ମୁଁ ନଥିବା ବେଳେ ମୋ ଝିଅକୁ ଏକୁଟିଆ ଘରକୁ ଡାକିଲ ଆଉ ତା’ ସହ ଯାହା କଲ ଏବେ ଭୋଗିବ… ରାଗ ଜରଜର ହୋଇ Dinesh ଙ୍କ ବାପାଙ୍କୁ ଟାର୍ଗେଟ କଲେ Pramila Tripathy

ମୁଁ ମାତ୍ର ୫ଦିନ ପାଇଁ ଭୁବନେଶ୍ବର ଯାଇଥିଲି । ଆଉ ତା’ ଭିତରେ ଶ୍ଵଶୁର ହୋଇ ତୁମେ ଏତେ ସବୁ କାଣ୍ଡ କରିଦେଲ ! ମୋ ଅନୁପସ୍ଥିତିର ସୁଯୋଗ ନେଇ ମୋ ଝିଅ ଦୀପିକାକୁ ତୁମେ ଘରକୁ ଡାକିଲ । ଆଉ କଣ କହୁଥିଲ ଗ୍ଯାରେଜ ତା’ ଘର କାର୍ ତା’ ବର ? କାନ ଖୋଲି ଶୁଣି ନିଅ ତୁମ ପୁଅ ଦିନେଶ ତା’ ବର ଆଉ ତା’ ଶ୍ଵଶୁର । ତୁମେ ଯେଉଁ କାଣ୍ଡ କରିଛ ଆଉ ଯାହାସବୁ କହିଛ ଏମିତି ଯଦି ଆଉ ଥରେ କର ତେବେ ତୁମକୁ ବହୁ ଅସୁବିଧା ଭୋଗିବାକୁ ପଡିବ । ତା’ ଜବାବ ମୁଁ ଦେବିନି ହେଲେ ତୁମ ବୋହୂ ଦୀପିକା ଦେବ ।

ଆଉ ମୁଁ ଛିଡା ହୋଇ ସବୁ ଦେଖିବି । ମୋ ଅନୁପସ୍ଥିତିର ତୁମେ ବହୁ ସୁବିଧା ଉଠେଇଲ । ଝିଅର ପରିବା ଉପରେ ସର୍ଫ ପାଣି ପକାଇ ପୁଚୁକା କରିଦେଲ । କେହି ନଥିବା ବେଳେ ଦୀପିକାକୁ ଘରକୁ ଡାକିଲ ଆଉ ଗ୍ଯାରେଜ ଘରେ ରହିବାକୁ କହିଲ । ମୁଁ ଗୋଟେ ମା’ ହୋଇ କେମିତି ସହିବି ଏସବୁ ! ଆଉ ଥରେ କହୁଛି ତୁମେ କାନ ଖୋଲି ଶୁଣି ନିଅ, ଯଦି ମୋ ଝିଅ ଯିବ ତେବେ ତା’ ଶାଶୁଘରକୁ ଯିବ । ବୋହୂର ଅଧିକାର ନେଇ ଶାଶୁଘରେ ରହିବ ।

ଆଉ ମୋ ନାତିଟୋକାକୁ ତା’ ବାପାର ପରିଚୟ ମିଳିବ । ଆଉ ତୁମେ ତାକୁ ଗ୍ଯାରେଜରେ ରହିବା ପାଇଁ କହୁଛ ! କାଇଁ ତୁମ ମନକୁ ପଚାର ମୋ ଝିଅ ଏମିତି କଣ ଭୁଲ କରିଛି । ଯଦି ପୁଅ ଓ ଝିଅ ଉଭୟ ଭୁଲ କରିଛନ୍ତି ତେବେ ତୁମେ ଜଣକୁ ଆଦରି ଆଉ ଜଣଙ୍କୁ କାହିଁକି ପର କରିଦେଉଛ ? ବୋହୂକୁ ତ ପର କଲ ହେଲେ ନିରୀହ ନାତିଟିକୁ କଣ ନିଜର କରି ପାରିଲନି ?

ତୁମେ ତ ଯାହା ଚାହୁଁଥିଲ ତାହା ହେଲା। ଡ଼ିଏନଏ ଟେଷ୍ଟ ହେଲା ଆଉ ସତ ବି ଜଣାପଡିଲା । ତା’ପରେ ବି ତୁମେ କାହିଁକି ଏ ନାଟକ ଖେଳୁଛ ? କାହିଁକି ସମୟ ଓ ଅସୁବିଧାର ସୁଯୋଗ ନେଇ ଆମକୁ ହଇରାଣ କରୁଛ ? ମୋ ଝିଅ ପ୍ରେମ କରିଛି ଆଉ ତା’ ହକ୍ ପାଇବା ପାଇଁ ତା’ ଛୁଆର ବାପାର ଘରଆଗରେ ବସିଛି ।

ଯେପର୍ଯ୍ୟନ୍ତ ସେ ନ୍ୟାୟ ପାଇନି ସେପର୍ଯ୍ୟନ୍ତ ଏଠାରୁ ସେ ଉଠିବନି । ଏମିତି କିଛି ଦିନେଶଙ୍କ ବାପାଙ୍କୁ ଟାର୍ଗେଟ କରି କହିଛନ୍ତି ଭୁବନେଶ୍ବରରୁ ଦୀପିକାଙ୍କ ପାଖକୁ ଫେରିଥିବା ପ୍ରମିଳା ତ୍ରିପାଠୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।