେଇଛନ୍ତି କାରଣ ସେ ତାଙ୍କୁ ଶୁଟିଙ୍ଗ ଓ ଅଭିନୟକୁ ନେଇ ଅନେକ କିଛି ଶିକ୍ଷା ଦେଇଛନ୍ତି । ତେବେ 2019ରେ ପ୍ରିୟଙ୍କା ବିବାହ କରିଥିଲେ ସ୍ମାରକଙ୍କୁ ।

ସେହି ବର୍ଷ ଜାଗର ଉପବାସ ବେଳେ ସେ ଭୋକ ସମ୍ଭାଳି ନପାରି ଚାଟ୍ ଖାଇ ଦେଇଥିଲେ । ତେଣୁ ମହାଦେବ ତାଙ୍କର ଜଣେ ବଡ ଭକ୍ତଙ୍କ ସହ ତାଙ୍କର ବିବାହ ଠିକ କରି ଦେଇଥିଲେ ବୋଲି ସେ ମଜାରେ କୁହନ୍ତି । ତେବେ ବିବାହ ଓ ଜୀବନସାଥିଙ୍କୁ ନେଇ ତାଙ୍କ ମନରେ ଅନେକ ଧାରଣା ଥିଲା । କିନ୍ତୁ ଫିଲ୍ମରେ ଆମେ ଯେମିତି ଦେଖୁଚୁ ସେମିତି କିଛି ହୁଏନି ।

ଜୀବନସାଥି ଆପଣଙ୍କୁ ଓ ଆପଣଙ୍କ ସ୍ଵପ୍ନକୁ ବୁଝି ପାରୁଥିବା ଦରକାର ବୋଲି ପ୍ରିୟଙ୍କା ନିଜ ଅନୁଭୂତିରୁ କୁହନ୍ତି । ଫିଲ୍ମ ଓ ସିରିଏଲରେ ତ ସେ ଅନେକ ଥର ବିବାହ କରିଥିଲେ ତେଣୁ ତାଙ୍କ ଅସଲ ବିବାହ ସେତେ ଉପଭୋଗ କରି ପାରିବେନି ବୋଲି ସେ ଭାବିଥିଲେ । କିନ୍ତୁ ଏହା କୌଣସି ସ୍କ୍ରିପ୍ଟ ର ଅଂଶ ନଥିଲା ଏକଦମ ରିୟଲ ଥିଲା ।

ତେଣୁ ପ୍ରିୟଙ୍କା ସ୍ମାରକଙ୍କ ସହ ବେଶ ଖୁସି ଥିବା କହିଛନ୍ତି ଓ ଅଭିନୟ ଦୁନିଆରେ ମଧ୍ୟ ଆଗକୁ ଦର୍ଶକଙ୍କ ମନୋରଞ୍ଜନ ଜାରି ରଖିବେ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।