‘ତୁ ସବୁବେଳେ ଦାଣ୍ଡରେ ବସି ରହୁଛୁ, ତୋତେ ଟୁକୁ ଗୌଡ ଦେଖିନେବ”, Deepika ଙ୍କୁ ଧମକ ଦେଲେ Dinesh ଙ୍କ ମାଆ, ଦେଖନ୍ତୁ video

“ତୁ ସବୁବେଳେ ଦାଣ୍ଡରେ ବସିରହୁଛୁ । ତୋତେ ଆମେ ଯେତେ କହିଲେ ବି ତୁ ଏଠୁ ଉଠୁନୁ । ତୋତେ ଟୁକୁ ଗୌଡ ଦେଖିଦେବ । ଏଠୁ ଶୀଘ୍ର ଉଠିଯା ନହେଲେ ଆଗକୁ ନାମ ନେବୁ । ଟୁକୁ ଗୌଡ ତୋ କଥା ବୁଝିବ ।” ଏହି ଟୁକୁ ଗୌଡଙ୍କ ନାଁ ନେଇ ଦିନେଶଙ୍କ ମା’ ସବୁବେଳେ ଦୀପିକାଙ୍କୁ ଧମକ ଦେଉଛନ୍ତି । ଏହି ଜାଗରୁ ଉଠିଯା ନହେଲେ ଟୁକୁ ଗୌଡ ତୋତେ ଛାଡିବନି ତୋ ଅବସ୍ଥା ସାଂଘାତିକ କରି ଛାଡିବ । ଏଭଳି କିଛି କହି ଦିନେଶଙ୍କ ମାଆ ଧମକଚମକ ଦେଉଛନ୍ତି ।

ଉଭୟ ପକ୍ଷ ଶାନ୍ତିଶୃଙ୍ଖଳା ବଜାୟ ରଖିବେ ବୋଲି ପ୍ରଶାସନିକ ସ୍ତରରେ କୁହାଯାଇଛି । ଅପ୍ରୀତିକର ପରିବେଶ ସୃଷ୍ଟି ହେବା ଭଳି ବାତାବରଣ କେହି ବି ସୃଷ୍ଟି କରିବେ ନାହିଁ । ଏତେ ତାଗିଦ ହେବା ପରେ ବି ଓ ଦୁଇ ପରିବାର କୋର୍ଟରେ ଯାଇ ବଣ୍ଡ ସାଇନ କଲାପରେ ବି ଦିନେଶଅଙ୍କ ମାଆ ଏଭଳି କହୁଥିବା କହିଛନ୍ତି ଦୀପିକା । ଦୀପିକା ବାହାରକୁ ଗଲେ ଦିନେଶଙ୍କ ମା ତାଙ୍କ ଚୌକି ଓ ଜିନିଷପତ୍ର ସବୁକୁ ଲାତ ଗୋଇଠା ମାରି ପକାଇ ଦେଉଛନ୍ତି ।

ଆଉ ଯେତେବେଳେ ପ୍ରମିଳା ମା ତାଙ୍କ ସହ ନ ଥାଉଛନ୍ତି ସେତେବେଳେ ଦିନେଶନାକ ମା ଗେଟ୍ ଫାଙ୍କରେ ଠିଆ ହୋଇ ଦୀପିକାଙ୍କୁ ଦୁଇ ଅକ୍ଷର ଭାଷା ଲଗେଇ ଗାଳି କରୁଛନ୍ତି । ପ୍ରାୟ ଏକ ମାସ ହେଲାଣି ଦୀପିକା ନ୍ୟାୟ ପାଇଁ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି । କିନ୍ତୁ ଏବେବି ତାଙ୍କୁ ନ୍ୟାୟ ମିଳୁନି । ହେଲେବି ନ୍ୟାୟ ପାଇବା ଜିଦ୍ ରେ ବସି ରହିଛନ୍ତି ଦୀପିକା ।

ସେ ଜନ୍ମ ଦେଇଥିବା ଛୁଆର ବାପା ହେଉଛନ୍ତି ଦିନେଶ । ଆଉ ସେ ତାଙ୍କ ଛୁଆକୁ ସ୍ଵୀକାର କରିବା ସହ ତାଙ୍କୁ ମଧ୍ୟ ଅଧିକାର ଦେବେ । ଆଉ ଯେପର୍ଯ୍ୟନ୍ତ ସେ ଅଧିକାର ପାଇନାହାନ୍ତି ସେପର୍ଯ୍ୟନ୍ତ ଅନବରତ ସେ ଦାଣ୍ଡରେ ବସିଢ଼ାଇବେ ବୋଲି କହିଛନ୍ତି । କିନ୍ତୁ ଏହି ଧାରଣାରେ ବସିରହିବା ସହ ତାଙ୍କୁ ବହୁତ କିଛି ସମସ୍ଯାର ସାମ୍ନା କରିବାକୁ ପଡୁଛି ।

ଦିନେଶଙ୍କ ମା ଗ୍ରୀଲ ପାଖରୁ ତାଙ୍କୁ ସବୁବେକେ ଗାଳି କରୁଥିବା ଅଭିଯୋଗ କରିଛନ୍ତି ଦୀପିକା । ଆଉ ଦୀପିକା ବାହାରେ ବସି ସବୁ ସହୁଛନ୍ତି । ତେବେ ଦୀପିକାଙ୍କ ଏହି କାହାଣୀରେ କଣ ନୂଆ ମୋଡ ଆସୁଛି ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।