ମୁକେଶ ଆମ୍ବାନୀ ନିଜ ଦିନର 24 ଘଣ୍ଟା କେମିତି ବିତାଇ ଥାନ୍ତି ? ଆସନ୍ତୁ ଜାଣିବା… ଧନୀ ହେବାକୁ ଚାହୁଁଥିଲେ ବହୁତ କାମରେ ଆସିବ

ମୁକେଶ ଅମ୍ବାନୀ, ଏମତି ଏକ ନାମ ଯାହାକୁ ଦେଶ ର ସବୁଠୁ ବେସୀ ଶକ୍ତିଶାଳୀ ମଣିଷ ବି କୁହାଯାଏ ତେବେ ତାହା ଭୁଲ ହବନି । ଦେଶ ର କୌଣସି ବ୍ୟାକ୍ତି ଙ୍କୁ ତାଙ୍କର ପରିଚୟ ଦେବାକୁ ପଡିବାନି । କଣ ଆପଣ କେବେ ଭାବିଛନ୍ତି କି ପଇସାବାଲା ମଣିଷ ନିଜର ପୁରା ଦିନ କେମିତି ବିତେଇ ଥାଏ । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ମୁକେଶ ଅମ୍ବାନୀ ଙ୍କର ପୁରା ଦିନର ନିତ୍ୟ କାର୍ଯ୍ୟ ବିଷୟରେ କହିବୁ ।

ସକାଳୁ ୫ ଟା ବେଳୁ ଆରମ୍ଭ ହୋଇଯାଏ ତାଙ୍କର ଦିନଚର୍ଯ୍ୟା

ଉଠିବା ପରେ ମୁକେଶ ଅମ୍ବାନୀ ସର୍ବ ପ୍ରଥମେ ନିଜ ଘରେ ତିଆରି ଜିମ୍ ରେ ବ୍ୟାୟାମ କରନ୍ତି । ଯାହା ତାଙ୍କ ଘରର ଦ୍ଵିତୀୟ ମହଲାରେ ଅଛି । ତାହା ପରେ ସେ କିଛି ସମୟ ଚା ପିଇ ନ୍ଯୂଜ ପେପର ପଢନ୍ତି । ୬ ରୁ ୭.୩୦ ମଧ୍ୟରେ ଗାଧେଇବା ପରେ ୧୯ ନମ୍ବର ମହଲାରେ ଖାଇବା ଟେବୁଲରେ ପହଞ୍ଚନ୍ତି । ଖାଇବାରେ ଅମୃତଭଣ୍ଡାର ଜୁସ, ଦଲିୟା କିମ୍ବା ଦହି ସହିତ ମିସ୍ସୀ ରୋଟି ନେବାକୁ ପସନ୍ଦ କରନ୍ତି ।

ଏହା ପରେ ଯଦି ବାହାରେ ଖାଇବା ର କଥା ଆସେ ତେବେ ମାଟୁଂଗା ରେ ସ୍ଥିତ ମୈସୂର କୈଫେ ତାଙ୍କର ପସନ୍ଦିତା ରେସ୍ଟୋରେଂଟ ଅଟେ । ସକାଳେ ୯ ରୁ ୧୦ ଟା ଭିତରେ ୧୪ ନମ୍ବର ଫ୍ଲୋରେ ରେ ଥାନ୍ତି । ଏଠି ତାଙ୍କର ଘର ଅଛି ଏବଂ ସେ ସେଠି ଅଫିସ ଯିବା ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ବ୍ୟାଗ, ଲ୍ଯାପଟପ ଏବଂ ଅଫିସ ସହିତ ଜଡିତ କିଛି ଜରୁରୀ ଜିନିଷ ସଙ୍ଗେ ନେଇ ଚାଲନ୍ତି । ଏହା ସହିତ ଯେତେବେଳେ ସେ ଘରୁ ବାହାରନ୍ତି ତେବେ ସେ ନିଜ ମା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ କିଛି ସମୟ ନିଶ୍ଚିତ ବିତାନ୍ତି ।

ଏହା ପରେ ଘରେ ତିଆରି ଅଫିସ ରେ ଯାହା କି ୨୧ ନମ୍ବର ମହଲାରେ ଅଛି ସେଠି ଯାଇ କିଛି ଆବଶ୍ୟକ ଫାଇଲ ସଂଗ୍ରହ କରନ୍ତି । ଏବଂ ୧୦ ଟା ସୁଧା ନିଜର ନରୀମନ ପେନ୍ଟ ରେ ଥିବା ହେଡ ଅଫିସ ରେ ପହଞ୍ଚନ୍ତି । ଯେଉଁଠି ସେ ନିଜର ୧୨ ଘଣ୍ଟା ଅଫିସରେ ବିତାନ୍ତି । ଏବଂ ରାତିରେ ପ୍ରାୟ ସାଢେ ୧୦ ରୁ ୧୧ ମଧ୍ୟରେ ଘରକୁ ଫେରନ୍ତି ।

ଏବଂ ୧୯ ନମ୍ବର ମହଲାରେ ନିଜ ରୁମ ରେ ଚେଞ୍ଜ କରନ୍ତି ଏବଂ ୧୨ ଟା ପର୍ଯ୍ଯନ୍ତ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କ ସହ ସମୟ ବିତାନ୍ତି ।