ମହାଦେବ ଶିବଙ୍କ ଜନ୍ମ କିପରି ହୋଇଥିଲା ? ଶିବଙ୍କ ଜନ୍ମର ପୌରଣିକ ରହସ୍ୟ ନିଶ୍ଚୟ ଜାଣନ୍ତୁ- Shiv Purana

ନମସ୍କାର ବନ୍ଧୁଗଣ । ସୂଚନା ଅନୁଯାୟୀ ଆମ ମୋଟ ଦେବାଦେବୀମାନଙ୍କ ସଂଖ୍ୟା ହେଉଛି 33 କୋଟି । ମାତ୍ର ଏହି 33 କୋଟି ଦେବତାମାନଙ୍କ ମଧ୍ୟରେ ତିନିଜଣ ଦେବତା ପ୍ରମୁଖ ଅଟନ୍ତି । ଯଥା ବ୍ରହ୍ମା , ବିଷ୍ଣୁ ଓ ଶିବ ବ୍ରହ୍ମା ସୃଷ୍ଟି କର୍ତ୍ତା , ବିଷ୍ଣୁ ପାଳନ କର୍ତ୍ତା ଓ ଶିବ ସଂହାର କର୍ତ୍ତା ଅଟନ୍ତି ।  ଭଗବାନ ଶିବଙ୍କୁ ପ୍ରଳୟ କର୍ତ୍ତା ଭାବେ ମାନାଯାଏ କିନ୍ତୁ ଭଗବାନ ଶିବ ପ୍ରଳୟକାରୀ ହେଲେ ମଧ୍ୟ କରୁଣାମୟ ଅଟନ୍ତି ।

ଏହା ବ୍ୟତୀତ ତାଙ୍କୁ ଶିବ ,ଶମ୍ବୁ ଓ ଶଙ୍କର ନାମରେ ପରିଚିତ ଅଟନ୍ତି । ଏହାର ଅର୍ଥ ହେଲା କରୁଣା ,କରୁଣାତର ଜନ୍ମଭୂମି ଓ ପରମ ଶାନ୍ତିପ୍ରିୟ ତାଙ୍କର ଆଉ ଏକ ନାମ ହେଉଛି ରୁଦ୍ର । ଏହି ନାମ ପଛରେ ବିଶେଷ କାରଣ ରହିଛି ତାହା ସମ୍ପର୍କରେ ଜାଣିବା । ଏହାଛଡା ଶିବଙ୍କ ଜନ୍ମ କିପରି ହୋଇଥିଲା ତାହା ବି ଆମେ ଆଜି ଆପଣଙ୍କୁ କହିବୁ ।

ଯେତେବେଳେ ସୃଷ୍ଟି ଆରମ୍ଭ ହେଲା ତେବେ ବିଷ୍ଣୁଙ୍କ ନାଭି ପଦବରୁ ବ୍ରହ୍ମା ଜନ୍ମ ନେଇଥିଲେ । ତା ପରେ ସେ ଚାହିଲେ କି ସୃଷ୍ଟିର ସଜ୍ଜନ ପାଇଁ ଆଉ ଏକ ଦେବତା ସୃଷ୍ଟି ହୁଅନ୍ତୁ । ସେଥିପାଇ ସେ ଧ୍ୟାନ କରିବାକୁ ଆରମ୍ଭ କରିଥିଲେ ଧ୍ୟାନ କରୁଥିବା ସମୟରେ ତାଙ୍କ କୋଳରେ ଏକ ନୀଳବର୍ଣ୍ଣର ଶିଶୁଟିକୁ ଦେଖିବାକୁ ପାଇଥିଲେ । ଶିଶୁଟି ବହୁତ ଜୋରରେ କାନ୍ଦିବାକୁ ଲାଗୁଥିଲା ତେବେ ଭଗବାନ ବ୍ରହ୍ମା ତାଙ୍କୁ କାନ୍ଦ ବନ୍ଦକରିବାକୁ କହିଥିଲେ ।

ମାତ୍ର ଶିଶୁଟି କାନ୍ଦି କାନ୍ଦି ପଚାରିଲା ମୁଁ କିଏ ବ୍ରହ୍ମା କହିଲେ ତମ ନାଁ ରୁଦ୍ର କିନ୍ତୁ ଶିଶୁଟିର କାନ୍ଦ ବନ୍ଦ ହେବାର ନାଁ ନେଉନଥାଏ । ତେବେ ଭଗବାନ ବ୍ରହ୍ମା ଶିଶୁଟି ଯେତେଥର କାନ୍ଦୁଥାଏ ସେତୋଟି ନୂଆ ନାଁ ଦେଇଚାଲୁଥାନ୍ତି । ଶାସ୍ତ୍ରରରେ କୁହାଯାଏ ନୀଳବର୍ଣ୍ଣର ଶିଶୁ ସାତ ଥର କାନ୍ଦୁଥାନ୍ତି ତାଙ୍କୁ ସାତଟି ନାମ ଦିଆଯାଇଛି । ଏହି ସାତଗୋଟି ନାମ ହେଉଛି ଭବ ,ସର୍ବ, ଇଶନ,ପଶୁପତି ,ଭୀମ ,ଉଗ୍ର ଏବଂ ମହାଦେବ ।

ତେବେ ଶିବ ବାରମ୍ବାର କାନ୍ଦିଥିବାରୁ ତାଙ୍କୁ 11 କୋଟି ନାମ ଦେଇଥିବାର ଅଙ୍କେ ପୁରାଣରେ ଉଲ୍ଲେଖ କରାଯାଇଛି । ଶିବ ଏଗାର ଗୋଟି ଶାସ୍ତ୍ର ଭାବେ ଏକ ପୁସ୍ତକ ରଚନା କରାଯାଇଛି ଯାହା ବେଶ ପରିଚିତ ହୋଇଛି ।  ବ୍ରହ୍ମାଙ୍କ ଭାବନାରୁ ଜାତ ହୋଇଥିବା ଭଗବାନ ଶିବଙ୍କ ଜନ୍ମ ସମ୍ପର୍କରେ ଆଜି ଆମେ ଜାଣିଲୁ । ଏହିଭଳି ହୋଇଥିଲା ମହାପ୍ରଭୁ ଶିବଙ୍କ ଜନ୍ମ ଲୋକେ ଶିବଙ୍କ ଆରାଧନା କରିବାକୁ ବେସ୍ ଇଛା କରିଥାନ୍ତି ।

କାରଣ ମହାଦେବ ଶିବଶଙ୍କର ପାପକୁ ହରଣ କରି ଆମକୁ ପବିତ୍ର କରିଥାନ୍ତି । ଏବେ ପବିତ୍ର ଶ୍ରାବଣ ମାସ ଚାଲିଛି ଏହି ମାସରେ ଶିବଲୀଙ୍ଗରେ ପାଣି ଢାଳିବା ଦ୍ଵାରା ଭକ୍ତମାନଙ୍କ ମନବାଞ୍ଛା ପୂରଣ ହୋଇଥାଏ । ତେଵେ ଏହିଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ,ଶେୟାର ଓ କମେଣ୍ଟ କରିବାକୁ ଭୁଲିବେ ନାହିଁ ।