ଆସନ୍ତୁ ଦେଖିବା ବଲିଉଡର ଏହି ପ୍ରସିଦ୍ଧ ତାରକା ମାନଙ୍କର ବିବାହର ଫୋଟୋସବୁ, ପୂର୍ବରୁ ଦେଖି ନଥିବେ ଆପଣ ଏହି ସବୁ ଫୋଟୋ

ସମସ୍ତଙ୍କ ଜୀବନରେ ବାହାଘର ବହୁତ ମହତ୍ଵ ରଖିଥାଏ । ଏହା କେବଳ ଆମ ମାନଙ୍କ ଜୀବନରେ ନୁହେଁ ବଲୀଉଡ ଷ୍ଟାର ମାନଙ୍କ ଜୀବନରେ ମଧ୍ୟ ବହୁତ ମହତ୍ଵ ରଖିଥାଏ । ଏମିତି ବହୁତ ଷ୍ଟାର ବଡ ଗୁପଚୁପ ଭାବରେ ବାହା ହୋଇଥାନ୍ତି କିନ୍ତୁ କିଛି ଷ୍ଟାରଙ୍କ ବାହାଘର ର ଫଙ୍କଶନ ବହୁତ ଗ୍ରାଣ୍ଡ ହୋଇଥାଏ । ଆଜି ଆମେ ଆପଣଙ୍କୁ କିଛି ଷ୍ଟାରଙ୍କର ବିବାହ ଫଟୋ ଦେଖେଇବୁ ଯାହା ଆପଣ କେବେ ଆଗରୁ ଦେଖିନଥିବେ ।

(୧) ହରଭଜନ ସିଂହ ଏବଂ ଗୀତା ବସରା

ହରଭଜନ ସିଂହ ଭାରତୀୟ ସ୍ପିନର ଏବଂ ଗୀତା ବସରା ଏକ ବଲୀଉଡ ଷ୍ଟାର ଅଟନ୍ତି । ଏମାନେ ବହୁତ ଦିନ ପରସ୍ପରକୁ ଡେଟ କରିବା ପରେ ପୁଞ୍ଜାବ ର ଜଳନ୍ଧର ରେ ବାହା ହୋଇଗଲେ ।

(୨) ଶାହିଦ କପୂର ଏବଂ ମୀରା ରାଜପୂତ

ଶାହିଦ କପୂର ବଲୀଉଡ ର ସୁପର ଷ୍ଟାର ଏବଂ ମୀରା ରାଜପୂତ ଙ୍କର ବଲୀଉଡ ସହ ଦୂର ଦୂର ପର୍ଯ୍ଯନ୍ତ କିଛି ସମ୍ପର୍କ ନାହିଁ । କିନ୍ତୁ ଏହି ଦୁଇ ଜଣଙ୍କ ର ବାହାଘର ନୂଆ ଦିଲ୍ଲୀ ର ବାହାର ଜାଗାରେ ଏକ ଫାର୍ମହାଉସ ରେ ଆୟୋଜନ କରାଯାଇଥିଲା ।

(୩) କଲ୍କି କୋଚଲିନ ଏବଂ ଅନୁରାଗ କଶ୍ଯପ

କଲ୍କି କୋଚଲିନ ବଲୀଉଡ ର ଅଭିନେତ୍ରୀ ଏବଂ ଅନୁରାଗ କଶ୍ଯପ ନିର୍ଦେଶକ ଅଟନ୍ତି । ଏମାନଙ୍କ ପ୍ରେମ ର କାହାଣୀ ୨୦୧୧ ମସିହାରୁ ଏକ ଛୋଟ ଫଙ୍କସନ ରେ ଆରମ୍ଭ ହୋଇ ଏକ ସୁନ୍ଦର ବାହାଘର ରେ ସମ୍ପର୍ଣ୍ଣ ହୋଇଥିଲା । କିନ୍ତୁ ଏମାନେ ଏବେ ଅଲଗା ହୋଇଯାଇଛନ୍ତି ।

(୪) ଦୀୟା ମିର୍ଜା ଓ ସାହିଲ ସଂଘ

ଦୀୟା ମିର୍ଜା ମିସ ଇଣ୍ଡିଆ ର ତାଜ ନିଜ ନାଁ ରେ କରିସାରିଛନ୍ତି ଏବଂ ସେ ବହୁତ ବଲୀଉଡ ଫିଲ୍ମ କରିଛନ୍ତି । ସେ ସାହିଲ ସଂଘଙ୍କ ସହ ବିବାହ କରିଛନ୍ତି ।

(୫) ଆମିର ଅଲୀ ଏବଂ ସଂଜୀଦା ଶେଖ

ଆମିର ଅଲୀ ଏବଂ ସଂଜୀଦା ଶେଖ ଟେଲିଭିଜନ ର ଜଣେ ଜଣାଶୁଣା ଅଭିନେତା ଏବଂ ଅଭିନେତ୍ରୀ ଅଟନ୍ତି ।ସେମାନେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି।

(୬) ମଲାଇକା ଅରୋଡା ଏବଂ ଅରବାଜ ଖାନ

ମଲାଇକା ଅରୋଡା ଏକ ମଡେଲ, ଆଇଟମ ଡାନ୍ସାର ଏବଂ ଅଭିନେତ୍ରୀ । ମଲାଇକା ଅଭିନେତା ଏବଂ ଫିଲ୍ମ ଡାୟରେକ୍ଟର ଅରବାଜ ଖାନ ସହ ବାହା ହୋଇଥିଲେ । କିନ୍ତୁ ଏବେ କିଛି ଦିନ ପୂର୍ବେ ଏମାନଙ୍କ ମଧ୍ୟ ରେ ତଲାକ ହୋଇଛି ।

(୭) ଐଶ୍ୱର୍ୟା ରାୟ ଏବଂ ଅଭିଷେକ ବଚ୍ଚନ

ବିଶ୍ଵ ସୁନ୍ଦରୀ ଏବଂ ବଲୀଉଡ ଅଭିନେତ୍ରୀ ଐଶ୍ୱର୍ୟା ରାୟ ଙ୍କର ବାହାଘର ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ହୋଇଥିଲା । ଏମାନଙ୍କର ବାହାଘର ବହୁତ ଆଡ଼ମ୍ବରରେ ପାଳନ କରାଯାଇଥିଲା ।

(୮) ଅଜୟ ଦେୱଗନ ଏବଂ କାଜୋଲ

ଅଜୟ ଦେୱଗନ ଏବଂ କାଜୋଲ ର ବାହାଘର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । କାହିଁକି ନା ଦୁଇ ଜଣ ପରସ୍ପର ଠାରୁ ବହୁତ ଅଲଗା, ସେଥିପାଇଁ ଏମାନେ ବିବାହ କରିବେ ବୋଲି କେହି କେବେ ଭାବି ନଥିଲେ।