ମୋତି ପରି ଚମକିବ ଦାନ୍ତ ବାସ ଆପଣାଇ ଦେଖନ୍ତୁ ଏହି ଚମତ୍କାରୀ ଘରୋଇ ଉପାୟ

ସାଧାରଣତଃ ଲୋକମାନେ ସଫା ଦାନ୍ତ ପାଇବା ପାଇଁ ବହୁତ ମହଙ୍ଗା ମହଙ୍ଗା ଟୁଥପେଷ୍ଟର ବ୍ୟବହାର କରିଥାନ୍ତି । ହେଲେ ଏହାକୁ ବ୍ୟବହାର କରି ମଧ୍ୟ ଦାନ୍ତରେ ଥିବା ହଳଦିଆ ରଙ୍ଗ ଯାଇ ନଥାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହାକୁ ବ୍ୟବହାର କରି ଆପଣ ମୋତି ପରି ଦାନ୍ତ ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ।

ଷ୍ଟ୍ରବେରୀ

ଷ୍ଟ୍ରବେରି ଫଳ ଟିକେ ଖଟା ଓ ମିଠା ଲାଗିଥାଏ । ଏହି ଫଳରେ ଏନଜାଇମ, ଫୋଲିକ ଏସିଡ ଓ ଭିଟାମିନ C ପ୍ରଚୁର ମାତ୍ରାରେ ଥାଏ ଓ ଏହି ଦୁଇଟି ତତ୍ଵ ଦାନ୍ତର ହଳଦିଆ ପଣକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଯଦି ଆପଣଙ୍କ ଦାନ୍ତ ହଳଦିଆ ହୋଇ ଯାଇଛି ତେବେ ଆପଣ ସବୁ ଦିନ ଷ୍ଟ୍ରବେରିରେ ଦାନ୍ତକୁ ଘସନ୍ତୁ । ଏହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଦାନ୍ତ ହଳଦିଆରୁ ସଫା ହୋଇଯିବ ।

ବେକିଙ୍ଗ ସୋଢା ଓ ଲେମ୍ବୁ

ଏହି ଉପାୟ ପାଇଁ ଆପଣ ଏକ ଲେମ୍ବୁକୁ କାଟି ତାର ରସ ବାହାର କରି ଦିଅନ୍ତୁ ଓ ଗୋଟେ ଚାମଚ ବେକିଙ୍ଗ ସୋଢାରେ ଲେମ୍ବୁକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହି ମିକ୍ସକୁ ତୁଳା ସାହାର୍ଯ୍ୟରେ ଦାନ୍ତରେ ଲଗାନ୍ତୁ ଓ ୧୦ ମିନିଟ ପର୍ଯ୍ୟନ୍ତ ଏହାକୁ ଛାଡିଦିଅନ୍ତୁ । ଏହାଦ୍ଵାରା ଆପଣଙ୍କ ଦାନ୍ତ ପୁରା ସଫା ହୋଇଯିବ ।

ଫ୍ଲୋସିଙ୍ଗ

ଫ୍ଲୋସିଙ୍ଗ ଦ୍ଵାରା ଦାନ୍ତକୁ ସାଫା କରାଯାଇଥାଏ । ଯଦି ବ୍ରସ କରିବା ପରେ ଦାନ୍ତକୁ ଫ୍ଲୋସିଙ୍ଗର ସହାୟତାରେ ସଫା କରାଯିବ ତେବେ ଦାନ୍ତରେ ଜମା ହୋଇଥିବା ଖାଦ୍ୟ ବାହାରିଯିବ । ଏହାଦ୍ଵାରା ଦାନ୍ତ ହଳଦିଆ ହେବ ନାହିଁ ।

ସେଓ ରସ

ସେଓର ରସକୁ ଆଜ୍ୱାଇନ ପାଉଡର ଓ ଗାଜର ରସ ସହ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଏହି ମିଶ୍ରଣକୁ ନିଜ ଦାନ୍ତରେ ଲଗାନ୍ତୁ ଓ ଏହା ଶୁଖିଯିବା ପରେ ଭଲ ଭାବରେ କୁଳି କରନ୍ତୁ । ଏହାଦ୍ଵାରା ଦାନ୍ତ ହଳଦିଆରୁ ଧଳା ହୋଇଯିବ ।

ଅଏଲ ପୁଲିଙ୍ଗ

ଗୋଟେ ଚାମଚ ଅର୍ଗାନିକ ତେଲକୁ ନିଜ ପାଟିରେ ରଖି ୧୦ ମିନିଟ ପର୍ଯ୍ୟନ୍ତ ଛାଡି ଦିଆନ୍ତୁ । ୧୦ ମିନିଟ ପରେ ଏହାକୁ ପାଟିରୁ ବାହାର କରି ପାଟିକୁ ପାଣିରେ କୁଳି କରିଦିଅନ୍ତୁ । ଏହାପରେ ଗୋଟେ ଗ୍ଳାସ ପାଣି ପିଇ ଦିଅନ୍ତୁ । ଏହା ଦ୍ଵାରା ଦାନ୍ତର ହଲଦିଆ ପଣ ଦୂର ହେବା ସହ ଦାନ୍ତରେ ଥିବା ବ୍ୟାକ୍ଟେରିଆ ଦୂର ହେଇଯିବେ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।