ମୁଖ୍ୟମନ୍ତ୍ରୀ ହେବେ ଏହି ଓଡିଆ ଝିଅ, ପୁଣି ଥରେ ରାଇରଙ୍ଗପୁରକୁ ନେଇ ବଢିଲା ଚର୍ଚ୍ଚା !

ମୟୂରଭଞ୍ଜ ଝିଅ କଳ୍ପନାଙ୍କୁ ଏବେ ଚାଲିଛି ଜୋରଦାର ଚର୍ଚ୍ଚା । ଏହି ଓଡିଆ ଝିଅ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ । ଏହି ଲିଷ୍ଟରେ ସବୁଠୁ ଆଗରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ନାଁ । ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ଯତା ରବ୍ଦ ହେବା ପରେ ଏବେ ସୋରେନଙ୍କ ସ୍ତ୍ରୀ କଳ୍ପନା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ବଢିଛି । ଏଠାରେ କହିରଖୁଛୁ କି କଳ୍ପନା ହେଉଛନ୍ତି ଓଡିଆ ଝିଅ । ଖାଲି କଳ୍ପନା ନୂହନ୍ତି ବରଂ ସୋରେନଙ୍କ ବାପା ଶିବୁ ସୋରେନ ଓ ମା ରୁବି ସୋରେନଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ହେଲେ କଳ୍ପନା ସୋରେନଙ୍କ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବହୁ ଅଧିକ ରହିଥିବା କୁହାଯାଉଛି । ତେବେ ଏଭଳି ପରିସ୍ଥିତିରେ ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଝାଡଖଣ୍ଡ ରାଜନୀତିରେ ଲାଗି ରହିଥିବା ଅସ୍ଥିରତାରେ କେତେ ଦୂର ସୁଧାର ଆସିବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ବଢିଛି । କୁହାଯାଉଛି କି ୨୦୦୬ ମସିହାରେ ହେମନ୍ତଙ୍କୁ ବିବାହ କରିବା ପରେ କଳ୍ପନା ରାଜନୀତିକୁ ବେଶ ପାଖରୁ ଦେଖିଛନ୍ତି । ତେଣୁ ବର୍ତ୍ତମାନ ସ୍ଥିତିରେ ସେ ସ୍ଵାମୀଙ୍କ ଆସନରେ ବସିଲେ ସବୁ ପରିସ୍ଥିତିର ମୁକାବିଲା କରିପାରିବେ ।

ଏହାସହ ହେମନ୍ତଙ୍କ ପାଇଁ ମଧ୍ୟ ରାଜନୈତିକ ଫାଇଦା ଅଧିକ ରହିବ । ତେବେ ଶ୍ଵଶୁର ଶିବୁ ମଧ୍ୟ ରାଜାନୀତିରେ ବେଶ ଅଭିଜ୍ଞ । ତେଣୁ ତାଙ୍କୁ ନେଇ ଚର୍ଚ୍ଚା ହେବ ସ୍ଵାଭାବିକ କଥା । ଯଦି କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ତେବେ ସ୍ଵାମୀ ହେମନ୍ତ ସୋରେନ ସବୁଠୁ ଅଧିକ ଫାଇଦା ପାଇବେ । କାରଣ ମୁଖ୍ୟମନ୍ତ୍ରୀ ନହୋଇ ମଧ୍ୟ ମୁଖ୍ୟମନ୍ତ୍ରୀ ଭଳି କରିପାରିବେ ହେମନ୍ତ ।

କହିରଖୁଛୁ ଯେ ପଡୋଶୀ ରାଜ୍ୟ ବିହାରରେ ମଧ୍ୟ ପୂର୍ବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଲାଲୁ ପ୍ରସାଦ ଯାଦବ ବିବାଦୀୟ ହୋଇ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ତାଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ପତ୍ନୀ ରାବଡି ଦେବୀ । ହେଲେ ଲାଲୁଆ ପ୍ରସାଦ ଯାଦବ ହିଁ ପ୍ରକୃତ କ୍ଷମତା ଉପଭୋଗ କରୁଥିଲେ । ତେବେ ବର୍ତ୍ତମାନ ସ୍ଥିତିରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦାକୁ ଅନ୍ୟ କାହା ହାତକୁ ଟେକି ଦେବାକୁ ଚାହୁଁ ନଥିବା କୁହାଯାଉଛି ।

ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି ହେମନ୍ତ ସୋରେନ ପତ୍ନୀ କଳ୍ପନାଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଉଦ୍ୟମ କରୁଥିବା କୁହାଯାଉଛି । ନିକଟରେ ରାଇରଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି । ଯଦି କଳ୍ପନା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ପୁଣି ଥରେ ଗର୍ବିତ ହେବ ରାଇରଙ୍ଗପୁର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।