ଗାଧୋଇ ସାରିବା ପରେ କରନ୍ତୁ ନାହିଁ ଏହି ସବୁ ବଡ ଭୁଲ୍ – ସାବଧାନ ହୋଇଯାଆନ୍ତୁ

ଗାଧୋଇସାରିବା ପରେ ସମସ୍ତେ ପୋଷାକ ପିନ୍ଧି, ଜଳଖିଆ ସେବନ କରି କାମକୁ ବାହାରିଯାନ୍ତି । ଏହା କରିବା ଭୁଲ ଅଟେ । ଏପରି କରିବା ଦ୍ଵାରା ଆମ ଶରୀରରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ । ଆର୍ଥିକ ସମସ୍ୟା ସହ ଦିନଟି ଅମଙ୍ଗଳ ହୋଇଥାଏ । ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କାର୍ଯ୍ୟର ଏକ ନିୟମ ରହିଛି । ସେହି ନିୟମ ମାନି ଚଳିଲେ ଘର ପରିବାରରେ ସୁଖ ଶାନ୍ତି ରହିଥାଏ । ଆସନ୍ତୁ ଜାଣିବା ଗାଧୋଇ ସାରିବା ପରେ କେଉଁ କାର୍ଯ୍ୟ କରିବା ଅନୁଚିତ ।

୧. ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ନାହିଁ । ଏହି ଦିଗଟି ଯମରାଜଙ୍କୁ ସମର୍ପିତ କରାଯାଇଛି । ଏହି ଦିଗରେ ଅଶୁଭ କାର୍ଯ୍ୟ କରାଯାଏ, ଯେପରି କୌଣସି ବ୍ୟକ୍ତିର ମୃତ୍ୟୁ ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ସ୍ନାନ କରାଯାଏ । ତେଣୁକରି ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରିବା ଉଚିତ । ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଶୁଭ ହୋଇଥାଏ । ଗାଧୋଇସାରିବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦିନଟି ଶୁଭ ହୋଇଥାଏ ।

୨. ଗାଧୋଇବା ପରେ ବାଲଟିରେ ଗାଧୁଆ ପାଣି ରଖନ୍ତୁ ନାହିଁ । ବହୁତ ଲୋକ ଅଛନ୍ତି ବାଲଟିକୁ ଓଲଟାଇ ରଖିଦିଅନ୍ତି । ଏହା କରିବା ଅନୁଚିତ ଅଟେ । ଏହା କରିବା ଦ୍ଵାରା ଧନ ସଞ୍ଚୟରେ ବାଧା ଉତ୍ପନ ହୁଏ । ସବୁବେଳେ ଗାଧୋଇ ସାରିବାପରେ ବାଲଟିରେ ପାଣି ଭର୍ତ୍ତି କରି ରଖନ୍ତୁ ।

୩. ଓଦା ଲୁଗା ଗାଧୋଇ ସାରିବା ପରେ ପକାଇ ରଖନ୍ତୁ ନାହିଁ । ଏହା କରିବା ଏକ ଖରାପ ଅଭ୍ୟାସ ଅଟେ । ଯେଉଁ ଲୋକମାନଙ୍କର ରାଶିରେ ରାହୁ ଦୋଷ ରହିଛି, ଏହା କରିବା ଦ୍ଵାରା ତାଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ । ତେଣୁ କରି ଗାଧୋଇ ସାରିବା ପରେ ଓଦା ଓ ପାଲଟା ଲୁଗାକୁ ତୁରନ୍ତ ଶୁଖେଇଦେବା ଉଚିତ ।

୪. ଗାଧୋଇବା ବେଳେ ଚପଲ ବ୍ୟବହାର କରିବା ଉଚିତ ନୁହେଁ । ଏହାକୁ ଅଶୁଭ କୁହାଯାଏ । ଗାଧୋଇବା ସମୟରେ ପ୍ରଥମେ ଜଳ ଗୋଡରେ ପକେଇବା ଶୁଭ ମାନ୍ୟ କରାଯାଏ । ଗାଧୋଇ ସାରିବା ପରେ ଗୋଡରେ ପାଣି ପକେଇବା ଏକ ଅଶୁଭ ଲକ୍ଷଣ ଅଟେ ।

୫. ନିରବର ସହ ସ୍ନାନ କରିବା ଅନୁଚିତ ଅଟେ । ଗାଧୋଇବା ସମୟରେ କୌଣସି ମନ୍ତ୍ର କିମ୍ବା ଗୀତ ଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କୁ ପୁରା ଦିନ ସତେଜ ଅନୁଭବ ହୋଇଥାଏ ।

୬. ସ୍ନାନ କରିବା ପରେ ସେବିଙ୍ଗ କିମ୍ବା ନଖ କାଟିବା ଅନୁଚିତ ଅଟେ । ଏହା କରିବା ଦ୍ଵାରା ମାତା ଲକ୍ଷ୍ମୀ ସେହି ଗୃହରେ ବାସ କରନ୍ତି ନାହିଁ ଓ ସ୍ୱାସ୍ଥ୍ୟହାନି ମଧ୍ୟ ଘଟିଥାଏ ।

୭. ଓଦା ଲୁଗାରେ ପୂଜା କରିବା ଭୁଲ ଅଟେ । ଏହା ଦ୍ଵାରା ଆପଣଙ୍କର ପୂଣ୍ୟ କାର୍ଯ୍ୟ ପାପରେ ପରିଣତ ହୋଇଥାଏ । ଓଦା ଲୁଗାରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଶୁଭ ହୋଇଥାଏ ।

୮. ନାରୀମାନେ ଗାଧୋଇ ସାରି ସଙ୍ଗେ ସଙ୍ଗେ ସଜବାଜ କିମ୍ବା ସିନ୍ଦୁର ଲଗାଇବା ଏକ ଅଶୁଭ ଲକ୍ଷଣ ହୋଇଥାଏ । ଏହା ଦ୍ଵାରା ସ୍ଵାମୀଙ୍କ ଆୟୁ ଉପରେ ପ୍ରଭାବ ପଡିଥାଏ । ଗାଧୋଇ ସାରିବା ପରେ ପ୍ରଥମେ ପୂଜା କରି ଓ କିଛି ଶୁଖିଲା ଜିନିଷ ଖାଇ ସଜବାଜ ହୁଅନ୍ତୁ । ଏହା ଦ୍ଵାରା ସ୍ଵାମୀଙ୍କର ଆୟୁ ବୃଦ୍ଧି ଘଟିଥାଏ ।

୯. ଗାଧୋଇ ସାରିବା ପରେ ତୁରନ୍ତ ରୋଷେଇ କରିବା ଉଚିତ ନୁହେଁ । ଏହା ଦ୍ଵାରା ଗୃହରେ ଖାଦ୍ୟ ଅଭାବ ଦେଖା ଦେଇଥାଏ ।

୧୦. ସୂର୍ଯ୍ୟ ଅସ୍ତ ସମୟରେ ସ୍ନାନ କରିବା ପାପ ଅଟେ । ଯେଉଁମାନକଙ୍କୁ ସନ୍ଧ୍ୟା ସମୟରେ ସ୍ନାନ କରିବା ପସନ୍ଦ ଅଟେ, ସେମାନେ ସୂର୍ଯ୍ୟ ଅସ୍ତ ପରେ ସ୍ନାନ କରନ୍ତୁ ।

ଆପଣଙ୍କର ଯଦି ଏହିପରି କିଛି ଅଭ୍ୟାସ ରହିଛି ତେବେ ସୁଧାରିବାକୁ ଚେଷ୍ଟା କରନ୍ତୁ ।