ଅନଲାଇନ ଟ୍ରାନଜାକ୍ସନ କରୁଥିଲେ ଜାଣିରଖନ୍ତୁ ଏହି ବଡ ଖବର, ଏଥର ଆଉ ମନଇଚ୍ଛା ପଠାଇଆ ପାରିବେନି ଟଙ୍କା, NPCI ଲାଗୁ କଲା ନୂଆ ନିୟମ

ଆପଣ ଯଦି ଲଗାତାର ଅନଲାଇନ ଟ୍ରାନଜାକ୍ସନ କରୁଛନ୍ତି ତେବେ ଏହି ଖବର ନିହାତି ଜାଣି ରଖିବା ଉଚିତ । କାରଣ ଏଥର ଆଉ ମନଇଚ୍ଛା ଟଙ୍କା ପଠାଇ ପାରିବେନି । ଖୁବଶୀଘ୍ର ଏଭଳି ଏକ ନିୟମ ଲାଗୁ ହେବାକୁ ଯାଉଛି । UPI ଟ୍ରାନସାକ୍ସନ ସୁବିଧା ଲାଗୁ ହେବା ପରେ ଟଙ୍କା ନେଣଦେଣ କାରବାର ବେଶ ସହଜ ହୋଇଯାଇଛି । ଲୋକଙ୍କୁ ଏଥିପାଇଁ ଆଉ ବ୍ଯାଙ୍କ କିମ୍ବା ATM ଯିବାକୁ ପଡୁନି କି ଦୀର୍ଘ ସମୟ ଓ ଦିନ ଧରି ଅପେକ୍ଷା କରିବାକୁ ପଡୁନି । ମାତ୍ର କେଇ ସେକେଣ୍ଡରେ ଯାହାକୁ ଚାହିଁବେ ତାଙ୍କୁ ଟଙ୍କା ପଠାଇ ହେଉଛି ।

ଏହାସହ ଟଙ୍କା ପଠାଇବାର କୌଣସି ନିର୍ଦ୍ଦିଷ୍ଟ ଲିମିଟ୍ ମଧ୍ୟ ରଖାଯାଇ ନାହିଁ । ଯିଏ ଯେତେ ଚାହୁଁଛି ଟଙ୍କା ପଠାଇ ପାରୁଛି । ହେଲେ ଏସବୁ ସୁବିଧାରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ବୋଲି ସୂଚନା ରହିଛି । ଫୋନପେ ଓ ଗୁଗଲପେ ଭଳି ୟୁପିଆଇ ଟ୍ରାନଜାକ୍ସନ ପ୍ଲାଟଫର୍ମରେ ଲାଗୁ ହେବାକୁ ଯାଉଛି ଏମିତି ଏକ ନିୟମ । ଏବେ ଆଉ ଯେତେବେଳେ ଯେତେ ଟଙ୍କା ଚାହିଁବେ ଆଉ ପଠାଇ ପାରିବେ ନାହିଁ । ଆଜ୍ଞା ହଁ, ମନଇଚ୍ଛା ଟଙ୍କା ନେଣଦେଣ କାରବାର ଉପରେ ଏବେ ରୋକ ଲାଗିବ ।

ନିକଟରେ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ (RBI) ସହ ଆଲୋଚନା କରିଛି UPI ଡିଜିଟାଲ ମାଧ୍ୟମ ଗୁଡିକୁ ଅପରେଟ କରୁଥିବା ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ । ବର୍ତ୍ତମାନ ପର୍ଯ୍ୟନ୍ତ UPI ଟ୍ରାନସାକ୍ସନ ଆପ୍ ଗୁଡିକରେ ଟଙ୍କା କାରବାରର କୌଣସି ଲିମିଟ୍ ରଖାଯାଇ ନାହିଁ । ଯିଏ ଯେତେ ଟଙ୍କା ଚାହିଁବେ ସେତେ ଟଙ୍କା ପର୍ଯ୍ୟନ୍ତ ଟ୍ରାନଜାକ୍ସନ କରି ପାରୁଛନ୍ତି ।

ତେବେ UPI ଆପ୍ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଥାର୍ଡ ପାର୍ଟି ଆପ୍ ପାଇଁ 30 ପ୍ରତିଶତ ଭଲ୍ଯୁମ କ୍ୟାପ ଲାଗି ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ରିଜର୍ଭ ବ୍ଯାଙ୍କକୁ ପ୍ରସ୍ତାବ ଦେଇଛି । ଯଦ୍ୟପି UPI ଟ୍ରାନସାକ୍ସନ କରା ଯାଉଥିବା ପେମେଣ୍ଟ ଆପ୍ ଗୁଡିକରେ ବର୍ତ୍ତମାନ ଯାଏଁ ଟ୍ରାନଜାକ୍ସନ ଲିମିଟ୍ ଲାଗୁ କରିବା ନେଇ କୌଣସି ନିଷ୍ପତ୍ତି ନିଆ ଯାଇନାହିଁ ତଥାପି ଚଳିତ ମାସ ଶେଷ ସୁଦ୍ଧା ଏନେଇ ଏଭଳି ଏକ ବଡ ନିଷ୍ପତ୍ତି ନେଇପାରେ ବୋଲି ଅନୁମାନ କରାଯାଉଛି ।

ତେବେ ନୂଆ ନିୟମ ଆସିଲେ ଟଙ୍କା ନେଣଦେଣ କାରବାର ପୂର୍ବ ଅପେକ୍ଷା ଅନେକ ମାତ୍ରାରେ କମିଯିବ ବୋଲି କୁହାଯାଉଛି । ହେଲେ ଏଭଳି ହେଲେ ଅନଲାଇନ ଠକଙ୍କୁ କାବୁ କରି ହେବ । ଯଦ୍ୱାରା ସେମାନେ ଆଉ ଲୋକଙ୍କୁ ଠକି ସେମାନଙ୍କ ଆକାଉଣ୍ଟରୁ ମନଇଚ୍ଛା ଟଙ୍କା ନେଇ ଯାଇପାରିବେ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।