ଦେଖନ୍ତୁ ଭିଡିଓ – ପୁଲିସକର୍ମୀ ଜଣକ କାନ୍ଦି କାନ୍ଦି କହିଲେ ନିଜର କଷ୍ଟ, କହିଲେ – ଉପର ଅଫିସରମାନେ ଏମିତି ହଇରାଣ କରୁଛନ୍ତି…

ବର୍ତ୍ତମାନ ସ୍ମୟରେ ଦିଲ୍ଲୀ ପୁଲିସର ଏକ ଯବାନର ଭିଡିଓ ସୋସିୟାଲ ମିଡିୟାରେ ବହୁତ ଭାଇରାଲ ହେଉଛି । ଏହି ଭିଡିଓରେ ସେହି ଯବାନ ଜଣକ କାନ୍ଦୁଥିବାର ନଜର ଆସୁଛି ଓ ନିଜର କାହାଣୀ ଲୋକମାନଙ୍କୁ କହୁଛି । ଏହି ଭିଡିଓରେ ଯବାନ ଜଣକ ନିଜର ଅଧିକାରୀମାନଙ୍କର ବ୍ୟବହାରକୁ ନେଇ ଦୁଖୀ ନଜର ଆସୁଛି ଓ ନିଜର ଅଧିକାରୀ ମାନଙ୍କର ଶିକାୟତ କରୁଛି ।

କଣ ଅଛି ଏହି ଭିଡିଓରେ

ବହୁତ କମ ସମୟରେ ବହୁତ ଲୋକମାନେ ଏହି ଭିଡିଓକୁ ଦେଖି ସାରିଛନ୍ତି ଓ ଭିଡିଓକୁ ସୋସିୟାଲ ମିଡିୟାରେ ବହୁତ ଶେୟାର ବି କରାଯାଉଛି । ଏହି ଭିଡିଓରେ ଜଣେ ଯବାନ କହୁଛି କି କେଉଁଭଳି ଭାବରେ କାମ କରିବା ସମୟରେ ତାହା ସହିତ ଖରାପ ବ୍ୟବହାର କରାଯାଉଛି ।

ଏହି ଭିଡିଓକୁ ଦିଲ୍ଲୀର ଯାତାୟତ ପୁଲିସରେ କାମ କରୁଥିବା ଟ୍ରାଫିକ କନସ୍ଟେବଲ କରିଛି ଓ ଏହି ଟ୍ରାଫିକ କନସ୍ଟେବଲର ନାମ କପିଲ ସିଂହ ଅଟେ । କପିଲ ସିଂହ ଆରୋପ ଏହା ଅଟେ କି ସେ ମାନସିକ ରୂପରେ ବ୍ୟସ୍ତ ଅଛି । କାରଣ ତାକୁ ୬ ମାସ ହେବ କେବଳ ୧୦ ଟି ଛୁଟି ଦିଆଯାଇଛି । କପିଲ ସିଂହର କହିବା ଅଟେ କି ସେ ଲଗାତର ୬ ମାସ କାମ କରୁଛି ସେଥିପାଇଁ ସେ ଚିନ୍ତିତ ଅଛି ।

କପିଲ ସିଂହ ଏହି ଭିଡିଓରେ କହୁଛି କି ସେ ନିଜର ବରିଷ୍ଠ ଅଧିକାରୀଙ୍କ ପାଖକୁ ଯାଇଥିଲେ ଓ ସେ ନିଜର ବରିଷ୍ଠ ଅଧିକାରୀକୁ ଗୋଟିଏ ଦିନ ପାଇଁ ଛୁଟି ମାଗିଥିଲା । କିନ୍ତୁ ତାହାର ବରିଷ୍ଠ ଅଧିକାରୀ ତାକୁ ଛୁଟି ଦେବା ପାଇଁ ମନ କରିଦେଲେ ଓ ଏହା ସହିତ କପିଲ ସିଂହର ଅନୁପସ୍ଥିତ ବି ଲଗାଇଦେଲେ ।

ଭିଡିଓରେ କାନ୍ଦି କାନ୍ଦି କପିଲ ସିଂହ କହିଲେ କି ସାର ‘ମୋର ମୁଣ୍ଡ କାମ କରୁ ନାହିଁ, ସାର ଏମାନେ ମୋର ଚାକିରି ଖରାପ କରିଦେବେ, ଆଜି ପର୍ଯ୍ୟନ୍ତ ମୋର ଗୋଟିଏ ବି ଅନୁପସ୍ଥିତ ଲାଗି ନ ଥିଲା । କିନ୍ତୁ ଆଜି ମୋର ଆଖି ସାମନାରେ ମୋର ଅନୁପସ୍ଥିତ ଲଗାଇ ଦେଲେ ଓ ମୁଁ କିଛି ବି କରି ପାରିଲି ନାହିଁ । ଏହି କାମ ଦ୍ଵାରା ମୁଁ ବହୁତ ଡିପ୍ରେଶନ ଅଛି । ଏସୀପୀ ସାର ମୋତେ ବହୁତ ଧମକ ଦେଇଛନ୍ତି । ମୋର ଅନୁପସ୍ଥିତ ଲଗାଇ ଏହି ଲୋକମାନେ କହିଲେ କି ମୋର ପାୱର ଦେଖ । ଆମେ କିଛି ବି କରି ପାରିବୁ ।

କପିଲ ସିଂହଙ୍କର ଏହି ଭିଡିଓ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ ଏହି ମାମଳାକୁ ଯାଞ୍ଚ କରିବା ପାଇଁ ଆଦେଶ ଦେଇଛନ୍ତି । ଦିଲ୍ଲୀ ପୁଲିସ ନିଜର ଟ୍ୱୀଟର ଆକାଉଣ୍ଟରେ ଲେଖିଛନ୍ତି କି, ଏହି ମାମଲାରେ ଯାଞ୍ଚ ଦିଲ୍ଲୀ ଯାତାୟତ ପୁଲିସ କରିବ ଓ ଏହି ମାମଲାକୁ ଦିଲ୍ଲୀ ଯାତାୟତ ପୁଲିସ ପାଖକୁ ପଠା ଯାଉଛି । ଆପଣଙ୍କୁ କହିଦେଛୁ ଯେଉଁ ପୁଲିସ ଯବାନ ନିଜର ଏହି ଭିଡିଓକୁ ଶେୟାର କରିଛି ସେ ଏହି ସମୟରେ ରାଷ୍ଟ୍ରୀୟ ରାଜଧାନୀର ସୀମାପୁରୀରେ ଡ୍ୟୁଟି କରୁଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।