ଦୀର୍ଘ ଦିନ ପରେ ମିଡିଆ ସାମ୍ନାକୁ ଆସିଲେ ସୁମିତ ଓ Tapaswini ଙ୍କୁ 17 ହଜାର ଟଙ୍କା ବାବଦରେ ଯାହା କହିଲେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବ୍ରହ୍ମପୁରର ବହୁଚର୍ଚ୍ଚିତ ସୁମିତ ଏବଂ ତପସ୍ଵିନୀଙ୍କ ବିବାଦ ଥମିବାରେ ନାଁ ନେଉନାହିଁ । ଉଭୟଙ୍କ ମନ ମିଶିବା ବଦଳରେ କୋର୍ଟ କଚେରୀ ମାମଲାରେ ଛନ୍ଦି ହୋଇ ରହିଛନ୍ତି ଉଭୟ ସ୍ଵାମୀ ସ୍ତ୍ରୀ । ତପସ୍ଵିନୀଙ୍କ ଦେହ କିଛି ଦିନ ଧରି ଅସୁସ୍ଥ ଥିବା ବେଳେ ଗତକାଲି ଫ୍ୟାମିଲି କୋର୍ଟରେ ସେମାନଙ୍କ କାଉନସେଲିଂ ଥିଲା । ଆଉ ଏହାର ଶୁଣାଣି ପାଇଁ ସୁମିତ କୋର୍ଟରେ ଉପସ୍ଥିତ ଥିବା ବେଳେ ତପସ୍ଵିନୀ କିନ୍ତୁ ଅନୁପସ୍ଥିତ ଥିଲେ ।

ତପସ୍ଵିନୀ ଦୀର୍ଘଦିନ ଧରି ସଂଘର୍ଷ କରିବା ପରେ ଶେଷରେ ତଳକୋର୍ଟ ତାଙ୍କୁ ସୁମିତଙ୍କ ଘରେ ରହିବା ପାଇଁ ଅନୁମତି ଦେବା ସହ ପ୍ରତି ମାସରେ ୧୭ ହଜାର ଟଙ୍କା ତପସ୍ଵିନୀଙ୍କୁ ଦେବା ପାଇଁ ମଧ୍ୟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଶୁଣାଣିକୁ ପ୍ରାୟ ଏକ ମାସ ଉପରେ ବିତି ଯାଇଥିଲେ ମଧ୍ୟ ସୁମିତ ଏଯାଏଁ ତପସ୍ଵିନୀଙ୍କୁ ଟଙ୍କା ଦେଇ ନାହାନ୍ତି । ପ୍ରତି ମାସରେ ୧୦ ତାରିଖ ସୁଦ୍ଧା ତପସ୍ଵିନୀଙ୍କ ଭରଣପୋଷଣ ବାବଦକୁ ଏହି ଟଙ୍କା ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଗତ ମାସରେ ସୁମିତ ଟଙ୍କା ନଦେଇ ଓଲଟା ତଳକୋର୍ଟଙ୍କ ଏହି ରାୟ ଉପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଟଙ୍କା ନ ମିଳିବା ପରେ ତପସ୍ଵିନୀଙ୍କ ତରଫରୁ ମଧ୍ୟ କୋର୍ଟରେ ଏତଲା ଦିଆ ଯାଇଥିଲା । ଯେହେତୁ ତପସ୍ଵିନୀଙ୍କ କୌଣସି ରୋଜଗାର ନାହିଁ ଏବଂ ସେ ଏବେ ମଧ୍ୟ ସୁମିତଙ୍କ ପତ୍ନୀ ହୋଇଥିବାରୁ ହାଇକୋର୍ଟ ମଧ୍ୟ ଏହି ମାମଲାରେ ତପସ୍ଵିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ । ତେବେ ସୁମିତ କାଲି ମିଡିଆରେ ସାକ୍ଷାତକାର ଦେଉଥିବା ବେଳେ କହିଥିଲେ କି, ତାଙ୍କର ଆର୍ଥିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ ।

କାରଣ ସେ ଏବେବି କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି ଏବଂ ନୋ ୱାର୍କ ନୋ ପେ ସାଲାରୀ ବ୍ୟାସିସରେ ଏବେ ଅଛନ୍ତି । ତେଣୁ ଦୁଇ ମାସ ହେବ ଦରମା ମଧ୍ୟ ପାଇ ନାହାନ୍ତି । ସେ ଟଙ୍କା ଯୋଗାଡ କରୁଛନ୍ତି ଆଉ ଯୋଗାଡ ହେବା ମାତ୍ରେ ତପସ୍ଵିନୀଙ୍କୁ ଟଙ୍କା ଦେଇଦେବେ । ତେବେ ସେ ଗତକାଲି କାଉନସେଲିଂ ପାଇଁ କୋର୍ଟ ଯାଇଥିବା ବେଳେ ତପସ୍ଵିନୀ ଆସି ନଥିବାରୁ ସେ ତାଙ୍କୁ ସହଯୋଗ କରୁ ନାହାନ୍ତି ବୋଲି କହିଥିଲେ ସୁମିତ ।

ଏବେବି ସୁମିତଙ୍କ ମାନସିକ ଏବଂ ଶାରୀରିକ ଅବସ୍ଥା ଠିକ ନଥିବା ସେ କହିବା ସହ କେବଳ କୋର୍ଟଙ୍କ ତାରିଖ ଥିବାରୁ ସେ ଆସିଛନ୍ତି ବୋଲି କହିଥିଲେ । ତେବେ ସେ ଏଥର ମଧ୍ୟ କହିଛନ୍ତି କି ସେ ତପସ୍ଵିନୀଙ୍କ ସହ ରହିବାକୁ ଚାହୁଁ ନାହାନ୍ତି । କାରଣ ଗତ ତିନିମାସ ଧରି ତପସ୍ଵିନୀ ସମସ୍ଯା ସୃଷ୍ଟି କରି ଆସୁଛନ୍ତି ଏବଂ ଏହା ପୂର୍ବରୁ ମଧ୍ୟ ସମସ୍ଯା କରିଥିଲେ ବୋଲି ସୁମିତ ଅଲଗା ହେବାକୁ ଚାହିଁଥିଲେ ।

ସୁମିତ ଏବେବି ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ ତପସ୍ଵିନୀଙ୍କ ଆଗାମୀ ପଦକ୍ଷେପ କଣ ହେଉଛି ତାହାକୁ ଅପେକ୍ଷା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।