ଚିତାବାଘ ମୁହଁରୁ ପୁଅକୁ ଟାଣି ଆଣିଲା ମା, ଏମିତି ଲୋମ ଟାଙ୍କୁରା ଘଟଣା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ video

ମା’ର ମମତା ଆଗରେ ସବୁ ସମ୍ପର୍କ ଫିକା ପଡିଯାଏ । ମା’ ଥିଲେ ମୃତ୍ୟୁ ବି ପାଖ ମାଡେନି । ମା’ ଓ ମା’ ର ମମତାକୁ ନେଇ ଏପରି ଅନେକ ଉକ୍ତି ଆପଣ ଶୁଣିଥିବେ । କଥାରେ ଅଛି ରଖେ ହରି ତ ମାରେ କିଏ । କିନ୍ତୁ ଏମିତି କ ଘଟଣା ଘଟିଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ ଆପଣ ବି କହିବେ ରଖେ ମା’ ତ ମାରେ କିଏ ! ଆଜ୍ଞା ହଁ ବାଘ ମୁହଁରୁ ଶିକାର ଛଡେଇ ଆଣିବା ଭଳି ସାହସିକତା ମଧ୍ୟ କରିପାରେ ମା । ଏହିପରି ଜଣେ ମା’ ଚିତାବାଘ ମୁହଁରୁ ନିଜ ୬ ବର୍ଷର ପୁଅକୁ ବଞ୍ଚାଇ ଦେଇଛନ୍ତି ମା ।

ମଧ୍ୟପ୍ରଦେଶର ଏହି ମା’ କିରଣ ବେଗା ସୃଷ୍ଟି କରିଛନ୍ତି ଏହିପରି ଏକ ଅନନ୍ୟ ଉଦାହରଣ । ଘଟଣାଟି ହେଉଛି ମଧ୍ୟପ୍ରଦେଶର ସିଦ୍ ଅଞ୍ଚଳର କିରଣ ବେଗା ସନ୍ଧ୍ୟା ପ୍ରାୟ ୭ଟା ସମୟରେ ନିଜ ପୁଅକୁ ଧରି ଘର ବାହାରେ ବସିଥିଲେ । ପୁଅର ବୟସ ମାତ୍ର ୬ ବର୍ଷ ହେବ । ଆଉ ସେତିକି ବେଳେ ହଠାତ ଏକ ଚିତାବାଘ କେଉଁଠୁ ପଳାଇ ଆସିଥିଲା ଓ ମା ପୁଅଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା ।

ଏହାପରେ କୁନି ପୁଅଟିକୁ ପାଟିରେ ଧରି ଚିତାବାଘଟି ଜଙ୍ଗଲ ଆଡକୁ ଧାଇଁବାରେ ଲାଗିଲା । କିନ୍ତୁ ଡରି ଯାଇ ନଥିଲା ଏହି ସାହସୀ ମା’ ଟି । ନିଜ ପୁଅକୁ ଚିତାବାଘ କବଳରୁ ବଞ୍ଚାଇବା ପାଇଁ ବାଘ ପଛରେ ଗୋଡାଇଥିଲା । ନିଜ ଜୀବନ କଥା ନଭାବି ସେତେବେଳେ କେବଳ ନିଜ ପୁଅର ଜୀବନ ରକ୍ଷା କରିବାକୁ ଚେଷ୍ଟା କରିଥିଲା ।

ଏହିପରି ବାଘ ପଛରେ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ଗୋଡାଇଥିଲେ କିରଣ । ଆଉ ଆଖପାଖର ଲୋକ ମଧ୍ୟ କିରଣଙ୍କ ଚିତ୍କାର ଶୁଣି ଧାଇଁ ଆସିଥିଲେ ଓ ଚିତାବାଘକୁ ଘଉଡାଇବାରେ ସଫଳ ହୋଇଥିଲେ । ଯାହାଫଳରେ ଚିତାବାଘ ମୁହଁରୁ ମା ଓ ପୁଅଙ୍କ ଜୀବନ ବଞ୍ଚି ଯାଇଥିଲା ।

ପୁଅ ପାଇଁ ନିଜ ଜୀବନରୁ ପାଣି ଛଡାଇ ଦେଇଥିଲେ କିରଣ । ମା’ର ମମତା ଯେ କେତେ ଗଭୀର ହୋଇଥାଏ ଏହା ସେ ପ୍ରମାଣିତ କରି ଦେଖାଇଛନ୍ତି । ନିଜ କାର୍ଯ୍ୟ ପାଇଁ ଏବେ ସବୁଆଡେ କିରଣଙ୍କୁ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।