“ମୋତେ ମାରି ପିସ୍ ପିସ୍ କରିଦେବ Aftab, ଯଦି ମୋର କିଛି ହୁଏ…” ମୃତ୍ୟୁ ପୂର୍ବରୁ ବଞ୍ଚିବା ପାଇଁ ଗୁହାରି କରିଥିଲେ Sraddha Walker

ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ଦିଲ୍ଲୀର ଶ୍ରଦ୍ଧା ୱାକର ମର୍ଡର ଏବେବି ଭୁଲି ପାରୁନାହାନ୍ତି ଲୋକେ । ଶ୍ରଦ୍ଧା ଓ ଅଫତାବଙ୍କ ପ୍ରେମ ସମ୍ପର୍କକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ସାମ୍ନାକୁ ଆସୁଛି । ମୃତ୍ୟୁ ପୂର୍ବରୁ ବି ଶ୍ରଦ୍ଧା ମରି ମରି ବଞ୍ଚୁଥିଲେ । ଅଫତାବ ସାଙ୍ଗରେ ରହିବାକୁ ଚାହୁଁ ନଥିଲେ ବି ତା’ ଜାଲରୁ ମୁକୁଳି ପାରୁ ନଥିଲେ । ଏନେଇ ପୋଲିସକୁ ସବୁ ସତ ଜଣାଇଥିଲେ ଶ୍ରଦ୍ଧା । ପୋଲିସକୁ ଦେଇଥିବା ଏକ ରିପୋର୍ଟରେ ଶ୍ରଦ୍ଧା ଲେଖିଥିଲେ, “ମୁଁ ଶ୍ରଦ୍ଧା ୱାକର, ମୋତେ 25 ବର୍ଷ ।

26 ବର୍ଷୀୟ ଅଫତାବ ପୁନାବାଲାଙ୍କ ନାଁରେ ମୁଁ ରିପୋର୍ଟ କରିବାକୁ ଚାହୁଁଛି । ସେ ବିଜୟନଗର କମ୍ପ୍ଲେକ୍ସର ରିଗଲ୍ ଆପାର୍ଟମେଣ୍ଟରେ ରୁହେ । ମୋତେ ଗାଳିଗୁଲଜ କରିବା ସହ ମାରପିଟ କରୁଛି ଅଫତାବ । ସେ ଆଜି ମୋ ତଣ୍ଟି ଚିପି ମୋତେ ଜୀବନରୁ ମାରି ଦେବାକୁ ଚେଷ୍ଟା କରିଛି । ମୋତେ ମାରି ଖଣ୍ଡ ଖଣ୍ଡ କରି ଫିଙ୍ଗିଦେବାକୁ ଧମକ ଦେଇଛି ଅଫତାବ । 6 ମାସ ହେବ ଅଫତାବ ମୋତେ ମାରପିଟ କରିବା ସହ ବ୍ଲାକମେଲ କରୁଛି ।

କିନ୍ତୁ ପୋଲିସ ପାଖରେ ଅଭିଯୋଗ କରିବାକୁ ମୋର ସାହାସ ନଥିଲା । କାରଣ ସେ ମୋତେ ହତ୍ୟା କରିବ ବୋଲି ଧମକ ଦେଉଥିଲା । ଅଫତାବ ର ଘରଲୋକ ବି ଏସବୁ କଥା ଜାଣନ୍ତି । ଆମେ ଦୁହେଁ ଏକାଠି ରହୁଛି ବୋଲି ସେମାନେ ଜାଣନ୍ତି । ସପ୍ତାହନ୍ତରେ ଆମ ପାଖକୁ ଆସନ୍ତି ଅଫତାବ ର ପରିବାର ଲୋକ । ଅଫତାବଙ୍କ ପରିବାର ରାଜି ଓ ଆମର ଶୀଘ୍ର ବାହାଘର ହେବ ।

କିନ୍ତୁ ମୁଁ ଆଉ ଅଫତାବ ସାଙ୍ଗେ ରହିବାକୁ ଚାହୁଁନି । ଯଦି ମୋତେ କିଛି ଆଘାତ ଲାଗେ ତେବେ ଏଥିପାଇଁ ଅଫତାବ ହିଁ ଦାୟୀ ରହିବ ।” 23 ନଭେମ୍ବର 2022 ରେ ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଏମିତି ଏକ ରିପୋର୍ଟ ଲେଖି ବଞ୍ଚିବାକୁ ଗୁହାରି କରିଥିଲେ ଶ୍ରଦ୍ଧା ୱାକର । କାରଣ ସେ ହୁଏତ ଜାଣି ସାରିଥିଲେ ଯେ, ଅଫତାବ ତାବଙ୍କୁ ସତରେ ଦିନେ ମାରି ପିସ୍ ପିସ୍ କରିଦେବ । ଶେଷରେ ସତରେ ପରିଣତ ହୋଇଗଲା ଶ୍ରଦ୍ଧାଙ୍କ ଡର ।

ତେବେ ପରବର୍ତ୍ତୀ ସମୟରେ ଅଫତାବଙ୍କ ନାଁରେ ଦେଇଥିବା ଅଭିଯୋଗକୁ ଶ୍ରଦ୍ଧା ଉଠାଇ ନେଇଥିଲେ ବୋଲି ପୋଲିସ କହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।