ମୁକେଶ ଅମ୍ବାନୀଙ୍କୁ ହେଲା ଏତେ କୋଟି ଟଙ୍କାର କ୍ଷତି, ଦୁନିଆର ଟପ ୨୦ କୋଟିପତିଙ୍କ ସୂଚୀରୁ ହେଲେ ବାହାର

କରୋନା ଭାଇରସର ପ୍ରଭାବ ପୁରା ଦୁନିଆର ଅର୍ଥବ୍ୟବସ୍ଥା ଉପରେ ପଡୁଥିବାର ଦେଖିବାକୁ ମିଳୁଛି । ସମସ୍ତ ବଜାର ଲଗାତାର ତଳକୁ ଖସିବାକୁ ଲାଗିଛି । ଏମିତିରେ ଏହି ମହାମାରୀର ପ୍ରଭାବ କୋଟିପତିଙ୍କ ଉପରେ ବି ଦେଖିବାକୁ ମିଳିଛି । ଯେଉଁମାନଙ୍କୁ ବହୁତ କ୍ଷତି ସହିବାକୁ ପଡୁଛି । କରୋନା ଭାଇରସ କାରଣରୁ ଲଗାତାର ଆର୍ଥିକ ସଙ୍କଟ ନଜର ଆସୁଛି । ଏହାର ଫଳ ସ୍ୱରୂପ ଶେୟାର ବଜାରରେ କେତେକ ସେକ୍ଟର ବହୁତ ତଳକୁ ଖସି ଯାଉଛି ।

ବ୍ଲୂମବର୍ଗ ବିଲେନିୟର ଇଂଡେକ୍ସର ରିପୋର୍ଟ ଅନୁସାରେ ଦେଶର ୧୪ଟି ସବୁଠୁ ଧନୀ କୋଟିପତିଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ପାଖାପାଖି ୪ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି । ଏମିତିରେ ମୁକେଶ ଅମ୍ବାନୀ ଦୁନିଆର ଟପ ୨୦ ଜଣ ସବୁଠୁ ଧନୀ ବ୍ୟକ୍ତିଙ୍କ ଲିସ୍ଟରୁ ବାହାର ହୋଇ ଯାଇଛନ୍ତି । କହିବାକୁ ଗଲେ ୧ ଜାନୁୟାରୀ ଠାରୁ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୪୨ ପ୍ରତିଶତ କମ ହୋଇ ଯାଇଛି ।

ଏହାର ପ୍ରଭାବର ଫଳାଫଳ ଏହା ଅଟେ କି ବ୍ଲୂମବର୍ଗ ବିଲେନିୟର ଇଂଡେକ୍ସର ଟପ ୨୦ ଜଣ କୋଟିପତିଙ୍କ ସୂଚୀ ମଧ୍ୟରୁ ମୁକେଶ ଅମ୍ବାନୀ ବାହାର ହୋଇ ଯାଇଛନ୍ତି । ଏମିତିରେ ଯଦି ବ୍ଲୂମବର୍ଗ ବିଲେନିୟର ଇଂଡେକ୍ସର ମାନିବେ ତ ମୁକେଶ ଆମ୍ବାନୀଙ୍କ ସମ୍ପତ୍ତି ୧ ଜାନୁୟାରୀ ୨୦୨୦ରେ ୪୩୬୫୭୦ କୋଟି ଟଙ୍କା ଥିଲା ଯାହା ୨୦ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ କମ ହୋଇ ୩,୪୪୦ କୋଟି ଡଲାର ହୋଇଯାଇଛି ମାନେ ୨,୫୬,୨୮୦ କୋଟି ଟଙ୍କା ହୋଇ ଯାଇଛି ।

ମାନେ ବର୍ତ୍ତମାନ ସମୟରେ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପାଖାପାଖି ୧,୮୦,୨୯୦ କୋଟି ଟଙ୍କା କମ ହୋଇ ଯାଇଛି । ଆପଣଙ୍କୁ କହିଦେଉଛୁ କି ବ୍ଲୂମବର୍ଗ ବିଲେନିୟର ଇଂଡେକ୍ସର ଟପ ୨୦ କୋଟିପତିଙ୍କ ସୂଚୀରେ ଅମାଜନ ଡଟ କମର ସଂସ୍ଥାପକ ଜେଫ ବେଜୋସ ସବୁଠୁ ଉପରେ ଅଛନ୍ତି, ଯାହାଙ୍କ ସମ୍ପତ୍ତି ୧୧୬୦୦ କୋଟି ଡଲାର ଅଟେ । କହିବାକୁ ଗଲେ କରୋନାର ଆତଙ୍କ ଆର୍ଥିକ ବ୍ୟବସ୍ଥା ଊପରେ ବି ପଡୁଥିବାର ଦେଖିବାକୁ ମିଳୁଛି ।

ଯେଉଁଠି ବେଂଚମାର୍କ ସୂଚକାଂକ ରେ କେବଳ ୪୪ ସେସନ ରେ ହିଁ ୩୭ % ତଳକୁ ଖସି ଯାଇଛି । ସାଧାରଣ ଭାଷାରେ କହିଲେ କେବଳ ୪୪ ଦିନରେ ଭାରତର ବାର୍ଷିକ ଜିଡ଼ିପିର ୪୦ % ବର୍ବାଦ ହୋଇ ଯାଇଛି । ଏହା ପୂର୍ବରୁ ବର୍ଷ ୨୦୦୮ରେ ବେଂଚମାର୍କ ଇଂଡେକ୍ସ ୨୦୦ ସେସନ ରେ ୬୬ % ତଳକୁ ଖସି ଯାଇଥିଲା ଯେତେବେଳେ କି ୨୦୧୧ରେ ବେଂଚମାର୍କ ଇଂଡେକ୍ସ ୨୭୫  ସେସନ ରେ ୨୮ % ତଳକୁ ଖସିବା ଦ୍ଵାରା ପରିସ୍ଥିତି ଖରାପ ହୋଇଯାଇଥିଲା ।