ଆମ ରକ୍ତରେ ଦୁଇ ପ୍ରକାର କୋଲେଷ୍ଟ୍ରୋଲ ରହିଥାଏ । ଗୋଟିଏ ହେଉଛି ଏଚଡ଼ିଏଲ ବା ଭଲ କୋଲେଷ୍ଟ୍ରୋଲ ଓ ଅନ୍ଯଟି ଏଲଡ଼ିକେ ବା ଖରାପ କୋଲେଷ୍ଟ୍ରୋଲ । ରକ୍ତରେ ଖରାପ କୋଲେଷ୍ଟ୍ରୋଲ ଅଧିକ ବଢିଗଲେ ଏହା ଆମ ଧମନୀ ଗୁଡିକ ମଧ୍ୟରେ ଜମି ବ୍ଲକେଜ କରିଥାଏ । ଯାହାଫଳରେ ହୃଦଘାତ ହେବା ଆଶଙ୍କା ବଢି ଯାଇଥାଏ । କିନ୍ତୁ ଏଚଡ଼ିଏଲ କୋଲେଷ୍ଟ୍ରୋଲ ଆମ ହାର୍ଟକୁ ପ୍ରୋଟେକ୍ଟ କରିଥାଏ । ତେବେ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବା ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସୁଛି ଏକ ଜବରଦସ୍ତ ଘରୋଇ ଉପଚାର ।
ରସୁଣ ଏପରି ଏକ ଚମତ୍କାରୀ ଜିନିଷ ଯାହା ଆମ ଖରାପ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣରେ ରଖିବା ସହ ରକ୍ତରେ ଭଲ କୋଲେଷ୍ଟ୍ରୋଲ ବୃଦ୍ଧି କରିଥାଏ । ଏହାସହ ଏହା ଆମ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ଏଥିରେ ଆଣ୍ଟି ଇନଫ୍ଲେମେଟୋରି ଓ ଆଣ୍ଟି ବ୍ୟାକ୍ଟେରିଆଲ ପ୍ରପର୍ଟି ମଧ୍ୟ ଏଥିରୁ ମିଳିଥାଏ । ଏଥିପାଇଁ ଗୋଟିଏ ଦିନରେ ଆପଣ ଗୋଟିଏରୁ ଦୁଇଟି ରସୁଣ କୋଲର ସେବନ କରିପାରିବେ । ସକାଳୁ ଆପଣ ଏକ କୋଳ ରସୁଣ ଚୋବେଇ ଖାଇ ଦିଅନ୍ତୁ ଓ ଏହାପରେ ଉଷୁମ ପାଣି ଏକ ଗ୍ଳାସ ପିଇ ଦିଅନ୍ତୁ ।
କୋଲେଷ୍ଟ୍ରୋଲ ରୋଗୀମାନଙ୍କୁ ଉଷୁମ ପାଣି ମଧ୍ୟ ପିଇବା ଲାଭଦାୟକ ହୋଇଥାଏ । ଏହାକୁ ଏକ ମାସ ପର୍ଯ୍ୟନ୍ତ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ଏଥିରୁ ଆପଣଙ୍କୁ ନିହାତି ସୁଫଳ ମିଳିବ । ଏହା ସେବନ କରିବାର ଏକ ଘଣ୍ଟା ପର୍ଯ୍ୟନ୍ତ ଆପଣ କିଛି ବି ଖାଇବେ ନାହିଁ ।
କୋଲେଷ୍ଟ୍ରୋଲ କମ୍ କରିବାର ଦ୍ଵିତୀୟ ଉପାୟ ହେଉଛି ଧନିଆ ମଞ୍ଜି ଯାହା ଆମ ଭାରତୀୟ ରୋଷେଇରେ ବହୁଳ ବ୍ୟବହାର ହୋଇଥାଏ । ଏହାକୁ ଅନେକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଏ ଓ ଏହା କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ ରଖିବାରେ ଚମତ୍କାରୀ ଭାବେ କାର୍ଯ୍ୟ କରିଥାଏ । ଏହା ଆପଣଙ୍କ ମସ୍ତିଷ୍କକୁ ଥଣ୍ଡା ରଖିବା ସହ କେଶ ବଢିବାରେ ସାହାଯ୍ୟ କରେ ଓ ଆପଣଙ୍କ ଦୃଷ୍ଟିଶକ୍ତିକୁ ମଧ୍ୟ ମଜବୁତ କରେ ।
ଗୋଟା ଧନିଆକୁ ପାନମହୁରୀ, ମିଶ୍ରି ଏବଂ ନଡିଆ ସହ ଭାଜି କିମ୍ବା କଞ୍ଚା ମଧ୍ୟ ଆପଣ ସେବନ କରିପାରିବେ । ଦ୍ଵିପ୍ରହର ସମୟରେ ଏବଂ ରାତିରେ ଖାଦ୍ୟ ଖାଇ ସାରିବା ପରେ ଆପଣ ଏହାକୁ ଖାଇପାରିବେ । ଦିନକୁ କେବଳ ଦୁଇ ଚାମୁଚ ହିଁ ସେବନ କରିପାରିବ । କୋଲେଷ୍ଟ୍ରୋଲକୁ କମ୍ କରିବା ପାଇଁ ଏହା ଏକ ରାମବାଣ ଔଷଧୀ ।
ତୃତୀୟ ଜିନିଷ ଯାହା ଆପଣଙ୍କ କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣରେ ରଖିପାରିବ ତାହା ହେଉଛି ଇଶବଗୁଲ୍ ଭୁସି (Psyllium Husk) । ଏହା କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିପାରେ ବୋଲି US FDA ସ୍ଵୀକାର କରିନେଇଛି । ଏଥିରେ ଥିବା ସୋଲୁବୁଲ ଫାଇବର ଆପଣଙ୍କ ଫ୍ୟାଟକୁ କମ୍ କରି ରକ୍ତରେ କୋଲେଷ୍ଟ୍ରୋଲ କମ କରିବାରେ ସାହାଯ୍ୟ କରିଥାଏ । ଆପଣ ଏହାକୁ ପ୍ରତିଦିନ ଏକରୁ ଦୁଇ ଚାମୁଚ ସେବନ କରିପାରିବେ ।
ପ୍ରତିଦିନ ଏକ ଗ୍ଳାସ ପାଣିରେ ଦୁଇ ଚାମୁଚ ଇଶବଗୁଲ୍ ଭୁସି ପକାଇ ରାତିସାରା ଭିଜେଇ ରଖନ୍ତୁ ଓ ସକାଳୁ ଏହାକୁ ସେବନ କରନ୍ତୁ । ଦହି ସହ ମଧ୍ୟ ଏହାକୁ ସେବନ କରିପାରିବେ । ଏହା ଅଜୀର୍ଣ୍ଣତା ଓ କବଚ ଭଳି ସମସ୍ୟାକୁ ଦୂର କରିଥାଏ ।
ଏହାପରେ ଆପଣ ଅର୍ଜୁନ ଚାଲ ଗୁଣ୍ଡକୁ ଏକ ଗ୍ଳାସ ପାଣିରେ ଭଲ ଭାବେ ଫୁଟାଇ ମଧ୍ୟ ସେବନ କରିପାରିବେ । ଏହା ଆପଣଙ୍କୁ ଅନଲାଇନରେ ସହଜରେ ମିଳିଯିବ । ଏହାକୁ ଆପଣ ଛାଣି ଚାହା ଭଳି ପିଇପାରିବେ ।
ଏହାସହ ଆପଣ ନିଜ କୋଲେଷ୍ଟ୍ରୋଲ ସ୍ତରକୁ ନିୟନ୍ତ୍ରଣ ରଖିବା ପାଇଁ ଲକି ଜୁସ୍ (Bottle Gourd Juice) ର ମଧ୍ୟ ସେବନ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।