Vastu Tips- ସକାଳୁ ଉଠି ନିଶ୍ଚୟ ଦେଖି ନିଅନ୍ତୁ ଏହି 5 ଟି ଜିନିଷ, ଆପଣଙ୍କ ଭାଗ୍ୟ ଏମିତି ବଦଳିବାକୁ ଲାଗିବ ଯେ ଆପଣ କେବେ କଳ୍ପନା କରି ନଥିବେ

ସକାଳୁ ଉଠିବା ମାତ୍ରେ ଆମେ ଯେଉଁ ପ୍ରକାର ଜିନିଷ ଦେଖିଥାଉ ତାହାର ପ୍ରଭାବ ଦିନସାରା ଆମ ଉପରେ ପଡିଥାଏ । ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ସକାଳୁ ଉଠିବା ପରେ ସକାରାତ୍ମକ ଜିନିଷ ସବୁ ଦେଖିବା ଉଚିତ । ଏହାଦ୍ବାରା ଆମ ଆମ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ତେବେ ସକାଳୁ ଉଠି କେଉଁ ଜିନିଷ ସବୁ ଦେଖିଲେ ଶୁଭ ହୋଇଥାଏ ଓ କେଉଁ ଜିନିଷ ସବୁ ଦେଖିଲେ ଅଶୁଭ ହୋଇଥାଏ, ତାହା ଆଜି ଆମେ ଆପଣଙ୍କୁ ଜଣାଇବୁ ।

ସକାଳୁ ଉଠି କେବେ ମଧ୍ୟ ଆଇନା ଦେଖିବା ଉଚିତ ନୁହେଁ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ଵାରା ଏହାର ଅଶୁଭ ପ୍ରଭାବ ଆମ ଉପରେ ପଡିଥାଏ । ଏହାଦ୍ବାରା ଜୀବନରେ ଉନ୍ନତି ଆସିବା ପରିବର୍ତ୍ତେ ଅଗ୍ରଗତି ହୋଇଥାଏ । ସକାଳୁ ଉଠି ଆଇନା ଦେଖିବା ଦ୍ଵାରା ଆମ ମନରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିଥାଏ । ଶାସ୍ତ୍ର ଅନୁସାରେ ସକାଳୁ ଉଠି ଛାଇ ଦେଖିବା ଦ୍ଵାରା ମନୁଷ୍ୟ ଜୀବନରେ ଦୁର୍ଭାଗ୍ୟ ଆସିଥାଏ । କାରଣ ଛାଇ ମନୁଷ୍ୟ ଜୀବନରେ ଭୟ ଏବଂ ଭ୍ରମ ସୃଷ୍ଟି କରିଥାଏ ।

ସକାଳେ ଛାଇ ଦେଖିବା ଦ୍ଵାରା ଆର୍ଥିକ ସଙ୍କଟ ଦେଖା ଦେଇଥାଏ ଓ ଆପଣଙ୍କ କାର୍ଯ୍ୟ ଅଟକି ରହିଯାଏ । ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ସକାଳୁ ଉଠି ନିଜ ହାତ ପାପୁଲିକୁ ଦର୍ଶନ କରିବା ଉଚିତ । କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି । ସେହିପରି ମଧ୍ୟ ଭାଗରେ ମା ସରସ୍ଵତୀ ଓ ସଂପୂର୍ଣ୍ଣ ହାତରେ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ । ସେଥିପାଇଁ ସକାଳୁ ଉଠି ନିଜ ହାତକୁ ଦର୍ଶନ କରିବା ଦ୍ଵାରା, ଧନ ସମ୍ପତ୍ତି, ବିଦ୍ୟା ଓ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

ବିଦ୍ୟାର୍ଥୀ ମାନେ ପ୍ରତିଦିନ ସକାଳେ ନିଜ ହାତକୁ ଦର୍ଶନ କରି ପାଠପଢା ଆରମ୍ଭ କରିବା ଉଚିତ । ସକାଳୁ ଉଠିବା ମାତ୍ରେ ଗୋମାତାଙ୍କର ଦର୍ଶନ କରିବା ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ସେଥିପାଇଁ ସକାଳ ସମୟରେ ଆପଣଙ୍କ ଦ୍ଵାର ନିକଟକୁ କୌଣସି ଗାଈ ଆସିଲେ ତାକୁ ଆଡେଇ ନଦେଇ ଖାଇବାକୁ ଦିଅନ୍ତୁ ଓ ତାଙ୍କ କାନରେ ନିଜ ମନୋସ୍କାମନା କୁହନ୍ତୁ । ଏହାଦ୍ବାରା ଆପଣଙ୍କ ଅଟକି ରହିଥିବା କାମ ପୂର୍ଣ୍ଣ ହେବା ସହ ଆପଣଙ୍କ ମନୋସ୍କାମନା ମଧ୍ୟ ପୂରଣ ହୋଇଥାଏ ଓ ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ ।

ମା ତୁଳସୀ ସମସ୍ତ ପ୍ରକାର ରୋଗକୁ ଦୂର କରନ୍ତି ଓ ମଣିଷ ଜୀବନରେ ଆସିବାକୁ ଥିବା ଅ-ଘ-ଟ-ଣ-କୁ ଆଗୁଆ ଜଣାଇ ଦେଇଥାନ୍ତି । ସେଥିପାଇଁ ସକାଳୁ ମା ତୁଳସୀଙ୍କ ଦର୍ଶନ କରିବା ମଧ୍ୟ ଅତ୍ୟନ୍ତ ଶୁଭ ବୋଲି ମାନାଯାଏ । ସକାଳୁ ଉଠିବା ପରେ ଏବଂ କୌଣସି କାମରେ ଯିବା ପୂର୍ବରୁ ମାତାପିତାଙ୍କ ଚରଣ ଛୁଇଁ ପ୍ରଣାମ କରିବା ଉଚିତ । କାରଣ ପିତାମାତାଙ୍କ ଚରଣରେ ହିଁ ସ୍ଵର୍ଗାଲୋକ ବିରାଜମାନ ବୋଲି ଶାସ୍ତ୍ରରେ କୁହାଯାଏ । ତେଣୁ ଏପରି କରି ଘରୁ ବାହାରିବ ଦ୍ଵାରା କାର୍ଯ୍ୟରେ ଅବଶ୍ୟ ସଫଳତା ମିଳିଥାଏ ।

ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠାରୁ ମହତ୍ବପୂର୍ଣ୍ଣ ଓ ଧାର୍ମିକ କାର୍ଯ୍ୟ ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ଜଳ ଚଢାଇବା ଦ୍ଵାରା ମନୁଷ୍ୟକୁ ତାର ପରଜନ୍ମର ଫଳ ପ୍ରାପ୍ତି ହୋଇଥାଏ ଓ ଜୀବନରୁ ନିରାଶା ଓ ନକରାତ୍ମକତା ଶେଷ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।