ମୁଁ ଆମ ଘରର ଫାଇନାନ୍ସ ଏବଂ ହୋମ ମିନିଷ୍ଟର… 18 ବର୍ଷ ପରେ କ୍ୟାମେରା ଆଗରେ କାହିଁକି ଏମିତି କହିଲେ Mama Mishra ?

90 ଦଶକରେ ଓଲିଉଡ ଇଣ୍ଡଷ୍ଟ୍ରିର ବେଶ ଲୋକପ୍ରିୟ ନାୟିକାଙ୍କ ମଧ୍ୟରୁ ଅନ୍ଯତମ ହେଉଛନ୍ତି ଅଭିନେତ୍ରୀ ମାମା ମିଶ୍ର । ସେ ବାପା, ବାବା ପର୍ଷୁରାମ, ସମୟ ଖେଳୁଛି ଚକା ଭଉଁରୀ ଭଳି ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଓ ଅନେକ ଆଲବମରେ ମଧ୍ୟ କାମ କରିଛନ୍ତି । ତେବେ 2004 ରେ ଓଲିଉଡର ଲୋକପ୍ରିୟ ନାୟକ ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରି ମାମା ମିଶ୍ର ବେଶ ଚର୍ଚ୍ଚାରେ ରହିଥିଲେ । ତେବେ ବିବାହ ପରେ ମାମା ମିଶ୍ର ଫିଲ୍ମ ଦୁନିଆରୁ ଏକଦମ ଦୂରେଇ ଯାଇଥିଲେ ।

ତେବେ ଦୀର୍ଘ 18 ବର୍ଷ ପରେ ତାଙ୍କୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଛି । ଏକ ଗଣମାଧ୍ୟମ ଦ୍ଵାରା “ଅନନ୍ୟା” କାର୍ଯ୍ୟକ୍ରମରେ ମାମା ମିଶ୍ର ଯୋଗ ଦେଇଥିବା ଦେଖିବାକୁ ମିଳିଛି । ତେବେ ଏହି କାର୍ଯ୍ୟକ୍ରମରେ ମାମା ମିଶ୍ରଙ୍କୁ ତାଙ୍କ ଫିଲ୍ମ କ୍ଯାରିୟର ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରଶ୍ନ ପଚରା ଯାଇଥିଲା । ମାମା ମିଶ୍ର ବେଶ ସୁନ୍ଦର ଓ ଶାନ୍ତ ଭାବେ ସେସବୁର ଉତ୍ତର ଦେଇଛନ୍ତି ଯାହାକି ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ମାମାଙ୍କୁ ପଚରା ଯାଇଥିଲା କି, ସେ ଦୀର୍ଘ ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଓ ଆତ୍ମନିର୍ଭରଶୀଳ ଥିଲେ । କିନ୍ତୁ ବିବାହ ପରେ ଆର୍ଥିକ ଅଭିଳାଷ ପାଇଁ ତାଙ୍କୁ ସ୍ଵାମୀ ସିଦ୍ଧାନ୍ତଙ୍କ ଉପରେ ନିର୍ଭର କରିବାକୁ ପଡିଥିବ । ସିଦ୍ଧାନ୍ତଙ୍କୁ କୌଣସି ବିଷୟ ପାଇଁ ଟଙ୍କା ମାଗିବା ପରେ କେବେ ତାଙ୍କୁ ଅନୁଭବ ହେଇଛି କି ନିଜେ କାମ କରିଥିଲେ ଭଲ ହେଇଥାନ୍ତା । ଏହାର ଉତ୍ତର ଦେବା ପୂର୍ବରୁ ମାମା ମିଶ୍ର ସାମାନ୍ଯ ହସି ଦେଇଥିଲେ ।

ସେ କହିଥିଲେ କି, ତାଙ୍କ କ୍ଷେତ୍ରରେ ଏହା ସଂପୂର୍ଣ୍ଣ ଓଲଟା । କାରଣ ସିଦ୍ଧାନ୍ତ ଯାହାବି ରୋଜଗାର କରନ୍ତି ତାହା ଆଣି ମାମାଙ୍କ ହାତରେ ଦେଇ ଦିଅନ୍ତି । ମାମା କହିଥିଲେ କି ସେ ହେଉଛନ୍ତି ତାଙ୍କ ଘରର ହୋମ ଏବଂ ଫାଇନାନ୍ସ ମିନିଷ୍ଟର । ସିଦ୍ଧାନ୍ତଙ୍କୁ ଟଙ୍କା ଦରକାର ପଡିଲେ ସେ ମାମାଙ୍କ ଠାରୁ ମାଗିକି ନିଅନ୍ତି । ମାମାଙ୍କୁ ଆହୁରି ମଧ୍ୟ ପଚରା ଯାଇଥିଲା କି, ସିଦ୍ଧାନ୍ତ କେବେ ଡେରି ରାତିରେ ଫେରିଲେ ସେ ରାଗନ୍ତି କି ?

ଏନେଇ ମାମା କହିଥିଲେ କି, ସେ ଫିଲ୍ମ ଲାଇନର ହୋଇଥିବାରୁ ଏକଥା ଭଲଭାବେ ବୁଝିପାରନ୍ତି । ଆଉ ଫିଲ୍ମ ଲାଇନରେ ସମୟର ଠିକ ଠିକଣା ନଥାଏ । ଯାହାକି ସେ ଫିଲ୍ମ ଲାଇନରେ କାମ ନ କରିବାର ପ୍ରକୃତ କାରଣ ବୋଲି କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।