ମୃତ୍ୟୁ ପୁର୍ବରୁ ଯମରାଜ ଦେଇଥାନ୍ତି ଏହି ୪ ଟି ସଂକେତ

ଆମେ ସମସ୍ତେ ପୃଥିବୀ ପୃଷ୍ଟକୁ ଆସିଛୁ ମାନେ ଦିନେ ନା ଦିନେ ଆମକୁ ଯିବାକୁ ପଡିବ । ଯମରାଜ ଯିଏ ଆମକୁ ନେବା ପାଇଁ ଆସିଥାନ୍ତି ସେ ତାହା ପୂର୍ବରୁ 4ଟି ସନ୍ଦେଶ ଦେଇଥାନ୍ତି ଓ ପ୍ରତ୍ଯେକ ମଣିଷକୁ ସୁଚାଇ ଦେଇଥାନ୍ତି କି ତାଙ୍କର ମରଣ ପାଖେଇ ଆସୁଛି ।

ସୃଷ୍ଟିର ନିୟମ ଅନୁସାରେ ଖାଲି ମଣିଷ ନୁହେଁ ସ୍ଵୟଂ ଭଗବାନ ଏଥିରେ ବାନ୍ଧି ହୋଇଛନ୍ତି, ଯେମିତିକି ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ ବା ରାମ ହୁଅନ୍ତୁ ଯେବେ ଯେବେ ପୃଥିବୀ ପୃଷ୍ଟରେ ଜନ୍ମ ନେଇଛନ୍ତି ସମସ୍ତଙ୍କୁ ଯିବାକୁ ପଡିଛି । ଭଗବାନଙ୍କୁ ବି ଏହି ନିୟମର ପାଳନ କରିବାକୁ ପଡିଥାଏ ।

ଯଦି ଆମେ କଥା ହେବା ଅକାଳ ମୃତ୍ୟୁ ବିଷୟରେ ତେବେ ଏହାକୁ କେହି ଜାଣି ପାରନ୍ତି ନାହିଁ । ସେଥିପାଇଁ ଆମେ କଥା ହେବା ନରମାଲ ମୃତ୍ୟୁ ବିଷୟରେ । ତେବେ ଆସନ୍ତୁ ଜାଣିବା ମରଣ ପୂର୍ବରୁ ଯମରାଜ ଆମକୁ କଣ ସଙ୍କେତ ଦେଇଥାନ୍ତି ।

ଆପଣ ଦେଖିଥିବେ ଯେମିତି ଯେମିତି ବୟସ ବଢି ବଢି ଚାଲେ ବ୍ଯକ୍ତିର ମୁଣ୍ଡରୁ ଚୁଟି ପାଚିବାରେ ଲାଗିଥାଏ । ଆଜି କାଲି ବୟସ ପୂର୍ବରୁ ଚୁଟି ପାଚି ଯାଉଛି । ଆମେ କଥା ହେଉଛୁ ବୟସ୍କ ଲୋକଙ୍କ ବିଷୟରେ । ଯଦି ଆପଣ ସୁସ୍ଥ ସବଳ ଅଛନ୍ତି ଓ ବୟସ ସହ ଆପଣଙ୍କର ଚୁଟି ପାଚି ପାଚି ଯାଉଛି ତେବେ ଏହା ପ୍ରଥମ ସଙ୍କେତ ହୋଇଥାଏ । ଏହାର କାରଣ ଆପଣଙ୍କର ବୟସ ବଢି ବଢି ଯାଉଛି, ମୋହମାୟା ଦୁନିଆରୁ ବାହାରକୁ ବାହାରିବା ଆରମ୍ଭ କରନ୍ତୁ ।

ଯେମିତି ଯେମିତି ବୟସ ବଢି ବଢି ଚାଲେ ସମୟ ସହିତ ଦାନ୍ତ ଝଡିବା ଆରମ୍ଭ ହୋଇଯାଏ । ଏହା ସନ୍ଦେଶ ଦେଇଥାଏ କି ଆପଣଙ୍କର ଶରୀର ମୁକ୍ତି ହେବାକୁ ଯାଉଛି, ସେଥିପାଇଁ ଜୀବନ ପ୍ରତି ଅଧିକ ମୋହ ନ ରଖି ଭଗବାନଙ୍କୁ ସ୍ମରଣ କରିବା ଆବଶ୍ୟକ ।

ତୃତୀୟ ସନ୍ଦେଶ ଯମରାଜ ସେତେବେଳେ ଦେଇଥାନ୍ତି ଯେତେବେଳେ ମଣିଷର ଜ୍ଞାନେନ୍ଦ୍ରିୟ ଯେମିତି ଶୁଣିବା, ଦେଖିବା ଇତ୍ୟାଦି ଦୁର୍ବଳ ହୋଇଯାଏ । ଏଠାରେ ବୟସ୍କ ବ୍ୟକ୍ତିଙ୍କ ବିଷୟରେ କୁହାଯାଉଛି । ଏହି ସନ୍ଦେଶରେ ଯମରାଜ କୁହନ୍ତି କି ଏବେ ଦୁନିଆ କଥା ଛାଡନ୍ତୁ ଆତ୍ମାର ଚିନ୍ତନ କରନ୍ତୁ, ସମୟ ଆସିଗଲାଣି ଶରୀର ତ୍ୟାଗ କରିବାର ।

ଚତୁର୍ଥ ସନ୍ଦେଶରେ ମଣିଷର ଅଣ୍ଟା ଦୁର୍ବଳ ହୋଇଯାଏ । ମଣିଷ ନଇଁ ନଇଁ ଚାଲେ, ସେତେବେଳେ ଶରୀରର ଓଜନ ବୋହିବା ପାଇଁ ମଣିଷ ଅନ୍ୟର ସାହାରା ନେଇଥାନ୍ତି । ଏବେ ଯମରାଜ କୁହନ୍ତି ବାହାରର ସପୋର୍ଟ ନେବା ବଦଳରେ ଈଶ୍ବରଙ୍କ ସପୋର୍ଟ ନିଅ । ସେ ତୁମର କର୍ମର ଫଳ ଅନୁସାରେ ଉତ୍ତମ ଲୋକରେ ସ୍ଥାନ ଦେଇ ପାରନ୍ତି ।

ଯେଉଁମାନେ ଯମରାଜାଙ୍କ ଏହି ସନ୍ଦେଶଗୁଡ଼ିକୁ ବୁଝି ପାରିନଥାଏ ସେହି ବ୍ୟକ୍ତି ନର୍କକୁ ଯାଇ ଯମରାଜାଙ୍କ ଠାରୁ ଦଣ୍ଡ ପାଇଥାଏ । ଯେବେ ଆପଣ ଏହି ସବୁ ଲକ୍ଷଣ ନିଜର କୌଣସି ବୟସ୍କ ବ୍ୟକ୍ତିଙ୍କ ପାଖରେ ଦେଖନ୍ତି ତେବେ ଜାଣିଯିବେ କି ସେ ଅଳ୍ପ ଦିନର ଅତିଥି । ସେଥିପାଇଁ ଯେତେ ଅଧିକ ହୋଇପାରିବ ତାଙ୍କର ସେବା ଯତ୍ନ ସ୍ନେହ କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।