ଓଡିଶାର ଜଙ୍ଗଲ ବୟ କୃଷ୍ଣ, ଖାଉଛନ୍ତି କଞ୍ଚା ମାଉଁସ, ପିଉଛନ୍ତି ଜୋକ ର ରକ୍ତ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା ଯାହାକୁ ଶୁଣିଲେ ଆପଣ ବି ଆଚମ୍ବିତ ହେଇଯିବେ !

ଆଜି ଆମେ ଆପଣଙ୍କୁ ଏକ ଏମିତି ଯୁବକ ବିଷୟରେ କହିବୁ ଯିଏକି ଜଙ୍ଗଲରେ ହିଁ ନିଜର ସବୁ କାମ କରନ୍ତି । ସେ ଜଙ୍ଗଲରେ ଖାଇବା ରହିବା ଇତ୍ୟାଦି ସବୁ କାମ କରନ୍ତି । ଏହି ଯୁବକ ନାଁ ହେଉଛି କୃଷ୍ଣ ଚନ୍ଦ୍ର ଗୋଚ୍ଛାୟତ । ସେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବା ତାଙ୍କର ମୂଳ ଲକ୍ଷ । ସେ ଦିନ ରାତି ଏହି ପାହାଡରୁ ସେହି ପାହାଢ, ଏହି ଜଙ୍ଗଲରୁ ସେହି ଜଙ୍ଗଲ ଘୁରି ବୁଲୁଛନ୍ତି । କେବଳ ଏକୁଟିଆ ନୁହେଁ ସେ ନିଜ ପୁଅକୁ ନିଜ ସହିତ ନେଇ ଯାଆନ୍ତି ଜଙ୍ଗଲକୁ । ଜଙ୍ଗଲରେ ରାତିରେ ଶୋଇ ଯାଆନ୍ତି ।

ଏହା ସହିତ ଜଙ୍ଗଲରୁ ମିଳୁଥିବା କଞ୍ଚା ପୋକ ସହ କଞ୍ଚା ମାଂସ ଖାଉଛନ୍ତି । man vs wild ଶୋ କୁ ଦେଖି ସେ ବହୁତ ଅନୁପ୍ରାଣିତ ହୋଇଛନ୍ତି ଓ ବର୍ତ୍ତମାନ ଜଙ୍ଗଲରେ କେମିତି ରହିବେ, ଖାଇବେ ଏହି ସବୁ କଥା ସେ ବର୍ତ୍ତମାନ ନିଜ ପୁଅକୁ ଶିଖାଉଛନ୍ତି । କୃଷ୍ଣ ଚନ୍ଦ୍ର ଗୋଚ୍ଛାୟତ ଶିମିଳିପାଳର ବନ୍ୟଜନ୍ତୁ ଓ ରେସକ୍ୟୁଭିର ଅଟନ୍ତି ।

ଏହିଭଳି ଜୀବନଶୈଳୀକୁ ନେଇ ଆଜି ସେ ବହୁତ ଚର୍ଚାରେ ଅଛନ୍ତି । କୃଷ୍ଣଙ୍କ କହିବା ଅଟେ କି ସେ ସହର ଠାରୁ ଅପେକ୍ଷା ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି । ଜଙ୍ଗଲରେ ଏମିତି କୌଣସି ଜିନିଷ ନାହିଁ ଯାହାକି ମିଳିବ ନାହିଁ । ଖାଦ୍ୟ ଠାରୁ ରହିବା ସବୁ କିଛି ଜଙ୍ଗଲରେ ମିଳିବ । ପରିବାରର ବାରମ୍ବାର ମନା କରିବା ସତ୍ବେ କୃଷ୍ଣ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟରେ ଲାଗି ପଡିଛନ୍ତି । ସେ ବେଳେ ବେଳେ କେତେକ ଭୟଙ୍କର ପଶୁମାନଙ୍କ ସହ ସାହସ ଭରା ଖେଳ ବି ଖେଳିଥାନ୍ତି ।

ଶିମିଳିପାଳର ଲମ୍ବା ଲମ୍ବା ଗଛ ଓ ଘଞ୍ଚ ଜଙ୍ଗଲ ମଧ୍ୟରେ କୃଷ୍ଣ ଚନ୍ଦ୍ର ଓ ତାଙ୍କ ପୁଅ ଘୁରି ବୁଲୁଛନ୍ତି । ତାଙ୍କୁ କୌଣସି ଜଙ୍ଗଲି ପଶୁ ପକ୍ଷୀ ସାପକୁ ଡର ନାହିଁ । ସେ ଜଙ୍ଗଲରେ ରାତି ଦିନ ବିତାଉଛନ୍ତି । କୃଷ୍ଣ ଜଙ୍ଗଲରେ ପୋକଜୋକ, କଙ୍କଡା, ମାଛ, ଝିଣ୍ଟିକା, ସାପ ଓ ଗଛ ଚଢି ଯିବା ପରେ ସେଥିରୁ ଯେଉଁ ବଡ ବଡ ପୋକ ବାହାରେ ଏହା ସହିତ ଜଙ୍ଗଲରେ ମିଳୁଥିବା ଅନ୍ୟ କିଛି ଜୀବ ଜନ୍ତୁର ମାଂସକୁ କଞ୍ଚା, ପୋଡି କିମ୍ବା ସିଝା କାହିଛନ୍ତି କୃଷ୍ଣ ଚନ୍ଦ୍ର । କୃଷ୍ଣ ଚନ୍ଦ୍ର କହିଲେ କି ଜଙ୍ଗଲରେ ଯେଉଁ ଶାନ୍ତି ମିଳିବ ତାହା ଆପଣଙ୍କୁ ଅନ୍ୟ କେଉଁଠି ବି ମିଳିବ ନାହିଁ ।

କହିଦେଉଛୁ କି ଥରେ କୃଷ୍ଣ ଚନ୍ଦ୍ର ୧୮ ଫୁଟ ଅହିରାଜ ସାପକୁ ନିଜ କୌଶଳରେ ସାହାସିକତା ଦେଖି ଉଦ୍ଧାର କରିଛନ୍ତି । ସେ ନିଜ ପୁଅକୁ ଜଙ୍ଗଲରେ ରହିବା, ଖାଇବା ଇତ୍ୟାଦି ସବୁର ତାଲିମ ବି ଦେଉଛନ୍ତି । କୃଷ୍ଣ ଆଗକୁ କହିଲେ କି ଯଦି ବନ ବିଭାଗ ମୋତେ ଅନୁମତି ଦେବେ ତେବେ ମୁଁ ସାପ, କଙ୍କଡା ଓ ବିଚ୍ଛା ଇତ୍ୟାଦିକୁ କଞ୍ଚା ଖାଇ ପାରିବି । କିନ୍ତୁ ମୁଁ ଖାଇବି ନାହିଁ କାରଣ ମୁଁ ସେମାନଙ୍କୁ ଉଦ୍ଧାର କରୁଛି ଓ ମୁଁ ସେମାନଙ୍କୁ ଭଲ ପାଏ । ନଈର କୋଚିଆ ଧରି ତାର ରକ୍ତ ପିଇବା ଓ ଗଛରୁ ପୋକ, ଜୋକ ଓ ଝିଣ୍ଟିକା ଧରିବା ପରେ କୃଷ୍ଣ ଚନ୍ଦ୍ର ଓ ତାଙ୍କର ପୁଅ ଏହାକୁ କଞ୍ଚା ଖାଇ ଯାଆନ୍ତି ।