ମୁହାଁମୁହିଁ ହେଲେ ଦୁଇ ଡ୍ରାଇଭର ସଂଘ, ଦୁଇ ଡ୍ରାଇଭର ସଂଘର ହରତାଳରେ ରାଜଧାନୀ ଉଠୁଛି ପଡୁଛି, ଦେଖନ୍ତୁ video

ଅଲ୍ ଓଡିଶା ଡ୍ରାଇଭର ମହାସଂଘ ସରକାରଙ୍କ ନିକଟରେ 10 ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନର ଡାକରା ଦେଇଛି । ଦୁଇ ଦିନ ଧରି ସାରା ରାଜ୍ୟରେ ଏହି ଆନ୍ଦୋଳନର ପ୍ରଭାବ ଦେଖିବାକୁ ମିଳିଛି । ପ୍ରଥମ ଦିନରୁ ହିଁ ଏହି ଆନ୍ଦୋଳନର ପ୍ରଭାବ ତୀବ୍ର ହେବାରେ ଲାଗିଛି ଆଉ ଏହାର ଦ୍ଵିତୀୟ ଦିନ । ତେବେ ଡ୍ରାଇଭର ମହାସଂଘ କହିଥିଲା କି ସେମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ ଓ ନିଜସ୍ଵ ଗାଡିରେ ଯିବା ଆସିବା କରୁଥିବା ଜନ ସାଧାରଣଙ୍କୁ କୌଣସି ପ୍ରକାରର ହଇରାଣ ହରକତ କରିବେ ନାହିଁ ।

କିନ୍ତୁ ତମାଣ୍ଡୋ ଅଞ୍ଚଳରେ ହେଉଥିବା ଆନ୍ଦୋଳନ ବେଳେ ଏହାର ସାମାନ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଗତ କାଲି ଠାରୁ ନେଇ ସାରା ରାତି ସେମାନେ ଆନ୍ଦୋଳନରେ ରହିବା ସହ ଆଜି ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ଡ୍ରାଇଭର ଭାଇମାନେ । ସେହି ଅଞ୍ଚଳରେ ଦେଖିବାକୁ ମିଳିଛି ମାଲ ବୋଝେଇ ଗାଡି ସବୁ ଗତକାଲି ସକାଳ 6ଟା ଠାରୁ ଲମ୍ବା ଲାଇନରେ ଅଟକି ରହିଛନ୍ତି ।

ଡ୍ରାଇଭର ମହାସଂଘ ଡାକରା ଦେଇଥିଲା କି ସେମାନେ କୌଣସି ଲୋକଙ୍କୁ ହଇରାଣ କରିବେ ନାହିଁ, ଅତ୍ୟାବଶ୍ୟକ ସାମଗ୍ରୀ ଯାଉଥିବା ଗାଡି, ପରୀକ୍ଷାର୍ଥୀ ଓ ଆମ୍ବୁଲାନ୍ସକୁ ଅଟକା ଯିବନାହିଁ କିମ୍ବା କୌଣସି ବସ୍ ଯାତ୍ରୀ ଆଦିଙ୍କୁ ଅଟକା ଯିବନାହିଁ ବୋଲି କହିଥିଲା । କିନ୍ତୁ ରାଜଧାନୀ ଭୁବନେଶ୍ବରକୁ ଛାଡି ଦେଲେ ବାକି ସବୁ ସ୍ଥାନ ମାନଙ୍କରେ ଗାଡିମାନଙ୍କୁ ଅଟକା ଯାଉଥିବା ଦେଖିବାକୁ ମିଳୁଛି । ବାହାର ସ୍ଥାନ ମାନଙ୍କରେ ଯାତ୍ରୀବାହୀ ଗାଡି ଓ ଅତ୍ୟାବଶ୍ୟକ ସାମଗ୍ରୀ ଯାଉଥିବା ଗାଡିକୁ ଅଟକା ଯାଉଥିବାର ନଜର ରହିଛି ।

ସବୁଠୁ ବଡ କଥା ହେଲା ଡ୍ରାଇଭର ମହାସଂଘକୁ ଆଉ ଏକ ଡ୍ରାଇଭର ମହାସଂଘ ଚ୍ୟାଲେଞ୍ଜ ଦେଇଛି । ଆଜି ରାଜଧାନୀର ଅନଲାଇନରେ ଥିବା ଅଟୋଚାଳକ ସଂଘ ରାଜରାସ୍ତାକୁ ଓହ୍ଲାଇଛନ୍ତି । କାରଣ ଗତକାଲି ଅନେକ ସ୍ଥାନରେ ଅଟୋଚାଳକଙ୍କୁ ଅଟକା ଯାଇଥିଲା ଓ ଫୁଲମାଳ ଦେଇ ଏକ କାର୍ଡବୋର୍ଡରେ ଲେଖା ଯାଇଥିଲା କି, ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ । ଆଉ ଏହାକୁ ଚ୍ୟାଲେଞ୍ଜ କରି ଆଜି ଅନଲାଇନ ଅଟୋଚାଳକ ମହାସଂଘ ପକ୍ଷରୁ ରାଜଧାନୀରେ ଡାକରା ଆନ୍ଦୋଳନ ଦିଆଯାଇଛି ।

ତେବେ ଡ୍ରାଇଭର ମହାସଂଘ କିନ୍ତୁ ଏହି ଆରୋପକୁ ପ୍ରତ୍ୟାଖ୍ୟାନ କରିଛି । ସେମାନେ କେବଳ ଫୁଲମାଳ ଦେଇଥିଲେ ବୋଲି କହିଛନ୍ତି ଜଣେ ଡ୍ରାଇଭର ଭାଇ । ଅଟୋଚାଳକ ମାନେ ନିଜେ ନିଜେ କାର୍ଡବୋର୍ଡରେ ଏଭଳି ଲେଖି ଧରିଥିଲେ ଓ ଡ୍ରାଇଭର ମହାସଂଘର ନାଁ ଦେଇଥିଲେ ବୋଲି ସେମାନେ କହିଛନ୍ତି । ତେବେ ଦେଖାଯାଉ ଏହି ଆନ୍ଦୋଳନ ଆଗକୁ କେଉଁ ମୋଡ ନେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।