SDJM କୋର୍ଟଙ୍କ 5ଟି ସର୍ତ୍ତରେ ରହିବେ ସୁମିତ ଓ ତପସ୍ଵିନୀ, ପୁଣି ଥରେ ସେମାନଙ୍କ ମନ ଯୋଡିଦେବ କି ଏହି ସର୍ତ୍ତାବଳୀ ? ଦେଖନ୍ତୁ କ’ଣ ସବୁ ସେହି ନିୟମ

ବହୁଚର୍ଚ୍ଚିତ ତପସ୍ଵିନୀ ଓ ସୁମିତଙ୍କ ମାମଲାରେ ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି କୋର୍ଟ । ଆଗାମୀ ସାତଦିନ ପର୍ଯ୍ୟନ୍ତ ଉଭୟଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଡ଼ିଜେଏମ କୋର୍ଟ । କିନ୍ତୁ ଏହାସହ କିଛି ସର୍ତ୍ତାବଳୀ ମଧ୍ୟ ସେ ଶୁଣାଇଛନ୍ତି । ପ୍ରଥମ ସର୍ତ୍ତ ହେଉଛି ସୁମିତ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କ କାର୍ଯ୍ୟସ୍ଥଳ ଆସ୍କା ପାଖାପାଖି କୌଣସି ଏକ ପୃଥକ ସ୍ଥାନରେ ନେଇ ରଖିବେ । ସୁମିତ ତପସ୍ଵିନୀଙ୍କ କୌଣସି ପରିବାର ଲୋକ ମଧ୍ୟ ସମ୍ପର୍କୀୟ ତାଙ୍କୁ ଯୋଗାଯୋଗ କରିପାରିବେ ନାହିଁ ।

ଆସନ୍ତା ଶୁଣାଣି ପର୍ଯ୍ୟନ୍ତ ସୁମିତ ଏବଂ ତପସ୍ଵିନୀ ମଧ୍ୟ ବନ୍ଧୁବାନ୍ଧବ ଓ ପିତାମାତା କାହାସହ ଯୋଗାଯୋଗ କରିବେ ନାହିଁ । ଏହାଶ କୋର୍ଟଙ୍କ ବିନା ଅନୁମତିରେ ଉଭୟ କୌଣସି ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଯାଇପାରିବେ ନାହିଁ । ଦ୍ଵିତୀୟରେ ଆସ୍କା ଆଇଆଇସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କି ସୁମିତ ଓ ତପସ୍ଵିନୀ ରହିବା ପାଇଁ ସେ ନିକଟରେ କୌଣସି ଏକ ଭଡାଘରର ବ୍ୟବସ୍ଥା କରିବେ ।

ଯେଉଠି ପାଣି, ବିଦ୍ୟୁତ ଏବଂ ପରିଷ୍କାର ପରିଚ୍ଛନତାର ସମସ୍ତ ଧ୍ୟାନ ରଖାଯିବ । ଉଭୟଙ୍କ ସୁରକ୍ଷା ପାଇଁ ପୋଲିସ କର୍ମୀଙ୍କୁ ମଧ୍ୟ ସେମାନଙ୍କ ଘରପାଖେ ମୁତୟନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେମାନଙ୍କ ପ୍ରତିଦିନର ରିପୋର୍ଟ ମାନନୀୟ କୋର୍ଟରେ ଆଣି ଦାଖଲ କରିବେ । ଏହାପୂର୍ବରୁ ଭଡାଘର ବ୍ୟବସ୍ଥା ହେବା ପୂର୍ବରୁ ରହିବା ପାଇଁ ଏକ ଜରୁରୀକାଳୀନ ସ୍ଥାନ ମଧ୍ୟ ଆରେଞ୍ଜ କରିବେ ।

ତୃତୀୟରେ ସୁମିତ ଓ ତପସ୍ଵିନୀଙ୍କୁ ମଧ୍ୟ ପ୍ରତିଦିନ ଭିସିଟ କରିବା ସହ ରିପୋର୍ଟ ଦେବା ପାଇଁ ପାଇଁ ଛତ୍ରପୁରର ପ୍ରୋଟେକ୍ସନ ଅଫିସରଙ୍କୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଚତୁର୍ଥରେ ଆଗାମୀ ଶୁଣାଣି ପର୍ଯ୍ୟନ୍ତ ଘରଭଡା, ଖାଦ୍ଯ ଓ ଅନ୍ୟ ସମସ୍ତ ଆବଶ୍ୟକୀୟ ଖର୍ଚ୍ଚ ସୁମିତ ହିଁ ପରିବହନ କରିବେ । ଏହାସହ ତପସ୍ଵିନୀଙ୍କ ସହ ସୁମିତ କୌଣସି ପ୍ରକାର ପାରିବାରିକ ହିଂସା କରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ସେହିପରି ତପସ୍ଵିନୀଙ୍କୁ ମଧ୍ୟ ସ୍ଵାମୀଙ୍କ ସହ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚମରେ ହେଉଛି ଆସ୍କା ଆଇଆଇସି ଘରଭଡା ଦେଖିବା ମାତ୍ରେ ସୁମିତ ଓ ତପସ୍ଵିନୀଙ୍କୁ ତୁରନ୍ତ ସେଠାକୁ ନେଇଯିବେ । ତେବେ କୋର୍ଟଙ୍କ ଏହି ୫ଟି ସର୍ତ୍ତ ମାନିବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ଆଗାମୀ ଶୁଣାଣି ପର୍ଯ୍ୟନ୍ତ କୋର୍ଟରେ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ୫ଟି ସର୍ତ୍ତ ତପସ୍ଵିନୀ ଓ ସୁମିତଙ୍କୁ ପୁଣି ଥରେ ଯୋଡି ରଖିବାକୁ ନିଶ୍ଚିତ ଭାବେ ସାହାଯ୍ୟ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।