“ମୋର ସୌଭାଗ୍ୟ କି ମୁଁ ଦମନ ଫିଲ୍ମରେ Babushan Mohanty ଙ୍କ ପାଇଁ ଭଏସ୍ ଦେଲି”- ଲୋକପ୍ରିୟ ହିନ୍ଦୀ ଭଏସ ଆର୍ଟିଷ୍ଟ Sanket Mhatre

ଓଡିଆ ଫିଲ୍ମ “ଦମନ” ବର୍ତ୍ତମାନ ଭାରତର ଫିଲ୍ମ ଇଣ୍ଡଷ୍ଟ୍ରି ମାନଙ୍କରେ ଏକ ପ୍ରକାର ଚହଳ ସୃଷ୍ଟି କରିଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମଟି ସଂପୂର୍ଣ୍ଣ ଭାବେ ମୂଳ ବିଷୟବସ୍ତୁ ଉପରେ ନିର୍ମିତ ହୋଇଛି । ଅନେକ ଦିନ ଧରି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କପି ପେଷ୍ଟ ର ଯେଉଁ ଦାଗ ଲାଗିଥିଲା ତାକୁ ଏକଦମ ଭୁଲ ପ୍ରମାଣିତ କରିଛି ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ଦ୍ଵାରା ଅଭିନୀତ ଏହି ଫିଲ୍ମଟି । ଓଡିଶା ସମେତ ସାରା ଭାରତରେ ଫିଲ୍ମଟିକୁ ବେଶ ପସନ୍ଦ କରୁଛନ୍ତି ଲୋକେ ।

ଫିଲ୍ମଟି ପ୍ରଥମେ କେବଳ ଓଡିଆ ଭାଷାରେ ରିଲିଜ ହୋଇଥିବା ବେଳେ ରାଷ୍ଟ୍ରଭାଷା ହିନ୍ଦୀରେ ଫିଲ୍ମଟିକୁ ଡବିଙ୍ଗ କରିବା ପାଇଁ ଫିଲ୍ମପ୍ରେମୀ ମାନେ ଅନୁରୋଧ କରିଥିଲେ । ଫିଲ୍ମର ବ୍ୟାପକ ସଫଳତା ଦେଖି ଦମନ ର ନିର୍ମାତା ଓ ପ୍ରଯୋଜକ ମଧ୍ୟ ଏହାକୁ ହିନ୍ଦୀରେ ଡବିଙ୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏନେଇ ତୁରନ୍ତ ଆରମ୍ଭ ହୋଇ ଯାଇଥିଲା ପ୍ରସ୍ତୁତି । ଯେଉଁଥି ପାଇଁ ବାବୁଶାନ ମହାନ୍ତି ପତ୍ନୀ ତୃପ୍ତିଙ୍କ ସହ ମୁମ୍ବାଇ ଯାଇଥିବାର ଖବର ମଧ୍ୟ ସାମ୍ନାକୁ ଆସିଥିଲା ।

ତେବେ ଆପଣ ଜାଣିଲେ ଗର୍ବିତ ହେବେ କି, ଲୋକପ୍ରିୟ ହିନ୍ଦୀ ଭଏସ ଆର୍ଟିଷ୍ଟ ସଙ୍କେତ ମାତ୍ରେ ବାବୁଶାନଙ୍କ ପାଇଁ ହିନ୍ଦୀ ଭଏସ ଦେଇଛନ୍ତି । ସଙ୍କେତ ବଲିଉଡ, ହଲିଉଡ, ତେଲୁଗୁ, ତାମିଲ ର ଅନେକ ବଡ ବଡ ଫିଲ୍ମ ମାନଙ୍କରେ ନିଜର ଭଏସ ଦେଇଛନ୍ତି । ତେବେ ଦମନ ଫିଲ୍ମରେ ଭଏସ ଦେବାର ଅନୁଭୂତି ସଙ୍କେତ ନିଜେ ଏକ ଭିଡିଓ ମାଧ୍ୟମରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେ କହିଛନ୍ତି, “ମୋର ସୌଭାଗ୍ୟ ଯେ ଦମନ ଫିଲ୍ମର ମୁଖ୍ୟ ଅଭିନେତା ବାବୁଶାନ ମହାନ୍ତିଙ୍କ ପାଇଁ ଭଏସ ଦେବାକୁ ମୋତେ ସୁଯୋଗ ମିଳିଲା ।

ମୁଁ ଦମନ ଫିଲ୍ମରେ ଭଏସ ଦେବା ଉଚିତ ବୋଲି କିଛିଦିନ ପୂର୍ବରୁ ମୋତେ ସୋସିଆଲ ମିଡିଆରେ ଅନେକ ମେସେଜ ଆସିଥିଲା । ଏହାପରେ ମୁଁ ଦମନ ଫିଲ୍ମର ଟ୍ରେଲର ଦେଖିଥିଲି ଓ ଫିଲ୍ମ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲି । ସୌଭାଗ୍ୟବଶତଃ କିଛିଦିନ ପରେ ମୋତେ ଦମନ ଟିମ୍ ଯୋଗାଯୋଗ କରିଥିଲେ ଓ ଆଜି ମୁଁ ଡବିଙ୍ଗ କାମ ଶେଷ କରିଛି । ମୁଁ ବହୁତ ଖୁସି ଅଛି ଏତେ ଭଲ ଫିଲ୍ମରେ କାମ କରିବାକୁ ସୁଯୋଗ ପାଇଥିବାରୁ ।”

ତେବେ ସଙ୍କେତ ମାତ୍ରେ ବାବୁଶାନଙ୍କ ପାଇଁ ଭଏସ ଦେବା ଖବର ଆସିବା ପରେ ଫ୍ୟାନ୍ସ ଏବଂ ଫିଲ୍ମଟିକୁ ଦେଖିବା ପାଇଁ ଅପେକ୍ଷଶା କରି ରହିଥିବା ଲୋକମାନେ ବେଶ ଖୁସି ଉତ୍ସାହିତ । ଫିଲ୍ମଟି ହିନ୍ଦୀ ଭାଷାରେ ରିଲିଜ ହେବା ପରେ ଲୋକେ ଏହାକୁ ଆହୁରି ଭଲପାଇବା ଦେବେ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।